ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଦରମା ବଢିଲେ ‘ମୋ ବସ’ ଗଡ଼ିବ

0

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟରେ ‘ମୋ ବସ’ ଗଡିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ଆଜି ଭୁବନେଶ୍ୱରରେ ଗଡିବନି । ଦରମା ବୃଦ୍ଧି ପାଇଁ ‘ମୋ ବସ’ ଡ୍ରାଇଭର ସମେତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଥିବାରୁ ବସ ଚଳାବଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଡିପୋରୁ ୧୨୮ ‘ମୋ ବସ’ ଗଡୁନି।

ଆନ୍ଦୋଳନ କରୁଥିବା ‘ମୋ ବସ’ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ବଢିବାରେ ଲାଗିଛି। ପେଟ୍ରୋଲ ମଧ୍ୟ
ଶହେ ଟପିଲାଣି। ୧୨ ହଜାର ଟଙ୍କା ଦରମା ମିଳୁଥିବା ବେଳେ ଏବେ ଦିନକୁ ୮ ଘଣ୍ଟା ହିସାବରେ ୨୬ ଦିନକୁ ୧୮ ହଜାର ଟଙ୍କା ଦରମା ଦେବାକୁ ସେମାନେ ଦାବି କରିଛନ୍ତି । ଏନେଇ ସରକାର ଲିଖିତି ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.