ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

୪,୦୦୦ କୋଟିର ସମ୍ପତ୍ତି କ’ଣ ନିଅଣ୍ଟ ପଡ଼ିଲା

0

‘ଅଶ୍ଳୀଳ’ ସୌଦାଗର ସାଜିଲେ ରାଜ୍ କୁନ୍ଦ୍ରା
ଧୀରେ ଧୀରେ ଖୋଲୁଛି ‘ପର୍ନ’ ପେଡ଼ି

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତର ନାମୀଦାମୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ପର୍ନ ଫାଶରେ । ପ୍ରାୟ ୪,୦୦୦ କୋଟି ଟଙ୍କାର
ମାଲିକ କୁନ୍ଦ୍ରାଙ୍କୁ ପର୍ନ ବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ଏହାକୁ କେତେକ ଆପ୍ ଜରିଆରେ ପ୍ରସାରିତ କରିବା ଅଭିଯୋଗରେ ଚଳିତମାସ ୧୯ ତାରିଖରେ ଗିରଫ କରାଯାଇଥିଲା। ଏବେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତାଙ୍କ ଜାମିନ ବି ଖାରଜ କରି ହୋଇଯାଇଛି।

ଏତେ ସମ୍ପତ୍ତିର ମାଲିକ ହୋଇ ବି କୁନ୍ଦ୍ରା ଶେଷରେ ‘ପର୍ନ ଫିଲ୍ମ’ ରାସ୍ତା କାହିଁକି ବାଛିଲେ, ତାହାକୁ ନେଇ ଦେଶବାସୀ ବିସ୍ମିତ। ଏହି ଘଟଣାକୁ ନେଇ ବଲିଉଡ୍ ଶିଳ୍ପ ସ୍ତବ୍ଧ। ସାରା ଦେଶରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବଲିଉଡ ଜଗତରେ ଏହା ଏକ କଳଙ୍କମୟ ଅଧ୍ୟାୟ ଯୋଡ଼ିଛି।

କୁନ୍ଦ୍ରାଙ୍କୁ ଆଇପିସି ଧାରା ୨୯୨, ୨୯୩, ୩୪ ଏବଂ ଆଇଟି ଆଇନ ଧାରା ୬୭ ଓ ୬୭କ ଓ ଆଇପିସି ଧାରା ୪୨୦ରେ ଗିରଫ କରାଯାଇଥିଲା। କୁନ୍ଦ୍ରାଙ୍କୁ
ଗିରଫ ପୂର୍ବରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୫ ମାସ ଧରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ କୁନ୍ଦ୍ରା ହିଁ ଅଶ୍ଳୀଳ ଫିଲ୍ମ ର‌୍ୟାକେଟର ମାଷ୍ଟରମାଇଣ୍ଡ।
ବଲିଉଡରେ ଅଭିନୟ କରିବାକୁ ସ୍ୱପ୍ନ ଦେଖୁଥିବା ସୁନ୍ଦରୀ ତରୁଣୀମାନଙ୍କୁ ଫସାଇ ସେମାନଙ୍କୁ କୁନ୍ଦ୍ରା ପର୍ନ ସାମ୍ରାଜ୍ୟରେ ସାମିଲ କରାଉଥିଲେ। ସେମାନଙ୍କ ସହ
କଣ୍ଟ୍ରାକ୍ଟ କରି ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାଧ୍ୟ କରୁଥିଲେ। ଏଥିରେ ରାଜି ହେଉ ନ ଥବା ଯୁବତୀଙ୍କୁ ସେ ଗିରଫ ଭୟ ଦେଖାଉଥିଲେ।

କୁନ୍ଦ୍ରାଙ୍କ କାରନାମା ଦେଶବାସୀଙ୍କ ସାମ୍ନାକୁ ଆସିବା ପରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟର ପର୍ଦ୍ଦାଫାସ ହେବାରେ ଲାଗିଛି। କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର
ଶିଳ୍ପରେ ପତ୍ନୀ ଶିଳ୍ପା ଜଡ଼ିତ ଅଛନ୍ତି କି ନାହିଁ, ତାହାର ଏବେ ତଦନ୍ତ ଜାରି ରହିଛି । ତେବେ ତାଙ୍କୁ ଏ ପର୍ଯ୍ୟନ୍ତ ସମନ କରାଯାଇ ନାହିଁ । କିନ୍ତୁ ତାଙ୍କୁ କ୍ଲିନ୍ ଚିଟ୍ ବି
ଦିଆଯାଇ ନ ଥିବା ଜଣାପଡ଼ିଛି ।

