ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!

0

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ। ରାଜନୀତିର ମଙ୍ଗ ଧରାଇଦେଲେ। ସେବେଠୁ ସେ କ୍ଷମତାରେ ଅଛନ୍ତି। ପରାଜୟ ତ ଦୂରର କଥା, ପଛକୁ ଫେରି ଚାହିଁନାହାନ୍ତି। ବାପା ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୁଇ ଦଶନ୍ଧି କାଳ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ପୁଅ କିନ୍ତୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି, ଲୋକପ୍ରିୟତା ବଢୁଛି ପଛେ, କମୁନି। ଏବେ ଓଡ଼ିଶାରେ ତ ଲୋକପ୍ରିୟ, ଭାରତ ବର୍ଷରେ ବି ଅଦ୍ବିତୀୟ ନେତା ଭାବେ ନିଜର ପ୍ରତିଷ୍ଠାକୁ ବହୁଗୁଣିତ କରୁଛନ୍ତି, ନିଜ ରେକର୍ଡକୁ ନିଜେ କାଟି ଆଗକୁ ବଢୁଛନ୍ତି।

ହଁ, ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ହିଁ କହୁଛୁ। ଆଜି ଏହି କଥାଟି ପୁଣି ଥରେ ଏଇଥିପାଇଁ ଆଲୋଚନା ହେବାର କାରଣ ହେଉଛି, ନବୀନ ଯେଉଁଠି ହାତ ରଖୁଛନ୍ତି, ସେଥିରେ କେବଳ ସଫଳତା ହିଁ ସଫଳତା। ଆଉ ଯାହାକୁ ଟିକେ ଆଡଆଖିରେ ଚାହୁଁଛନ୍ତି, ତାଙ୍କୁ ବିଫଳତାର ପାହାଡ ମାଡି ବସୁଛି।

ଏଇ ଦେଖୁନାହାନ୍ତି, ଏକଦା ସ୍କୁଲ ହକି ଖେଳର ଗୋଲ କିପର ଆଗକୁ ଆସି ଭାରତ ହକି ଦଳର ପୃଷ୍ଠପୋଷକତା ଦାୟିତ୍ବ ନେଲେ। ୨୦୧୮ ଫେବ୍ରୁଆରି ମାସରେ ଯେବେ ନବୀନ ଏ ସଂପର୍କରେ ଘୋଷଣା କଲେ, ସେବେ ଏହି ଖବରଟି ଭାରତ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ଗୋଟିଏ ପ୍ରାଦେଶିକ ସରକାର ଭାରତ ବର୍ଷର ଗୋଟିଏ ଖେଳର ପୃଷ୍ଠପୋଷକତା କରିବ, ଏକଥା କେହି ଅନୁମାନ ଲଗାଇ ପାରିନଥିଲେ। ପାଞ୍ଚ କି ଦଶ କୋଟି ନୁହେଁ, ପୂରା ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ନବୀନ ପ୍ରସ୍ତୁତ ହୋଇ ଏହି ନିଷ୍ପତ୍ତି ନେଇଥିଲେ। ପାଞ୍ଚବର୍ଷ ପାଇଁ ହକି ଟିମ୍ ଦାୟିତ୍ବ ନେଇଗଲା ଓଡ଼ିଶା।

ଓଡ଼ିଶା ମାଟିରୁ ଅର୍ଥାତ୍ କଳିଙ୍ଗ ଷ୍ଟାଡିୟମରୁ ୨୦୧୯ ନଭେମ୍ବର ୧ ଓ ୨ ତାରିଖରେ ଉଭୟ ଦଳ ଟୋକିଓ ଅଲମ୍ପିକ୍ସରେ ଭାଗ ନେବା ପାଇଁ କ୍ବତିତ୍ବ ଅର୍ଜନ କରିଥିଲେ। ଅର୍ଥାତ୍ କଳିଙ୍ଗ ମାଟିରୁ ହିଁ ଭାରତର ହକି ଟିମ୍ ଟୋକିଓ ପାଇଁ ଟିକେଟ୍ କାଟିଥିଲା। ଓଡ଼ିଶାରୁ ଆରମ୍ଭ ହୋଇଥିଲା ବିଜୟ ଯାତ୍ରା। ଏବେ ଏହି ଟିମ୍ ଧୀରେ ଧୀରେ ଆଗକୁ ବଢୁଛି। ଏଥିରେ ଓଡ଼ିଶାର ପ୍ରତ୍ୟକ୍ଷ ଯୋଗଦାନ ବି ରହିଛି। ପୁରୁଷ ଟିମରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଅଛନ୍ତି ଓ ଅମିତ ରୋହୀଦାସ ବି। ସେହିଭଳି ମହିଳା ଟିମରେ ଦୀପ ଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ।

