ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

0

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ରହୁଛି ତ କେଉଁଦିନ ୩୦୦ରୁ ୪୦୦ ଭିତରେ । ଟିକାକରଣ ବ୍ୟାପକ ଥିବା ବେଳେ ଖୋର୍ଦ୍ଧାରୁ ସଂକ୍ରମଣ ନ କମିବାର ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ୱରରୁ ନିଦ୍ଦିଷ୍ଟ କେତେକ ଅଂଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବଜାର ଘାଟରେ ଅସମ୍ଭାଳ ଭିଡ, କରୋନା କଟକଣାର ଅନୁପାଳନ ସଠିକ ଭାବେ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଆଶଙ୍କା କରାଯାଉଛି ।

କରୋନାର ଦ୍ୱିତୀୟ ଲହରର ସଂକ୍ରମଣ କେବେ କମିବ ଏବେ ସମସ୍ତଙ୍କୁ ମନରେ ସେହି ଚିନ୍ତା । କାରଣ ସଂକ୍ରମଣ ହାର କେଉଁଦିନ ସାମାନ୍ୟ କମୁଛି ତ କେଉଁଦିନ ପୁଣି ବଢିଯାଉଛି । ଗତ ୨୪ ଘଂଟାରେ ୬୨ ହଜାର ୬୮୬ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୫୯% । ୧୬ ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୫୩୨ ଚିହ୍ନଟ ହୋଇଛନ୍ତି । ତେବେ କଟକରେ ବହୁ ଦିନ ପରେ ୨ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା କମିଛି । ଗତ ୨୪ ଘଂଟାରେ କଟକରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୪, ବାଲେଶ୍ୱରରୁ ୯୩,ଭଦ୍ରକରୁ ୭୬,ଜଗତସିଂହପୁରରୁ ୬୭,ଯାଜପୁରରୁ ୮୪, ମୟୂରଭଞ୍ଜରୁ ୫୩, ପୁରୀରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା,କଟକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ସଂଖ୍ୟା ଶହେ ତଳେ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ରେ ପହଞ୍ଚିଛି।

ସେହିପରି ୬୦ ମୃତ୍ୟୁର ତାଲିକା ଦିଆଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୧୪ ଜଣ କରୋନାରେ ଆଖି ବୁଜିଛନ୍ତି । ସେହିପରି ଖୋର୍ଦ୍ଧାରୁ ୮ ଜଣ, ଅନୁଗୁଳ, କଟକରୁ ୬ ଜଣ ଲେଖାଁଏ , ପୁରୀ, କେନ୍ଦୁଝରରୁ ୫ ଜଣ ଲେଖାଁଏ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.