ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ପଦକ ନିଶ୍ଚିତ କଲେ ଲଭଲିନା, ନିରାଶ କଲେ ଦୂତୀ

0

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା। ଭାରତ ପାଇଁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି ବି. ଲଭଲିନା। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ନିଏନ ଚିନ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ୬୯ କେଜି ବର୍ଗରେ ସେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ପୂର୍ବରୁ ଭାରୋତ୍ତଳନରେ ମୀରାବାଇ ଚାନୁ ରୌପ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ୪୯ କେଜି ବର୍ଗରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏବେ ବକ୍ସର ଲଭଲିନା ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ।

ହେଲେ ଓଡ଼ିଶାର ଦୂତୀ ଚାନ୍ଦ କିନ୍ତୁ ଆଜି ଆରମ୍ଭରୁ ନିରାଶ କରିଛନ୍ତି। ୧୦୦ ମିଟର ହିଟରେ ସପ୍ତମ ସ୍ଥାନରେ ରହିଲେ ଦୂତୀ। ୧୧.୫୪ ସେକେଣ୍ଡରେ ସେ ଏହି ସ୍ଥାନ ପୂରଣ କଲେ।ଏଥିସହିତ ସେ ଏହି ପ୍ରକ୍ରିୟାରୁ ବାଦ୍ ପଡିଛନ୍ତି। ଓଡ଼ିଶା ସମେତ ଭାରତକୁ ଏଥିରେ ଏକ ଝଟକା ଲାଗିଛି।

ସେପେଟ ଆଜି ତୀରନ୍ଦାଜୀ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଋଷିଆର କେସେନିଆ ପେରୋଭାଙ୍କୁ ୬-୫ରେ ପରାସ୍ତ କରିଛନ୍ତି ଦୀପିକା। ଆଜି ୧୧ଟା ୩୦ ମିନିଟରେ ଦୀପିକାଙ୍କର କ୍ୱାର୍ଟର ଫାଇନାଲ ମୁକାବିଲା ଅଛି। କ୍ୱାର୍ଟର ଫାଇନାଲରେ ସେ କୋରିଆ ଖେଳାଳିଙ୍କ ସହ ହେବ। ୨ଟି ସ୍ୱର୍ଣ୍ଣ ଜିତିସାରିଥିବା କୋରିଆର ଅନ ସେନଙ୍କୁ ସହ ତାଙ୍କର ମୁକାବିଲା ହେବ ।

ପିଭି ସିନ୍ଧୁଙ୍କ ଉପରେ ଆଜି ଦେଶର ନଜର ରହିଛି । କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଆଜି ଜାପାନର ୟାମାଗୁଚିଙ୍କୁ ଭେଟିବେ। ସେହିପରି ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଆଜି ଜାପାନକୁ ଭେଟିବ । ତେଣୁ ଭାରତକୁ ଆଗକୁ ଅଧିକ ପଦକ ମିଳିବାର ଆଶା ରହିଛି ।

Leave A Reply

Your email address will not be published.