ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସୂର୍ଯ୍ୟମନ୍ଦିର ଖୋଲିଲା..ଶ୍ରୀମନ୍ଦିର କେବେ?

0

ଭୁବନେଶ୍ବର: ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ବା ତାଲାଖୋଲା ପ୍ରକ୍ରିୟା। ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା। ସରକାରଙ୍କ ନୂଆ ଗାଇଡଲାଇନ ପରେ ଆଜି ସକାଳୁ ସକାଳୁ ପାର୍କ, ମନ୍ଦିର ଓ ମଲ ଖୋଲିଛି। ସରକାର କହିଛନ୍ତି, ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବେ। ଆଜିଠୁ ସକାଳୁ ଖୋଲିଛି କୋଣାର୍କ ସୂର୍ଯ୍ୟମନ୍ଦିର। ସ୍ୱତନ୍ତ୍ର ଏସଓପିରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। କରୋନା କଟକଣା ମାନି କୋଣାର୍କ ବୁଲିପାରିବେ ପର୍ଯ୍ୟଟକ।

ଦୈନିକ ୨ ହଜାର ପର୍ଯ୍ୟଟକ ସୂଯ୍ୟମନ୍ଦିର ଦର୍ଶନ କରିପାରିବେ। ଏଥିପାଇଁ ଅନଲାଇନ ଟିକେଟର ବ୍ୟବସ୍ଥା ହୋଇଛି। ଗାଇଡ଼ ଓ ଫଟୋଗ୍ରାଫରଙ୍କ ମନ୍ଦିର
ଭିତରେ ପ୍ରବେଶ ନେଇ କଟକଣା ରହିଛି। ଏଏସଆଇ ସୁପରିଟେଣ୍ଡେ ଅରୁଣ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ଏଥିସହିତ ମହାମାରୀ କରୋନା ପାଇଁ ଗତ ୩ ମାସ ପରେ ଆଜି ପର୍ଯ୍ୟଟକ ଓ ସ୍ଥାନୀୟ ଶ୍ରଦ୍ଧାଳୁ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରୁଛନ୍ତି।

ସେପଟେ କୋଣାର୍କ ଖୋଲିଥିବା ବେଳେ ଖୁବ ଶୀଘ୍ର କରୋନା କଟକଣା ଭିତରେ ଶ୍ରୀମନ୍ଦିର ଖୋଲିପାରେ। ଏନେଇ ଅଗଷ୍ଟ ୪ରେ ଏକ ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଅଗଷ୍ଟ ୧୫ ତାରିଖ ପରେ ଯେ କୌଣସି ଦିନ ଶ୍ରୀମନ୍ଦିର ଖୋଲିପାରେ। ୧୬ ତାରିଖରେ ଖୋଲିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେ ଭକ୍ତ ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠିଲେଣି। ତେବେ କିଭଳି ଦର୍ଶନ ହେବ, କେତେ ଶ୍ରଦ୍ଧାଲୁ ପ୍ରତ୍ୟହ ଦର୍ଶନ କରିବେ, ସେ ନେଇ ଏସଓପି ନିର୍ଧାରଣ ପରେ ପ୍ରଶାସନ ପଦକ୍ଷେପ ନେବ ବୋଲି ସୂଚନା ମିଳୁଛି। କୋଭିଡ କଟକଣା ଭିତରେ ସମୁଦ୍ରକୂଳରେ ଲୋକମାନେ ବୁଲିପାରିବେ ବୋଲି ଅନୁମତି ମିଳିବା ପରେ ଆଜିଠାରୁ ପୁରୀ ପୁଣି ଥରେ ଚଳଚଞ୍ଚଳ ହେବ ବୋଲି ଆଶା କରାଯାଉଛି।

ସେହିପରି ଆସନ୍ତାକାଲିଠାରୁ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଓ ସମଲେଶ୍ୱରୀ ମନ୍ଦିର ଖୋଲିବ। କାଲିଠାରୁ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କେବଳ ମନ୍ଦିର ବିଶୋଧନ ଓ ରକ୍ଷଣାବେକ୍ଷଣ ଲାଗି ସୋମବାର ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ।

ସେହିଭଳି ଆସନ୍ତା ୫ ତାରିଖରୁ କୋଭିଡ କଟକଣା ଭିତରେ ଖୋଲିବ ଭିତରକନିକା ଅଭୟାରଣ୍ୟ। ହେଲେ ଅଭୟାରାଣ୍ୟରେ ରାତ୍ରିଯାପନ କରିପାରିବେନି
ପର୍ଯ୍ୟଟକ। ଡାଙ୍ଗମାଳ, ଖେଳା ଓ ଗୁପ୍ତି ଦେଇ ଭିତରକନିକା ଯିବେ ପର୍ଯ୍ୟଟକ।

Leave A Reply

Your email address will not be published.