ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ମନ୍ତ୍ରୀଙ୍କ ଘର ଆଗରେ ହାଇଡ୍ରାମା

0

କାଲି ଧାରଣା ଆଜି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମନ୍ତ୍ରୀଙ୍କ ବାସଭବନ ଆଗରେ ହାଇଡ୍ରାମା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଆଗରେ ମାଆ, ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ମାଟ୍ରିକ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା, ପୁଅ ଗତକାଲି କ୍ୟାପିଟାଲ ହାଇସ୍କୁଲ ଆଗରେ ଧାରଣା ଦେଇଥିଲେ । ଗତକାଲି ଧାରଣା ଦେବା ପରେ କିଛି ସୁଫଳ ନମିଳିବାରୁ ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଉଭୟଙ୍କୁ ପୁଲିସ ଅଟକ ରଖି କ୍ୟାପିଟାଲ ଥାନାରେ ବୁଝାସୁଝା କରୁଛି।

ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ ଖାନ। ମାଟ୍ରିକ ଅଫଲାଇନ ପରୀକ୍ଷାକୁ ନେଇ ଅସନ୍ତୁଷ୍ଟ ଥିଲେ ଇମ୍ରାନ ଓ ତାଙ୍କ ମାଆ । ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଫର୍ମପୂରଣ କରିପାରିନାହାନ୍ତି ଇମ୍ରାନ। କୌଣସି କାରଣରୁ ତାଙ୍କର ଫର୍ମଫିଲପ ହୋଇପାରିନାହିଁ। ଏହାକୁ ନେଇ ଇମ୍ରାନ ଓ ତାଙ୍କ ମାଆ ଗତକାଲି କ୍ୟାପିଟାଲ ହାଇସ୍କୁଲ ସାମନାରେ ଧାରଣା ଦେବା ପରେ ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଆତ୍ମହତ୍ୟା ଉଦ୍ୟମ ବେଳେ ପୁଲିସ ମା ଓ ପୁଅଙ୍କୁ କବଜା କରିଥିଲା। କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ରେଜଲ୍ଟ ବାହାରିଥିଲା । ହେଲେ ଫଳାଫଳରେ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାରୁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଥରେ ଅଫଲାଇନ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ହୋଇଥିଲା ।

Leave A Reply

Your email address will not be published.