ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କାହିଁକି ପିଏମ୍ଓ ଛାଡିଲେ ଅମରଜିତ୍?

0

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ ‘ଗୁଡ୍ ବାଏ’ କରିଛନ୍ତି ବରିଷ୍ଠ ପ୍ରଶାସକ ଅମରଜିତ୍ ସିହ୍ନା। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସରିବାର ସାତ ମାସ ପୂର୍ବରୁ ସେ ନିଜ ଦାୟିତ୍ବରୁ ଅବ୍ୟାହତି ନେଇଯାଇଛନ୍ତି। ୧୯୮୩ ବ୍ୟାଚ୍‌ର ବିହାର କ୍ୟାଡରର ଏହି ଅଫିସର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ବିଶେଷକରି ସେ ସାମାଜିକ କ୍ଷେତ୍ର ପରିଚାଳନା ସଂପର୍କିତ ପ୍ରସଙ୍ଗ ଦେଖୁଥିଲେ। ୨୦୧୯ରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଅବସର ନେଇଥିଲେ। ୨୦୨୦ରେ ତାଙ୍କୁ ପିଏମ୍ଓ ନିଯୁକ୍ତି ମିଳିଥିଲା।

ଯଦିଓ ଜୁଲାଇ ୩୧ ତାରିଖ ତାଙ୍କ କାର୍ଯ୍ୟର ଶେଷ ଦିବସ ଥିଲା ବୋଲି କୁହାଯାଇଛି, କିନ୍ତୁ କେଉଁ କାରଣ ପାଇଁ ସେ ପଦ ଛାଡିଲେ, ସେ ନେଇ କେହି ଠୋସ୍ କିଛି କହିନାହାନ୍ତି। ୨୦୧୯ ନିର୍ବାଚନ ପରବର୍ତ୍ତୀ ସମୟରେ ଶ୍ରୀ ସିହ୍ନାଙ୍କୁ ମିଶାଇ ତୃତୀୟ ବରିଷ୍ଠ ପଦାଧିକାରୀ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାଡିଲେଣି।

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମେ ପ୍ରମୁଖ ସଚିବ ନ୍ରିପେନ୍ଦ୍ର ମିଶ୍ର ପଦ ତ୍ୟାଗ କରିଥିଲେ। ତାଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅତିରିକ୍ତ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ସେ ସ୍ଥାନକୁ ଉନ୍ନୀତ କରାଯାଇଥିଲା। ପରବର୍ତୀ ସମୟରେ ପୂର୍ବତନ କ୍ୟାବିନେଟ୍ ସଚିବ ତଥା ୧୯୭୭ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ପି କେ ସିହ୍ନା ମଧ୍ୟ ନିଜ ଦାୟିତ୍ବରୁ ଓହରିଯାଇଥିଲେ। ସେ ପ୍ରଥମେ ଓଏସଡି, ପରେ ନିର୍ବାଚନ ପରେ ଅର୍ଥାତ୍ ୨୦୧୯ ସେପ୍‌ଟେମ୍ବରରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ଶ୍ରୀ ସିହ୍ନା ୪ବର୍ଷ କ୍ୟାବିନେଟ୍ ସଚିବ ଭାବେ ରହିଲେ, ଯେଉଁଥିରେ ତାଙ୍କ କାର୍ଯ୍ୟକାଳ ତିନି ଥର ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.