୨୦-୨୫ ବର୍ଷୀୟା ଯୁବତୀଙ୍କୁ ବାଛୁଥିଲେ କୁନ୍ଦ୍ରା

ବଲିଉଡ ଚଳଚ୍ଚିତ୍ରରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ଅଭିନେତା ଓ ଅଭିନେତ୍ରୀମାନଙ୍କୁ କୁନ୍ଦ୍ରା ଟାର୍ଗେଟ୍ କରୁଥିଲେ। ସେମାନଙ୍କୁ ଚଳଚ୍ଚିତ୍ରରେ ପ୍ରବେଶ ସୁଯୋଗ ଦିଆଯିବ ବୋଲି କଥା ଦେଉଥିଲେ। କିନ୍ତୁ ଶେଷରେ ସେମାନଙ୍କୁ ଅଶ୍ଳୀଳ ଫିଲ୍ମରେ ଅଭିନୟ ଲାଗି ବାଧ୍ୟ କରୁଥିଲେ। ରାଜି ନ ହେଲେ ଧମକ ଦେଉଥିଲେ।

ଦର୍ଶକଙ୍କୁ ଖୁସି କରିବା ପାଇଁ ସେ ବିଶେଷକରି ୨୦-୨୫ ବର୍ଷୀୟା ସୁନ୍ଦରୀ ଯୁବତୀଙ୍କୁ ଚୟନ କରୁଥିଲେ । ସୁଟିଙ୍ଗ ପୂର୍ବରୁ ସେମାନଙ୍କ ସହିତ କଣ୍ଟ୍ରାକ୍ଟ ସାଇନ୍‌
କରାଉଥିଲେ । ନିଜ ଇଚ୍ଛାରେ ଚଳଚ୍ଚିତ୍ର ଛାଡ଼ିପାରିବେ ନାହିଁ ବୋଲି ଏଥିରେ ସର୍ତ୍ତ ରହୁଥିଲା। ପୁଲିସ ମୁତାବକ ଜଣେ କଳାକାରଙ୍କୁ ଗୋଟିଏ ଦିନରେ
୩୦,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ଦିଆଯାଉଥିଲା।

ଦିନକୁ ୨୦,୦୦୦ ଟଙ୍କାର ଘରଭଡ଼ା

କୁନ୍ଦ୍ରା ନିଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ଭଡ଼ାଘର ବ୍ୟବସ୍ଥା କରୁଥିଲେ। ଏଥିପାଇଁ ଦିନକୁ ୨୦,୦୦୦ ଟଙ୍କା ଭଡ଼ା ଦିଆଯାଉଥିଲା। ମୁମ୍ବାଇ ପୁଲିସ ଚଢ଼ଉ
କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଘର ମାଲିକଙ୍କ ମୁତାବକ କୁନ୍ଦ୍ରା ସେଠାରେ ଭୋଜପୁରୀ ଓ ମରାଠୀ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି କହୁଥିଲେ। କିନ୍ତୁ ସୁଟିଙ୍ଗ ବେଳେ ଘର ମାଲିକ ଓ ଅନ୍ୟ କର୍ମଚାରୀମାନଙ୍କୁ ଦୂରକୁ ଚାଲିଯିବାକୁ କୁହାଯାଉଥିଲା। ସୁଟିଙ୍ଗ ଆରମ୍ଭ ପୂର୍ବରୁ ବଙ୍ଗଳାକୁ ଚାରିପଟୁ ନୀଳ ରଙ୍ଗର ପରଦାରେ ଘୋଡ଼ାଇ ଦିଆଯାଉଥିଲା । ବଙ୍ଗଳା ଭିତରେ ସେଟ୍ ଲଗାଯାଉଥିଲା।

