ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ବିନା ପରୀକ୍ଷାରେ ରେକର୍ଡ ପାସହାର । ପାସହାର ରହିଛି ୯୯.୦୪% । ୨ଟି ୱେବସାଇଟରେ ରେଜଲ୍ଟ ଉପଲବ୍ଧି ହେଉଛି ।ସିବିଏସଇ ଡଟ ଏନଆଇସି ଡଟ ଇନ ଓ ସିବିଏସଇ ଡଟଜ ଜିଓଭି ଡଟ ଇନରେ ରେଜଲ୍ଟ ଉପଲବ୍ଧହେଉଛି । ପାସ ହାର ରହିଛି । ଦଶମ ପରୀକ୍ଷା ପାଇଁ ରେଜଷ୍ଟ୍ରେସନ କରିଥିଲେ ୨୦ ଲକ୍ଷ ୯୭ ହଜାର ୧୨୮ ଛାତ୍ରଛାତ୍ରୀ । ପାସ କରିଛନ୍ତି ୨୦ ଲକ୍ଷ ୭୬ ହଜାର ୯୯୭ ଜଣ । ପୁଅଙ୍କତୁଳନାରେ ଝିଅଙ୍କ ପାସହାର ଅଧକ ରହିଛି । ଓଡିଶାରୁ ଦେଇଥିଲେ ୪୩ ହଜାର ୬୩୦ ଜଣ ପରୀକ୍ଷା । ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ । ଫଳାଫଳକୁ ନେଇ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଅଛନ୍ତି ।
ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତି ପାଇଁ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଏହି ପ୍ୟାନେଲ ବିକଳ୍ପ ମୂଲ୍ୟାୟନ ନେଇ ନିଷ୍ପତ୍ତି ନେଇଥିଲେ । ୪୦-୩୦-୨୦ ଏହି ଆଧାରରେ ଫଳ ପ୍ରକାଶ ପାଇଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସିବିଏସଇ ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଥିଲା। ବିନା ପରୀକ୍ଷାରେ ଏଥର ରେଜଲ୍ଟ ବାହାରିଛି ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