ସେପଟେ ନବୀନଙ୍କର ଦୂରଦୃଷ୍ଟି ଆଜି ବିଶ୍ବରେ ଓଡ଼ିଶାର ନାମକୁ ବହୁ ଉଚ୍ଚକୁ ନେଇଯାଇଛି। ଭାରତ ହକି ତାରକମାନେ ଯେବେ ପଡିଆରେ ସଂଘର୍ଷ କରୁଛନ୍ତି, ତାଙ୍କ ଜର୍ସିରେ ଚିକ୍ ଚିକ୍ କରୁଛି ଓଡ଼ିଶାର ନାଁ।. କେବଳ ସେତିକି ନୁହେଁ, ଆଜି ଚାରିଦଶନ୍ଧି ପରେ ଭାରତ ପୁରୁଷ ଓ ମହିଳା ହକି ଦଳ ଉଭୟ ସେମି ଫାଇନାଲରେ ପହଞ୍ଚିଛି। ଏଭଳି ଏକ ସୁଖଦ ମୁହୂର୍ତ ଭାରତ ବର୍ଷର ହକି କ୍ଷେତ୍ରରେ ବା ଇତିହାସରେ କେବେ ବି ଦେଖା ଯାଇନଥିଲା। କେହି ସ୍ବପ୍ନରେ ସୁଦ୍ଧା ଭାବିପାରିନଥିଲେ, ଏକାସାଙ୍ଗରେ ଦୁଇଟି ଯାକ ଟିମ୍ ସେମିଫାଇନାଲ ଯାଏ ଚାଲିଯିବେ। ଏବେ ପୂରା ଭାରତ ଅପେକ୍ଷା କରିଛି, କାମନା କରୁଛି ଯେ ଉଭୟ ଦଳ ଏହି ସଫଳତା ବଜାୟ ରଖନ୍ତୁ ଓ ଉଭୟ ଚାମ୍ପିଅନ୍ ହୋଇ ଫେରନ୍ତୁ।

ଜଣେ ପୋଖତ ରାଜନୀତିଜ୍ଞ ନବୀନ ଯେ ଜଣେ ଅସଲ ଖେଳୁଆଡ, ଏକଥା ଏବେ ଖେଳାଳିମାନେ ବି ଅନୁଭବ କରୁଛନ୍ତି। ସେ ନିଜେ ଟିଭି ପରଦାରେ ଖେଳ ଉପଭୋଗ କରୁଛନ୍ତି ଓ ସାମ୍ନାକୁ ଆସି ଟିମ ପାଇଁ ଭିଡିଓ ଜାରି କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଜାତୀୟ ଖେଳ ହକିରେ ଓଡ଼ିଶା ଅସଲରେ ନେତୃତ୍ବ ନେଉଛି ଓ ଏସବୁର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚାଲିଯାଉଛି।

ଏଠାରେ ଉଲ୍ଲେଖଥାଉକି, ନବୀନ କେବଳ କ୍ରମାଗତ ଭାବେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଓଡ଼ିଶା ରାଜନୀତି ଇତିହାସରେ ରେକର୍ଡ କରିଛନ୍ତି ତା ନୁହେଁ, ସେ ରାଜନୀତିକୁ ଆସିବା ଦିନଠାରୁ କେବେ ହାରିନାହାନ୍ତି। ଆଉ ଓଡ଼ିଶା ଇତିହାସରେ ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଯିଏ ଦୁଇ ଦଶନ୍ଧିରୁ ଅଧିକ ସମୟ ତିଷ୍ଠି ରହିଛି। କେବଳ ସେତିକି ନୁହେଁ, ନବୀନ ହେଉଛନ୍ତି ଏକମାତ୍ର ନେତା, ଯିଏ କି ବିଜେପି (ଭାରତବର୍ଷର ସବୁଠାରୁ ବଡ ରାଜନୈତିକ ଦଳ ବୋଲି ଦାବି କରୁଛି) ସହିତ ସଂପର୍କ ଛିନ୍ନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତାର ଶୀର୍ଷରେ ଥିବା ବେଳେ ଦୁଇ ଦୁଇ ଥର ପରାସ୍ତ କରିଛନ୍ତି। ରାଜ୍ୟ ରାଜନୀତିରେ ନବୀନଙ୍କୁ ଯିଏ ଛାଡିଛନ୍ତି ବା ଯାହାକୁ ସେ ଦୂରେଇ ଦେଇଛନ୍ତି, ସେମାନେ ପ୍ରାୟତଃ ଆଉ ତିଷ୍ଠି ପାରିନାହାନ୍ତି।

ତାଙ୍କ ଜୀବନ ଚର୍ଯ୍ୟା, କୌଣସି ରାଜନୈତିକ ନେତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ ନ କରିବା ରାଜନୀତି ଇତିହାସରେ ଗୋଟିଏ ବିରଳ ଚିତ୍ର ବୋଲି କୁହାଯାଇପାରେ। ସବୁଠାରୁ ବଡ଼ କଥା ହେଲା, ତାଙ୍କ ମନ୍ତବ୍ୟକୁ ନେଇ ଭାରତବର୍ଷରେ କେବେ ବିବାଦ ସୃଷ୍ଟି କରାଯାଇପାରିନାହିଁ, ବରଂ ଅହିଂସା ଶଦ୍ଦକୁ ସମ୍ବିଧାନରେ ସ୍ଥାନୀତ କରିବା ପ୍ରସଙ୍ଗ ଉତ୍‌ଥାପନ ହେଉ କିମ୍ବା କୋଭିଡ୍ ପରିଚାଳନା କ୍ଷେତ୍ରରେ ଲୋକମାନଙ୍କ ପାଇଁ ମାଗଣା ଚିକିତ୍ସା, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାରଦର୍ଶିତା ତାଙ୍କୁ ବିଶ୍ବ ଦରବାରରେେ ଚର୍ଚ୍ଚିତ କରିଛି।

ଆଜି ହକି ଖେଳ ତାଙ୍କର ଆଉ ଏକ ଦିଗରୁ ଉନ୍ମୋଚିତ କଲା, ଯାହା ରାଜନୀତି ଇତିହାସରେ ଏକ ବିରଳ ଘଟଣା ହୋଇ ରହିବ।

Leave A Reply

Your email address will not be published.