ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି

0

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି ଟଙ୍କାର ଅନୁଦାନ । ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତର ରଖିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି ଟଙ୍କା । କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଭିଯାନରେ ୩୯୫.୪୨ କୋଟି ଟଙ୍କା ଦେଇଛନ୍ତି ବୋଲି ସଂସଦରେ ଲିଖିତ ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରୁସା ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ମହାବିଦ୍ୟାଳୟ ଗୁଡ଼ିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ତଥା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭିତିଭୂମିର ବିକାଶ । ଡିଗ୍ରୀ କଲେଜକୁ ଆଦର୍ଶ ଡ଼ିଗ୍ରୀ କଲେଜ ଭାବରେ ବିକଶିତ, ନୂତନ ମଡ଼େଲ ଡିଗ୍ରୀ କଲେଜ୍ ସ୍ଥାପନା ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ଅଂଶର ୩୯୫.୪୨ କୋଟି ଅନୁଦାନ ଓଡ଼ିଶାକୁ ଦିଆଯାଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ରୁସା ଅଧିନରେ ଅନୁଗୁଳର ୫ ଶିକ୍ଷାନୁଷ୍ଠାନ, ବଲାଙ୍ଗୀରରେ ୪ଟି, ବାଲେଶ୍ୱରରେ ୧୪, ବରଗଡ଼ରେ ୫, ବୌଦ୍ଧରେ ୨, ଭଦ୍ରକରେ ୪, କଟକରେ ୧୧, ଦେବଗଡ଼ରେ ୨, ଢ଼େଙ୍କାନାଳ ୬, ଗଜପତି ୪, ଗଞ୍ଜାମ ୧୦, ଜଗତସିଂହପୁର ୪, ଯାଜପୁରରେ ୭, ଜୟପୁରରେ ଗୋଟିଏ, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୫, କନ୍ଧମାଳରେ ୪, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୧୬, କୋରାପୁଟରେ ୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ଗୋଟିଏ, ନୟାଗଡ଼ରେ ୪, ନୂଆପଡ଼ାରେ ୩, ପୁରୀରେ ୫, ରାୟଗଡ଼ାରେ ୩, ସମ୍ବଲପୁରରେ ୬, ସୋନପୁରରେ ୨, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୫ଟି ଶିକ୍ଷାନୁଷ୍ଠନକୁ ରୁସା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.