ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କେହି ଭୁଲନ୍ତୁନି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ କଂଗ୍ରେସକୁ କ୍ଷମତାଚ୍ଯୁତ କରିଥିଲା

0

ହୁଗୁଳାପଣ ଜଳଜଳ, ପୁରୀ, ଭୁବନେଶ୍ବର, କଟକ ସବୁଠି ସ୍ଥିତି ଗମ୍ଭୀର

ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ, ପୁଲିସ ମହାନିର୍ଦେଶକଙ୍କ ପ୍ରତି ବିପଦ ବଢିପାରେ

ଭୁବନେଶ୍ବର: ପୂରା ଓଡ଼ିଶା ନିୟମ ମାନିଲା। ସମସ୍ତେ ନିଜ ମନ ଉପରେ ପଥର ଥୋଇ ଟିଭି ପରଦାରେ ରଥଯାତ୍ରା ଦେଖିଲେ। ୟୁ-ଟ୍ୟୁବର ଇସ୍କନ ଭକ୍ତ କିନ୍ତୁ ମାନିଲେନି। ବରିଷ୍ଠ ପୁଲିସ ଅଧିକାରୀମାନେ ଆଶ୍ବାସନା ଦେଇଥିଲେ ଯେ ସେମାନେ ତାଙ୍କୁ ଗୃହ ବନ୍ଦୀ କରି ରଖିଛନ୍ତି। ସେ ବଡଦାଣ୍ଡ ଛାତ ଉପରେ ଠିଆ ହୋଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଫୁ କରି ଉଡାଇଦେଲେ। ପୂରା ଦୁନିଆକୁ ଦେଖାଇଦେଲେ ପୁରୀ ପୁଲିସ ତାଙ୍କୁ ରୋକିବା କ୍ଷମତା ରଖେନାହିଁ। କେବଳ ସେ ଜଣେ ନୁହେଁ, ସଙ୍ଗୀତଜ୍ଞଙ୍କ ଠାରୁ ଆରମ୍ଭ କରି ଖଣି ବେପାରୀ ଖୋଲାଖୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବଡଦାଣ୍ଡରେ ଦଳିଚକଟି ଦେଲେ। କିଛି ବ୍ୟକ୍ତିଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ହେଲେ ଏଯାଏ କାର୍ଯ୍ୟାନୁଷ୍ଠାନ କଣ ହେଲା କେଜାଣି, ପୂରା ଓଡ଼ିଶା ଅନ୍ଧାରରେ ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ମାନିବାର ଶୃଙ୍ଖଳା ରକ୍ଷା କରିପାରୁନଥିବା ପୁରୀ ପୁଲିସ ଆଇନଶୃଙ୍ଖଳା ସୁରକ୍ଷା କିଭଳି କରିବ?

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକର ଘଟଣା। ସୋମବାର ରାଜଧାନୀ ରାଜରାସ୍ତାରେ ୧୦ରୁ ଅଧିକ ଯୁବକ ଚାରି ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ। ରାତି ଅନ୍ଧାରରେ ନୁହେଁ,କି ପାହାନ୍ତିଆ ନିର୍ଜନତା ଭିତରେ ନୁହେଁ। ଦିନ ଦିପହରେ ଏହି ଘଟଣା ଘଟିଲା। ହାତ କେଇଟା ଦୂରରେ ପୁଲିସ ଫାଣ୍ଡି ରହିଛି। କେଇ ଶହ ମିଟର ଦୂରରେ ଖାରବେଳ ଥାନା ବି। ପୂରା ବେଫିକର। ପୁଲିସକୁ ଡର ନାହିଁ। ଫିଲ୍ମ ଷ୍ଟାଇଲରେ ଏତେ ବଡ଼ ଅପରାଧ ଘଟାଇବାକୁ ଦୁର୍ବୃତ୍ତ ସାହସ କେମିତି କଲେ? ଏହା ପ୍ରମାଣିତ କରିଦେଲା ଯେ ପୁଲିସ ପ୍ରତି ଆଉ କାହାର ଭୟ ନାହିଁ।