କୁନ୍ଦ୍ରାଙ୍କ ହଟସଟ୍ସ ଆପ୍‌

କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଙ୍ଗ ଶେଷ ପରେ ଏଗୁଡ଼ିକୁ ହଟସଟ୍ସ ଆପରେ ପ୍ରସାରଣ କରୁଥିଲେ। ତେବେ ତଦନ୍ତରୁ ଜଣାପଡ଼ିଛି ଯେ କୁନ୍ଦ୍ରା ଆହୁରି ୪ଟି
ପର୍ନୋଗ୍ରାଫିକ ଆପ ସହ ସାମିଲ ଥିଲେ। ଆପଲ ଓ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପକୁ ହଟାଇ ଦିଆଯିବା ପରେ କୁନ୍ଦ୍ରା ଆଉ କିଛି ପର୍ନ ଆପ୍ ତିଆରି କରିଥିଲେ।

ତାହା ଉପରେ ଏବେ ତଦନ୍ତ ଜାରି ରହିଛି । ଏହି ଆପଗୁଡ଼ିକରେ ଏଚଡି ଭିଡିଓ, ହଟ୍ ଫଟୋସୁଟ ଏବଂ କ୍ଷୁଦ୍ର ପର୍ନ ଚଳଚ୍ଚିତ୍ର ପରିବେଷଣ କରାଯାଉଥିଲା।
ଅଡିସନ ବେଳେ ପୋଷାକ ଖୋଲିବାକୁ କୁହାଯାଉଥିଲା। ମୁମ୍ବାଇ ପୁଲିସ ମୁତାବକ କୁନ୍ଦ୍ରାଙ୍କ ପର୍ନ ଫିଲ୍ମରେ ଅଭିନୟ କରୁଥିବା ଅଧିକାଂଶ ଅଭିନେତ୍ରୀ ମୁମ୍ବାଇ ବାହାରର । କ୍ୟାରିୟରକୁ ନେଇ ସେମାନେ ଚିନ୍ତିତ ଥିବା ବେଳେ କୁନ୍ଦ୍ରା ତାହାର ଫାଇଦା ଉଠାଉଥିଲେ ।

ଅଭିନେତ୍ରୀ ଚୟନ ପୂର୍ବରୁ ପ୍ରୋଫାଇଲ ସୁଟ୍ କରାଯାଉଥିଲା ।ସେମାନଙ୍କୁ ଅଡିସନ ବେଳେ ପୋଷାକ ଖୋଲିବାକୁ କୁହାଯାଉଥିଲା । ସୁନ୍ଦର ତଥା ଆକର୍ଷଣୀୟ ବା ସୁଢ଼ଳ ଶରୀର ଥିବା ଯୁବତୀଙ୍କୁ ସର୍ଟଲିଷ୍ଟ କରାଯାଉଥିଲା । ଏଥିପାଇଁ ସ୍ୱତନ୍ତ୍ର ସିଲେକ୍ସନ ଟିମ୍ କାମ କରୁଥିଲା। ଚୟନ ପରେ ଅଭିନେତ୍ରୀମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ସୁଟିଙ୍ଗ୍ ପାଇଁ ଡକାଯାଉଥିଲା । ତେବେ ସୁଟିଙ୍ଗ ସେଟ୍‌ରେ ଅଧିକାଂଶ ମହିଳା କ୍ୟାମେରାମ୍ୟାନ ଓ ମହିଳା ପ୍ରଡ୍ୟୁସର ରହୁଥିଲେ।। ରୁମ୍ ମଧ୍ୟରେ କିଛିଦିନ ଧରି ନର୍ମାଲ ସୁଟିଙ୍ଗ କରାଯାଉଥିଲା ଏହାପରେ ବୋଲ୍ଡ ବା ଅଶ୍ଳୀଳ ଦୃଶ୍ୟ ପାଇଁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା । କଣ୍ଟ୍ରାକ୍ଟ ବଳରେ ସେମାନଙ୍କୁ ବ୍ଲାକମେଲ କରାଯାଉଥିଲା । ଚଳଚ୍ଚିତ୍ର ଛାଡ଼ିଲେ ସେମାନଙ୍କୁ ଜେଲର ପବନ ଖାଇବାକୁ ପଡ଼ିବ ବୋଲି ଧମକ ଦିଆଯାଉଥିଲା । ଫଳରେ ସେମାନେ ବାଧ୍ୟହୋଇ ଏହି ପର୍ନ ଜାଲରେ ଛନ୍ଦି ହୋଇଯାଇଥିଲେ।

