ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

କରୋନା କାଳରେ ରାଜଧାନୀରେ ବଢୁଛି କି କ୍ରାଇମ୍?

0

ଭୁବନେଶ୍ବର: ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଅସ୍ପଷ୍ଟ ରହିଛି।

ଦୁଇ ଦିନ ତଳେ ରାଜଧାନୀର ମୁଖ୍ୟ ଛକ କୁହାଯାଉଥିବା ଜନଗହଳି ପୂର୍ଣ୍ଣ ରାସ୍ତା ମାଷ୍ଟରକ୍ୟାଣ୍ଟିନ୍ ଛକ ଉପରେ ଚଳଚ୍ଚିତ୍ର ପରଦା ଭଳି ଘଟଣା ଘଟିଲା। କିଛି ଯୁବକଙ୍କୁ ଦିନ ଦ୍ୱିପହରରେ ଗୋଡାଇଗୋଡାଇ ହାଣିଲେ ଦୁର୍ବୃତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତଥା ଦୋକାନ ବ୍ୟବସାୟକୁ ନେଇ ଘଟିଥିବା ଏହି ଅପରାଧ ଦିବାଲୋକରେ ଘଟିଥିଲେ ମଧ୍ୟ କମିସନରେଟ ପୁଲିସ ବିଶେଷ କିଛି କରିପାରିଲା ନାହିଁ।

ତା ପୂର୍ବରୁ କୁଆଖାଇ ନଦୀ ପଠାରୁ ବାଲିରେ ପୋତାଯାଇଥିବା ଏକମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। କିନ୍ତୁ ଏଯାଏଁ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇପାରିନି ପୁଲିସ। ପରିଚୟ ପାଇବା ପାଇଁ ବିଭିନ୍ନ ଯାଗାରେ ପୋଷ୍ଟର ମାରିଛି ସତ; ହେଲେ ଯୁବକ ଜଣକ କିଏ, ତାକୁ କାହିିଁକ ଓ କିଏ ମାରିଲା ସେ ନେଇ ପୁଲିସ ପାଖରେ ଜବାବ ନାହିଁ।

ଭୀମଟାଙ୍ଗିରେ ନିଜେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଯଦି ନିଜେ ଆତ୍ମହତ୍ୟା କରି ଗୁରୁତର ନ ହୋଇଥାନ୍ତା, ତେବେ ବୋଧହୁଏ ବହୁଚର୍ଚ୍ଚିତ ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଉପରୁ ଏଯାଏ ପରଦା ଉଠିନଥାନ୍ତା।

ଇତିମଧ୍ୟରେ ଅପରାଧୀମାନେ ଦୁର୍ଦାନ୍ତ ପାଲଟିଯାଇଛନ୍ତି ନା ପୁଲିସ ଟିକେ ନରମିଯାଇଛି?

ହଠାତ୍ ପୁଣି କାହିଁକି ଅପରାଧ ବଢି଼ଗଲା? କାହିଁକି ଅପରାଧୀମାନେ ଜନଗହଳି ସ୍ଥାନରେ ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାନ୍ତି? ସେମାନେ କଣ ପୁଲିସକୁ ଆଉ ଡରୁନାହାନ୍ତି କି? ପୁଲିସ ଠାରୁ କଣ ସେମାନଙ୍କ ଇତିମଧ୍ୟରେ ଅଧିକ ସଶକ୍ତ ହୋଇଗଲେ କି?ଅସ୍ତ୍ରରେ, ଶସ୍ତ୍ରରେ? ସେମାନଙ୍କୁ ଆଉ କିଏ ପଛରେ ରହି ପ୍ରୋତ୍ସାହନ ଦେଉଥିବା କାରଣରୁ ସେମାନେ ବେଫିକର ଭାବେ ଅପରାଧ ଘଟାଉଛନ୍ତି କି? କମିସନରେଟ୍ ପୁଲିସ ଚାପରେ ଅଛି କି?