ଦୁର୍ଦାନ୍ତ ହାଇଦରକୁ ପୁଲିସ ଇତିମଧ୍ୟରେ ଏନକାଉଣ୍ଟର କରିଛି। ହେଲେ ଯେଉଁ ଘଟଣାଟି ରାଜ୍ୟ ପାଇଁ କଳଙ୍କ ହୋଇ ରହିଗଲା, ତାହା ହେଲା କଟକ ବଡ଼ ମେଡିକାଲରୁ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର କେମିତି ଫେରାର ହୋଇଗଲା? ପୁଲିସ ଭୂମିକା ଏଥିରେ ସନ୍ଦେହ ମୁକ୍ତ କି? ପୁଲିସ ଏହି ଘଟଣା ପରେ କି ପ୍ରକାର ସତର୍କତା ଅବଲମ୍ବନ କରିଛି? ଘଟଣାର ମୂଳକୁ ଗଲା କି?କେଉଁ ପରିସ୍ଥିତିରେ ବାହାରୁ ଆସୁଥିବା ବିରିଆନି ସଂପର୍କରେ ପୁଲିସ ବାବୁମାନ ଜାଣିପାରିଲେନି, ପୁଲିସ ଡିଜି ତା ଉତ୍ତର ପାଇଲେ?

ଏଇ ତିନିଟି ଉଦାହରଣ ପୁରୀ, ଭୁବନେଶ୍ବର ଓ କଟକର ଦିଆଗଲା। ଏମିତି ମାଳ ମାଳ ଉଦାହରଣ ରାଜ୍ୟ ସାରା ପ୍ରତିଦିନ ସାମ୍ନାକୁ ଆସୁଛି। କିନ୍ତୁ ଏହି ତିନି ସହର କଥା ଏଇଥିପାଇଁ କୁହାଗଲା, କାରଣ ଭୁବନେଶ୍ବର ବା ରାଜଧାନୀରେ ସରକାର ବସନ୍ତି, ପ୍ରଶାସନ ବେଶୀ ଚଳଚଞ୍ଚଳ। ପୁଲିସ କମିସନରେଟ୍ ବ୍ୟବସ୍ଥା ଏଇଠି କାର୍ଯ୍ୟକରେ। ନିଜେ ଡିଜିପି ଅଭୟ କଟକ-ଭୁବନେଶ୍ବର ଦୁଇ ସହରରେ ଆତଯାତ ହେଉଛନ୍ତି। ପୁରୀଏବେ ସରକାରଙ୍କ ପ୍ରାଥମିକତାରେ ରହିଛି।ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବେ ପରିଚିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଇଠି ପୁଲିସର କାର୍ଯ୍ୟ ସଙ୍କେତ ଦେଉଛି ଯେ ବିଭାଗରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ।

ରାଜନୈତିକ ମହଲ ଏ ଚର୍ଚ୍ଚା ବି କଲେଣି ଯେ ରାଜ୍ୟ ସରକାରଙ୍କ ଅନେକ ସୁନାମରେ ପୁଲିସ ଦୁର୍ନାମ ବୋଳି ଦେଉଛି। ସରକାରଙ୍କ ଭାବମୂର୍ତି ପାଇଁ ଏବେ ପୁଲିସ ସବୁଠାରୁ ବଡ଼ ବିପଦ ସାଜିଛି। ପୁଲିସର ହୁଗୁଳାପଣ ପଛରେ କି ରହସ୍ୟ ରହିଛି? ପୁଲିସର ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଯୋଜନ ଯୋଜନ ଦୂରତା କାହିଁକି? ଡିଜିପି ଜାଣିପାରୁନାହାନ୍ତି ନା ଜାଣି କି ଚୁପ୍ ଅଛନ୍ତି? ବରିଷ୍ଠ ପୁଲିସ ଅଧିକାରୀମାନେ କାହିଁକି ଆଇନଶୃଙ୍ଖଳା ଦିଗଟିକୁ ଏତେ ହାଲୁକା ଭାବେ ନେଉଛନ୍ତି?

