ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସୁନାଝିଅ ସିନ୍ଧୁ

0

ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ ଦେଖାଦେଇଛି । ସିନ୍ଧୁ ହେଉଛନ୍ତି ପ୍ରଥମ ମହିଳା ଯିଏ ଲଗାତର ଦ୍ୱିତୀୟ ଥର ଅଲିମ୍ପିକ୍ସର ପଦକ ଜିତିଛନ୍ତି । ସିନ୍ଧୁଙ୍କ ଏହି ବିଜୟ ପରେ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିନ୍ଧୁଙ୍କ ଶୁଭେଚ୍ଚା ଜଣାଇଛନ୍ତି ।

ସେମିଫାଇନାଲରେ ପରାସ୍ତ ପରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିଲା ମ୍ୟାଚ । ଏଥିରେ ଦମଦାର ପ୍ରଦର୍ଶନ କରିଥିଲେ ପିଭି ସିନ୍ଧୁ । ବିଙ୍ଗ ଜିଆଉଙ୍କୁ ସିଧାସଳଖ ଦୁଇଟି ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ୨୧-୧୩ ଜିତିଥିଲେ ପିଭି ସିନ୍ଧୁ । ସେହିପରି ଦ୍ୱିତୀୟ ସେଟରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଦ୍ୱିତୀୟ ସେଟରେ ୨୧-୧୫ ବାଜିମାତ କରିଛନ୍ତି ସିନ୍ଧୁ ।

ଅଲିମ୍ପିକ୍ସ ଆରମ୍ଭରୁ ହିିଁ ପ୍ରତିଟି ମ୍ୟାଚରେ ପିଭି ସନ୍ଧୁ ଜବରଦସ୍ତ ପ୍ରଦର୍ଶନ କରିଆସିଥିଲେ । ସେମିଫାଇନାଲ ପର୍ଯ୍ୟନ୍ତ ଗୋଟିଏ ବି ସେଟରେ ହାରିନଥିଲେ । ହେଲେ ସେମିଫାଇନାଲରେ କଡା ଟକ୍କର ଦେବା ସତ୍ୱେ ମଧ୍ୟ ପରାଜୟର ସାମନା କରିବାକୁ ପଡିଥିଲା । ସେମିଫାଇନାଲରେ ସିନ୍ଧୁଙ୍କୁ ଚାଇନିଜ ତାଇପେଇର ଟ.ୱାଇ ତାଇ ପରାସ୍ତ କରିଥିଲେ । ଏହା ପରେ ବୋଞ୍ଜ ପଦକ ପାଇଁ ଆରମ୍ଭ ହୋଇଥିଲା ଲଢେଇ । ବ୍ରୋଞ୍ଜ ପଦକ ପାଇଁ ଚୀନର ବିଙ୍ଗ ଜିଆଉଙ୍କ ଓ ସିନ୍ଧୁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସିନ୍ଧୁ ଦୁଇଟି ସେଟରେ ରୋମାଚଂକର ପ୍ରଦର୍ଶନ କରି ପଦକ ହାତେଇଛନ୍ତି । ଏହା ପୂର୍ବରୁ ଭାରୋ ଳନରେ ମୀରାବାଈ ଚାନୁ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

Leave A Reply

Your email address will not be published.