ଭିଡଓି କୁ ପୃଥକ ପୃଥକ ଆପ୍‌ରେ ଛଡ଼ାଯାଉଥିଲା

ଜଣେ ଅଭିନେତ୍ରୀଙ୍କ ମୁତାବକ ତାଙ୍କର ଅଶ୍ଳୀଳ ଭିଡିଓକୁ ‘ହିଟ୍ ଆଣ୍ଡ୍ ହଟ୍‌’ ନାମକ ଏକ ଆପ୍‌ରେ ଅପ୍‌ଲୋଡ କରାଯାଉଥିଲା । ଏଥିରେ ୨୦୦ ଟଙ୍କାର
ସବସ୍କ୍ରିପସନ ଚାର୍ଜ ଦେବାକୁ ପଡୁଥିଲା । ଚାର୍ଜ ଦେବା ପରେ ଏହି ଭିଡିଓ ଦେଖିବାକୁ ସୁଯୋଗ ମିଳୁଥିଲା । ଅଭିନେତ୍ରୀ ଜଣକ ଏ ନେଇ ପୁଲିସରେ ଅଭିଯୋଗ
କରିବା ପରେ ମାମଲା ରୁଜୁ ହୋଇଥିଲା। ଅଭିନେତ୍ରୀ ଜଣକ କହିଛନ୍ତି ଯେ ତାଙ୍କର ଅନେକ ଭିଡିଓ ଟେଲିଗ୍ରାମରେ ମଧ୍ୟ ପ୍ରସାରଣ କରାଯାଇଥିଲା। ଏହି ଘଟଣାରେ ଅତିଷ୍ଠ ହୋଇ ଅଭିନେତ୍ରୀ ଜଣକ ଶେଷରେ ମୁମ୍ବାଇ ଛାଡ଼ି ଦେଇଥିଲେ।

ଜେରା ବେଳେ ସେର୍ଲିନ ଚୋପ୍ରାଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ପର୍ନ ମାମଲାରେ ମୁମ୍ବାଇ ପୁଲିସ ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କୁ ସମନ ଜାରି କରିଥିଲା। ଏହାପରେ ସେ ଗତ ମଙ୍ଗଳବାର ମୁମ୍ବାଇ ପୁଲିସ ନିକଟରେ ହାଜର
ହୋଇଥିଲେ। ଜେରା ବେଳେ ସେ କହିଥିଲେ ଯେ କୁନ୍ଦ୍ରା ତାଙ୍କୁ ଦିନେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ । ଏହାପରେ ୨୦୨୧ ଏପ୍ରିଲରେ ସେ କୁନ୍ଦ୍ରାଙ୍କ
ବିରୋଧରେ ଅଭିଯୋଗ କରିଥିଲେ। ନିଜ ଅଭିଯୋଗରେ ସେର୍ଲିନ ଦର୍ଶାଇଥିଲେ ଯେ ତାଙ୍କୁ ଦିନେ ବିଜନେସ ମିଟିଙ୍ଗ ପାଇଁ କୁନ୍ଦ୍ରା ଡକାଇ ପଠାଇଥିଲେ । ସେ ଆସି ପହଞ୍ଚିଥିଲେ। କିନ୍ତୁ କିଛି ସମୟ ପରେ କୁନ୍ଦା ତାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ। ଜଣେ ବିବାହିତ ବ୍ୟକ୍ତିଙ୍କ ସହ ଏଭଳି କିଛି କରିବେ ନାହିଁ ବୋଲି ସେର୍ଲିନ କହିବାରୁ କୁନ୍ଦ୍ରା ନିଜକୁ ରୋକି ନ ଥିଲେ। ବରଂ କୁନ୍ଦ୍ରା ନିଜ ପତ୍ନୀ ଶିଳ୍ପାଙ୍କୁ ନେଇ ଖୁସି ନ ଥିବା କହିଥିଲେ । ଘରେ ସେ ସବୁବେଳେ ଅବସାଦରେ
ରହୁଥବା କୁନ୍ଦ୍ରା କହିଥିଲେ । ତେବେ ସେର୍ଲିନ ଏହି ସମୟରେ ତାଙ୍କୁ ଚୁମ୍ବନ ନ କରିବାକୁ କହିବାରୁ ସେ ଛାଡ଼ି ନ ଥିଲେ । ଏହାପରେ ସେର୍ଲିନ ତାଙ୍କୁ ଠେଲିଦେଇ ୱାସରୁମ ମଧ୍ୟରେ ପଶିଯାଇଥିଲେ। ପର୍ନ ମାମଲାରେ ଗିରଫ ଭୟରେ ସେର୍ଲିନଙ୍କ ପକ୍ଷରୁ ହୋଇଥିବା ଜାମିନ ଆବେଦନକୁ କୋର୍ଟ ଗ୍ରହଣ କରି ଆଗୁଆ ଜାମିନ ଦେଇଛନ୍ତି।

