ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭିଜିଲାନ୍ସ ବାହାର କରିବ ଭିତିରି କଥା

0

ଭିଜିଲାନ୍ସ ବାହାର କରିବ ଭିତିରି କଥା । ପିଏସ ବିରଞ୍ଚି ସାହଙ୍କୁ ଗିରଫ ସହ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ପରେ ଭିିଜିଲାନ୍ସ ରାଡାରରେ ଆସିଛି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ । ଆଜି ଓଏସଏସସି ଅଫିସରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୨ ଜଣିଆ ଟିମ୍ ଓଏସଏସସି ଅଫିସରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ଟିକିନିକି ତଥ୍ୟ ସଂଗ୍ରହ କରୁଛି । ଏହାସହ କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ।


ପୂର୍ବରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରିବା ସହ ପୁଳା ପୁଳା ଟଙ୍କା ଓ ଦେଢ କେଜି ସୁନା ଅଳଙ୍କାର ଜବତ କରିଥିଲା । ଏହାସହ ବିରଞ୍ଚିଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ସର୍ମ୍ପକୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରିଥିଲା । ଆଉ ଏହି ଘଟଣା ପରେ ପିଏସ ବିରଞ୍ଚିଙ୍କୁ ଗିରଫ ସହ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ତେବେ କେବଳ ବିରଞ୍ଚି ନୁହଁନ୍ତି ଓଏସଏସସି ଅଫିସରେ ନିଯୁକ୍ତି ନାଁରେ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ଆଉ ଏହି ଦୁର୍ନୀତିର ମୂଳ କେଉଁଠି ତାହାକୁ ଧରିବାକୁ ଓଏସଏସସି ଅଫିସରେ ଭିଜିଲାନ୍ସର ପାଦ ପଡିଛି ।


ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନରେ ବର୍ଷ ବର୍ଷ ଧରି ଚାଲିଛି କି ନିଯୁକ୍ତି ଦୁର୍ନୀତି ? ବିରଞ୍ଚିଙ୍କ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି । ଏପରିକି ଜଣେ ଚାକିରୀ ଆଶୟୀ ଭିଜିଲାନ୍ସରେ ପହଞ୍ଚିବା ପରେ ଏଭଳି ସନ୍ଦେହ ଆହୁରି ଘନୀଭୂତ ହୋଇଛି । ୨୦୧୧ ମସିହାରେ ଜୁନିଅର ଆସିଷ୍ଟାଣ୍ଡ ପଦବୀ ପାଇଁ କିଭଳି ଦୁର୍ନୀତି ହୋଇଥିଲା, ସେ ନେଇ ଆରଟିଆଇ ତଥ୍ୟ ଧରି ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଚିନ୍ମୟ ରାଉତ । ନିର୍ଦ୍ଧାରିତ ନମ୍ବର ଠାରୁ ଅଧିକ ନମ୍ବର ରଖି ମଧ୍ୟ ସେ ଚାକିରିରୁ ବଞ୍ଚିତ ହେଇଥିବା କହିଛନ୍ତି । ନିର୍ଦ୍ଧାରିତ ନମ୍ବର ୧୭୫ ଥିବା ବେଳେ ଉକ୍ତ ପରୀକ୍ଷାର୍ଥୀ ୧୭୭. ୨୫ ନମ୍ବର ରଖିଥିଲେ । ଏହାସତ୍ତେ୍ୱ ମଧ୍ୟ ସେ ଚାକିରୀରୁ ବଞ୍ଚିତ ହୋଇଛନ୍ତି । ତେଣୁ ଓଏସଏସସିରେ ମେଧାବୀ ପରୀକ୍ଷାର୍ଥୀଙ୍କୁ ଚାକିରି ନ ଦେଇ ଲାଞ୍ଚ କାରବାର ମାଧ୍ୟମରେ ଅନ୍ୟ ପରୀକ୍ଷାର୍ଥୀଙ୍କୁ ଚାକିରି ମିଳୁଥିବା ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.