ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ନୁହେଁ

0
  • ଅଗଷ୍ଟ ଆରମ୍ଭରୁ କରୋନା ଗ୍ରାଫ୍‌କୁ ନେଇ ସାମ୍ନାକୁ ଆସିଲା ଫେଣ୍ଟାଫେଣ୍ଟି ଚିତ୍ର
  • ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୦୦ ଟପିଲା
  • ସଂକ୍ରମଣ ହାର ୧.୫୩କୁ ଖସିଲା, ଖୋର୍ଦ୍ଧାରେ ୨୩୭ ପଜିଟିଭ୍

ଭୁବନେଶ୍ବର: ଅଗଷ୍ଟ ଆରମ୍ଭରୁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ ଦୁଇ ଦିନ ହେବ କରୋନା ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ଖସିଛି। ଏଥିସହିତ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ୧୬ରୁ ଅଧିକ ଜିଲ୍ଳାରେ ଟିପିଆର ୧ ପ୍ରତିଶତ ତଳେ ଥିବା ବେଳେ ୧୨ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କ ରହିଛି। କେବଳ କଟକ ଓ ଖୋର୍ଦ୍ଧାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆପଡାରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୦୦ ଅତିକ୍ରମ କରିଛି।

୨୪ ଘଣ୍ଟାରେ ୬୭ ହଜାର ୧୩୧ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ହଜାରେ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୫୦୦ ଉପରେ
ସଂକ୍ରମିତଙ୍କ ସଂଖ୍ୟା ଥିବା ବେଳେ ଆଜି ଏହା ହଜାରକୁ ଖସିଛି। ଅର୍ଥାତ ଦିନକରେ ୫୦୦ ହ୍ରାସ ପାଇଛି । ସଂକ୍ରମଣ ହାର ରହିଛି ୧.୫୩% । ଖୋର୍ଦ୍ଧାରେ ସଂକ୍ରମିତ ସଂଖ୍ୟା କମିଛି । ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହପରି ଅନୁଗୁଳର ୪୮,ବାଲେଶ୍ୱରରୁ ୩୬, ଭଦ୍ରକରୁ ୪୭,ଢେଙ୍କାନାଳରୁ ୨୫,ଜଗତସିଂହପୁରରୁ ୮୨, ମୟୂରଭଂଜରୁ ୨୦, ପୁରୀରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୭୯ ହଜାର ୭୩୭ରେ ପହଞ୍ଚିଛି। ସେହିପରି ଆଉ ୬୭ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୃତ୍ୟୁସଂଖ୍ୟା ୬ ହଜାର ୩୩କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆଖିବୁଜିଥିବା ବେଳେ ସୁନ୍ଦରଗଡରୁ ୧୧ ଜଣ, କଟକରୁ ୧୦ ଜଣ, ପୁରୀରୁ ୬ ଜଣ, ଢେଙ୍କାନାଳରୁ ୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗଂଜାମ, ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଁଏ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନୁଗୁଳ, ଭଦ୍ରକ ଜିଲ୍ଲାରୁ ୩ ଜଣ ଲେଖାଁଏ,ବାଲେଶ୍ୱର, ଝାରସୁଗୁଡା,କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଁଏ, ବରଗଡ, ଯାଜପୁର ଓ କେନ୍ଦଝର ଜିଲ୍ଲାରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.