ମୁମ୍ବାଇ ଏସପ୍ଲାନେଡ୍ କୋର୍ଟରେ ଜାମିନ ଆବେଦନ ଖାରଜ

ପର୍ନ ମାମଲାରେ ଜାମିନ ପାଇଁ ରାଜ କୁନ୍ଦ୍ର କରିଥିବା ଆବେଦନକୁ ମୁମ୍ବାଇର ଏସପ୍ଲାନେଡ କୋର୍ଟ ଖାରଜ କରିଦେଇଛନ୍ତି। କୁନ୍ଦ୍ରାଙ୍କ ସମେତ ରୟାନ ଥୋର୍ପଙ୍କ
ଜାମିନ ଆବେଦନ ବି ଖାରଜ ହୋଇଯାଇଛି। ମୁମ୍ବାଇ ପୁଲିସ ହାତରେ ପ୍ରତିଦିନ ନୂଆ ନୂଆ ପ୍ରମାଣ ପଡୁଥିବାରୁ ସେମାନଙ୍କୁ ଅଧିକ ଜେରା ଆବଶ୍ୟକ ବୋଲି
କୁହାଯାଇଥିଲା। ଜୁଲାଇ ୨୭ ତାରିଖରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଜୁଲାଇ ୧୯ରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ଏହାପରେ ଜୁଲାଇ ୨୭ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତରେ ପଠାଯାଇଥିଲା । ପୁଣି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତ ପଠାଯାଇଛି।

କାନପୁରରେ କୁନ୍ଦ୍ରାଙ୍କ ଦୁଇ ବ୍ୟାଙ୍କ ଖାତା ଜବତ

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ମାମଲାର ଚେର କାନପୁର ପର୍ଯ୍ୟନ୍ତ ଲମ୍ବିଛି । ମାମଲାରେ ମୁମ୍ବାଇ ପୁଲିସର ଅପରାଧ ଶାଖା କୁନ୍ଦ୍ରାଙ୍କ ଦୁଇଟି ବ୍ୟାଙ୍କ ଖାତା ଜବତ କରିଛି । ଏହି ଖାତା କାନପୁରସ୍ଥିତ ଏସବିଆଇରେ ରହିଛି । ବ୍ୟାଙ୍କ ଅଧିକାରୀମାନେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ମୁତାବକ ଉଭୟ ଖାତାରେ କୋଟି କୋଟି ଟଙ୍କା କାରବାର ହେଉଥିଲା । ସୂତ୍ର ମୁତାବକ ଅରବିନ୍ଦ ଶ୍ରୀବାସ୍ତବ କୁନ୍ଦ୍ରାଙ୍କ ପ୍ରଡକ୍ସନ କମ୍ପାନି ପରିଚାଳନା କରୁଥିଲେ ଏବଂ ଟଙ୍କା ଅରବିନ୍ଦଙ୍କ ପତ୍ନୀ ହର୍ଷିତାଙ୍କ ଖାତାକୁ ଟ୍ରାନ୍ସଫର କରାଯାଉଥିଲା।ତାଙ୍କ ପିତା ଏନ.ପି. ଶ୍ରୀବାସ୍ତବଙ୍କ ଅନୁସାରେ ଅରବିନ୍ଦ ଦୁଇବର୍ଷ ହେଲା ଘରେ ନ ଥିଲେ। ୨୦୨୧ ଫେବ୍ରୁଆରିରେ ମୁମ୍ବାଇ ପୁଲିସ ଅରବିନ୍ଦଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରିଥିଲା।