ଏମିତି ମାଳ ମାଳ ପ୍ରଶ୍ନ ଏବେ ସବୁଠି ଚର୍ଚ୍ଚା ହେଲାଣି। ଏଇଥିପାଇଁ ଯେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବଡ଼ ଅପରାଧ ରାଜଧାନୀର ରାଜରାସ୍ତାରେ ଘଟୁଛି। ପୁଲିସ ଯେ ସବୁଥିରେ ବିଫଳ ହେଉଛି ତା ନୁହେଁ, କିନ୍ତୁ ଏସବୁ କେଉଁଠି ନା କେଉଁଠି ଆଉ କିଛି ଅପରାଧିକ ତତ୍ତ୍ବକୁ ଶକ୍ତି ଯୋଗାଉଛି, ବଳ ଦେଉଛି, ଏକଥା କେହି ଅସ୍ବୀକାର କରିବେ ନାହିଁ।

ସଂପ୍ରତି ଲକଡାଉନ ସମୟରେ କଟକଣା ବଢିବା ସହ ଅପରାଧ ବଢିିଥିବା ଲକ୍ଷ୍ୟ କରାଯାଉଛି। କରୋନା କଟକଣା ବେଳେ ଯେତେବେଳେ ପୂରା ସହର ଶାନ୍ତ ପଡିଯାଉଛି , ଗାଡି ଚଳାଚଳ ବେଶି ହେଉନାହିଁ, ସେହି ସମୟରେ ଏହାର ଭରପୁର ସୁଯୋଗ ନେଉଛନ୍ତି ଅପରାଧୀ। ଆଉ ଘଟାଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ। ପ୍ରତିଦିନ ରାଜଧାନୀର କେଉଁଠି ନା କେଉଁଠି ଅପରାଧର ନୂଆ ନୂଆ ପୃଷ୍ଠା ଖୋଲୁଛି। ପୁଲିସ ଲୋକଙ୍କୁ ଯେବେ କଟକଣା ଲଗାଇ ଘରେ ରଖିପାରୁଛି, ସେବେ ଅପରାଧ ରୋକିପାରୁନି?

କେବେଳ ହତ୍ୟାକାଣ୍ଡ ନୁହେଁ ଲୁଟ୍, ଚୋରି, ଛିନତାଇ ଘଟଣା ଏବେ ରାଜଧାନୀରେ ନିତିଦିନିଆ ହୋଇଗଲାଣି। ଏବେ ଦିନବେଳା ବି ଲୋକେ ଘରୁ ବାହାରକୁ
ବାହାରିବାକୁ ଭୟ କରୁଛନ୍ତି। କାଳେ କିଏ ଘର ଉପରେ ନଜର ରଖିଥିବ ଓ କେହି ନଥିବା ଦେଖି ଘରେ ପଶି ଦିନ ଦି’ ପହରେ ସବୁକିଛି ଲୁଟିନେବ, ସେହି ଚିନ୍ତା ସମସ୍ତଙ୍କୁ ଘାରିଛି। ବୁଢା ବାପା ମାଆଙ୍କୁ ଘରେ ଏକୁଟିଆ ରଖିବା ଲାଗି ବି ପିଲାମାନେ ଚାହୁଁନାହାନ୍ତି। କାଳେ କିଏ ସେମାନଙ୍କ ଉପରେ ଆକ୍ରମଣ କରି ସବୁକିଛି ଲୁଟିନେବେ ସେ ଚିନ୍ତା ସଙ୍ଗିନ୍ ହେଲାଣି।

କିଛି ବରିଷ୍ଠ ଅଧିକାରୀଙ୍କର କହିବା କଥା ହେଉଛି, ସାଧାରଣ ପୁଲିସ, କମିସନରେଟ୍ ପୁଲିସ, କ୍ରାଇମବ୍ରାଞ୍ଚ ଏମିତି ସଂସ୍ଥାକୁ ନେଇ ବେଶୀ କିଛି କଥା ଘଟେନାହିଁ। ଅସଲ କଥା ସେଠାରେ କାର୍ଯ୍ୟ କରୁଥିବା ଜଣେ ଜଣେ ଅଧିକାରୀ ଏଭଳି ଚମତ୍କାର ପ୍ରଦର୍ଶନ କରନ୍ତି ଯେ ସେହି ପୁରୁଣା ପୁଲିସ ଆଇନ ଭିତରୁ ଅନେକ ନୂଆ ନୂଆ ସୂତ୍ର ଅପରାଧୀମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ଢେର୍ ସମୟ ଯାଏ ରଖିଦେଇଥାଏ। ସଂପ୍ରତି କମିସନରେଟ୍ ପୁଲିସ ଗଠନ କରାଗଲେ ବି ଅସଲ ଅପରାଧିକ ଦମନ କାର୍ଯ୍ୟ ପାଇଁ କାହା ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ। ଅବଶ୍ୟ ଏବେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ବା ଭିିଭିଆଇପି ଡ୍ୟୁଟି ନାହିଁ। କିନ୍ତୁ ଏସବୁ ଡ୍ୟୁଟି ଡ୍ୟୁଟି କରି କରି ପୁଲିସ ଏଭଳି ଗୋଟିଏ ସ୍ତରକୁ ଚାଲିଯାଉଛି ଯେ ତାର ଗର୍ଜନ, ସିଂହରଡି ଆଉ ଶୁଭୁନି। ତାର ଲାଠି ଉଠୁନି କି ପୁଲିସ ଗାଡିର ଗର୍ଜନରେ ଦେହ ଶିହିରି ଉଠୁନି। ଏଣୁ ପୁଲିସ ପ୍ରତି ଅପରାଧୀଙ୍କର ଡର କମିଯାଉଛି।