ଏକଥା କଣ ବୁଝିବାକୁ ବାକି ଅଛି ଯେ ନବୀନ ସରକାରରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସାମାନ୍ୟ ହେଳା କରି ଅତୀତରେ ବହୁ ପୁଲିସ ଅଧିକାରୀ ନିଜ ପ୍ରତି ବିପଦ ଆମନ୍ତ୍ରଣ କରିଛନ୍ତି? ଗଣମାଧ୍ୟମ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଉଥିବା ପୁଲିସର ଏଭଳି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏବେ ଅତ୍ୟନ୍ତ ବିରକ୍ତ ବୋଲି ଶୀର୍ଷ ମହଲରୁ ସୂଚନା ମିଳିଲାଣି। ସ୍ଥିତିରେ ପରିବର୍ତ୍ତନ ନ ଆସିଲେ, ନିର୍ଦିଷ୍ଟ ସମୟ ପୂର୍ବରୁ ପୁଲିସ ଡିଜିଙ୍କୁ ଅପସାରଣ କରିବା ଲାଗି ସରକାର ଚିନ୍ତା କରିପାରନ୍ତି। ଏଭଳି ଆଲୋଚନାକୁ ବଳ ମିଳୁଛି।

ଏଠାରେ ଉଲ୍ଲେଖଥାଉକି, ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ହତ୍ୟାକାଣ୍ଡ ଘଟଣାରେ ଗଜପତି ପୁଲିସର ତଦନ୍ତ ପ୍ରକ୍ରିୟା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପରିବାର ଲୋକେ କ୍ଷୁବ୍ଧ। ପୁଲିସ ତଦନ୍ତ ପ୍ରତି ତାଙ୍କର ବିଶ୍ବାସ ନାହିଁ ବୋଲି ଜଣାଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ଲାଗି ସେମାନେ ଭେଟିବାକୁ ଆଗ୍ରହ ଦେଖାଇଲେଣି। ନୟାଗଡ ପରୀ ଘଟଣାଟି ଏହିଭଳି ଭାବେ ହାତରୁ ଖସିଯାଇଥିଲା। ଏହି ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସରକାର ଢେର୍ ଅପମାନ ସହିଛନ୍ତି। ସାଧାରଣ ଲୋକଙ୍କ ଅଭିଯୋଗକୁ ସର୍ବାଧିକ ଗୁରୁତ୍ବ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ହେଁ, ପରୀ ପରିବାରରେ ଜିଲ୍ଲା ପୁଲିସର ଭୂମିକା ପ୍ରମାଣିତ କରିଦେଇଥିଲା ଯେ ଗୋଟିଏ ନାବାଳିକା ଛୋଟ ଝିଅର ଅପହରଣ ଭଳି ସାଂଘାତିକ ମାମଲାକୁ କେତେ ହାଲୁକା ଭାବେ ପୁଲିସ ନିଏ। ସରକାର ଏହି ଘଟଣାରେ ବିଳମ୍ବରେ ନୟାଗଡ଼ ପୁଲିସ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ, ତାହା କିନ୍ତୁ ପୁଲିସ ପ୍ରଶାସନର ବାକି ଅଧିକାରୀଙ୍କୁ ସତର୍କ କରିପାରିନାହିଁ।ଅନ୍ଯାୟ ଯାଜପୁର ଜିଲ୍ଲାର ପିହୁ ମାମଲାରେ ପୁଲିସ ସେହି ଭୁଲ୍ ଦୋହରାଇନଥାନ୍ତା।