୧୨୧ ଏରୋଟିକ ଭିଡିଓ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଥିଲା

ତଦନ୍ତ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ କୁନ୍ଦ୍ରା ୧୨୧ ଏରୋଟିକ ଭିଡିଓ ବିକ୍ରି କରିବାକୁ ଯୋଜନା କରୁଥିଲେ । ଏଥିପାଇଁ ତାଙ୍କର ଏକ ବଡ଼ ଡିଲକୁ ନେଇ
କଥାବାର୍ତ୍ତା ଜାରି ରହିଥିଲା। ଏହି ଚୁକ୍ତିରେ କୋଟି କୋଟି ଟଙ୍କା ଆୟ କରିଥାନ୍ତେ କୁନ୍ଦ୍ରା। ଏବେ ୟେସ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଅଫ ଆଫ୍ରିକାରେ କୁନ୍ଦ୍ରାଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରାଯାଉଛି। ଘଟଣାରେ ଫେମା ଏବଂ ପିଏମଏଲଏ ପ୍ରସଙ୍ଗ ଜଡ଼ିତ ଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଚାର୍ଜସିଟ ମୁତାବକ କୁନ୍ଦ୍ରା ୨୦୨୩ ସୁଦ୍ଧା ଅଶ୍ଳୀଳ ଚଳଚ୍ଚିତ୍ରରୁ ୩୪ କୋଟି ଟଙ୍କା ଆୟ ପାଇଁ ଲକ୍ଷ୍ୟ ରଖିଥିଲେ । ୨୦୨୩-୨୪ ଆର୍ଥିକବର୍ଷ ପାଇଁ ୧୪୬ କୋଟି
ଟଙ୍କାର ରୋଜଗାର ଲକ୍ଷ୍ୟ ଥିଲା।

କୁନ୍ଦ୍ରା, ଶିଳ୍ପାଙ୍କ ବିରୋଧରେ ଇନସାଇଡର ଟ୍ରେଡିଙ୍ଗ ମାମଲା

ପର୍ନ ଫିଲ୍ମ ବିବାଦ ପରେ ଏବେ କୁନ୍ଦ୍ରା ଓ ଶିଳ୍ପାଙ୍କ ବିରୋଧରେ ଇନସାଇଡର ଟ୍ରେଡିଙ୍ଗ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ଉପରେ ବଜାର ନିୟାମକ ସେବି ୩ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି । ଭିଆନ୍ ଇଣ୍ଡଷ୍ଟ୍ରିଜ୍‌କୁ ବି ଏଥିରେ ସାମିଲ କରାଯାଇଛି । ଇନସାଇଡର ଟ୍ରେଡିଙ୍ଗ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ସେବି ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୫ରେ କୁନ୍ଦ୍ରାଙ୍କ ଭିଆନ ଇଣ୍ଡଷ୍ଟ୍ରିଜ ୪ ଜଣଙ୍କୁ ୫ ଲକ୍ଷ ସେୟାର ଆବଣ୍ଟନ
କରିଥିଲା। ଏହାବ୍ୟତୀତ ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ୨.୫୭ କୋଟି ଟଙ୍କାର ସେୟାର ଦିଆଯାଇଥିଲା। ଦେଣନେଣ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଥିବାରୁ ଏ
ବାବଦରେ ଜଣାଇବାର ଥିଲା । କିନ୍ତୁ ସେମାନେ ୩ ବର୍ଷ ବିଳମ୍ବ ଜଣାଇଥିବାରୁ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.