ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଦରମା ବଢିଲେ ‘ମୋ ବସ’ ଗଡ଼ିବ

0

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟରେ ‘ମୋ ବସ’ ଗଡିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ଆଜି ଭୁବନେଶ୍ୱରରେ ଗଡିବନି । ଦରମା ବୃଦ୍ଧି ପାଇଁ ‘ମୋ ବସ’ ଡ୍ରାଇଭର ସମେତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଥିବାରୁ ବସ ଚଳାବଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଡିପୋରୁ ୧୨୮ ‘ମୋ ବସ’ ଗଡୁନି।

ଆନ୍ଦୋଳନ କରୁଥିବା ‘ମୋ ବସ’ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ବଢିବାରେ ଲାଗିଛି। ପେଟ୍ରୋଲ ମଧ୍ୟ
ଶହେ ଟପିଲାଣି। ୧୨ ହଜାର ଟଙ୍କା ଦରମା ମିଳୁଥିବା ବେଳେ ଏବେ ଦିନକୁ ୮ ଘଣ୍ଟା ହିସାବରେ ୨୬ ଦିନକୁ ୧୮ ହଜାର ଟଙ୍କା ଦରମା ଦେବାକୁ ସେମାନେ ଦାବି କରିଛନ୍ତି । ଏନେଇ ସରକାର ଲିଖିତି ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.