ସେହିଭଳି କଟକ ଗ୍ରାମାଞ୍ଚଳ, ବାଲେଶ୍ବର, ମୟୂରଭଂଜ ଜିଲ୍ଲା ପୁଲିସ ବି ନବୀନଙ୍କୁ କିଛି କମ୍ ବଦନାମ୍ ଦେଇନି। ବାଲେଶ୍ବର ରେମୁଣା ଥାନାରେ ଯେଭଳି କିଛି ଅସମାଜିକ ଲୋକ ହାତରେ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଆଇଆଇସି ଓ ଥାନା କର୍ମଚାରୀଙ୍କ ସାମ୍ନାରେ ସ୍ଥାନୀୟ ମାଧିପୁର ଅଞ୍ଚଳର ରଘୁନାଥ ସାହୁଙ୍କ ପରିବାର ଉପରେ ଆକ୍ରମଣ କଲେ, ତାହା କିଛି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା। ପୁଲିସ ଓ ଆଇନ ପ୍ରତି ଯେ ସର୍ବନିମ୍ନ ଭୟ ଆଉ ନାହିଁ ଏହା ତାର ଏକ ଜ୍ବଳନ୍ତ ପ୍ରମାଣ ଥିଲା ଏହି ଘଟଣା। ଏତେ ବଡ଼ ଘଟଣାରେ ପୁଲିସ ବିଭାଗର କୌଣସି ଜଣେ ବି ବଡ଼ ଅଧିକାରୀ ସଂପୃକ୍ତ ଥାନାକୁ ଯାଇ ତନାଘନା କଲେନି କିମ୍ବା କିଛି ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲାନାହିଁ।

ମୟୂରଭଞ୍ଜ ଶରତ ଥାନାର ଆଇଆଇସି ରୀନା ବକ୍ସଲା ହେଲ୍‌ମେଟ୍ ଚେକିଂ ଆଳରେ ଯେଭଳି ଅମାନବୀୟ ଘଟଣା ରଚାଇଲେ, ତାହା ବି ବିଚଳିତ କଲାଭଲି ଏକ ପ୍ରସଙ୍ଗ ଥିିଲା।କଟକ ମାହାଙ୍ଗା ଡବଲ୍ ମର୍ଡର ଘଟଣା ଓ ପରେ ଜଣେ ଅଭିଯୁକ୍ତର ମୃତ୍ୟୁ ପ୍ରସଙ୍ଗ ବି ଲୋକଙ୍କ ସନ୍ଦେହ ଉର୍ଧ୍ବରେ ନାହିଁ।

ରାଉରକେଲାରୁ ରାଜଧାନୀ, ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶାରୁ ଆସୁଥିବା ଏଭଳି ପୁଳା ପୁଳା ଉଦାହରଣରୁ ପୁଲିସ ନେତୃତ୍ବରେ ହୁଗୁଳାପଣ ବାରି ହୋଇପଡ଼ିଲେଣି। ପୁଲିସ ମହାନିର୍ଦେଶକ ଅଭୟ ମାଓ ଦମନ ଲାଗି ଯେଭଳି ପାଗ ଭିଡ଼ିଛନ୍ତି, ବାରମ୍ବାର ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଆଦିକୁ ଗସ୍ତ କରୁଛନ୍ତି, ଆଇନଶୃଙ୍ଖଳା କ୍ଷେତ୍ରରେ ସେଭଳି ଉଦାହରଣ ସୃଷ୍ଟି କରିପାରିନାହାନ୍ତି, ଏକଥା ଏବେ ସବୁଠାରେ ଆଲୋଚନାର ବିଷୟ ହୋଇଛି। କେହି ଭୁଲିଯିବା ଉଚିତ୍ ନୁହେଁ ଯେ କଂଗ୍ରେସକୁ ଆଇନଶୃଙ୍ଖଳା କ୍ଷମତାଚ୍ୟୁତ କରିଥିଲା। ଏବେ ବି ଦଳ କ୍ଷମତାକୁ ଫେରିନଆସିବା ପଛରେ ଏହା ହିଁ ବଡ କାରଣ ବୋଲି କୁହାଯାଉଛି।

Leave A Reply

Your email address will not be published.