ପୁଲିସ କମିସନର ଏବଂ ପୁଲିସ ମହାନିର୍ଦେଶକ ଥାନାଧିକାରୀ ବା କମିସନରେଟ୍ ପୁଲିସ ନିଜ ଟିମ୍ ଗଠନ କରିବା ବେଳେ ବା ଅଧିକାରୀଙ୍କୁ ନିଯୁକ୍ତି ଦେବାବେଳେ କାହା ସୁପାରିସରେ ନୁହେଁ, ବରଂ ଅତ୍ୟନ୍ତ ପ୍ରଭାବୀ ତଥା ଦକ୍ଷ ଅଧିକାରୀଙ୍କୁ ବାଛିବା ଦରକାର। ଭୁବନେଶ୍ବର ଅପରାଧର ଚିତ୍ରଟି ରାଜ୍ୟର ମୁଖ୍ୟ ଚିତ୍ର ଭାବେ ଗଣାଯାଏ। ଏହି ଅଞ୍ଚଳ ସହିତ ରାଜ୍ୟର ଅବଶିଷ୍ଟ ଅଞ୍ଚଳର ତୁଳନା କରାଯାଏ। ଏଣୁ ଏଠାକାର ପୁଲିସ ଉପରେ ସେ ଚାପ ରହିବ ହିଁ ରହିବ। ଆଉ ସେବେ ଯଦି ପୁଲିସ ଏ ଦିଗରେ ସଶକ୍ତ ନ ହେବ, ତେବେ ଆଉ କିଏ ହେବ?

ଜଣ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କର କହିବା କଥା ହେଉଛି, କମିସନରେଟ୍ ପୁଲିସ ଆଇନ ଏତେ ସଶକ୍ତ ଯେ ତାହା ହିଁ ଅପରାଧ ଦମନ ପାଇଁ ଯଥେଷ୍ଟ। ଅପରାଧୀଙ୍କ ବିରୋଧରେ ଏନଏସଏ ଲାଗୁ କରିବା, ସେମାନଙ୍କୁ ତଡିପାର କରିବା ଭଳି ଅନେକ ସୂତ୍ର ରହିଛି। ସ୍ବତନ୍ତ୍ର ଅପରାଧୀ ଦମନ ସ୍କ୍ବାର୍ଡ କରି ଏକ ବଡ ଅଭିଯାନ ବି ଆରମ୍ଭ କରାଯାଇପାରେ। ନିଜେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ କ୍ଷେତ୍ରରେ ଅନେକ ଭଲ ରେକର୍ଡର ଅଧିକାରୀ। ସେ କିନ୍ତୁ ଯଦି ଥାନା ବାବୁମାନଙ୍କୁ ଟାସ୍କ ନ ଦେବେ, ସେମାନଙ୍କ ଅଞ୍ଚଳରେ ଘଟୁଥିବା ଅପରାଧ ପାଇଁ ସଂପୃକ୍ତ ଥାନା ଅଧିକାରୀଙ୍କୁ ଉତ୍ତରଦାୟୀ ନ କରିବେ, ତେବେ ଅପରାଧ ଦମନ ନେଇ ଗୋଟିଏ ଚିତ୍ର ସ୍ପଷ୍ଟ କେବେ ବି ଆସିପାରିବନି।

Leave A Reply

Your email address will not be published.