ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ସିଧାପ୍ରସାରଣକୁ ବାରର ବିରୋଧ

0

ହାଇକୋର୍ଟରେ ମାମଲାର ସିଧାପ୍ରସାରଣ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ । ପ୍ରତିବାଦରେ ବୁଧବାର ଯାଏ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ ।
ହାଇକୋର୍ଟ ଅଫ ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଙ୍ଗ ରୁଲ୍ସ ୨୦୨୧କୁ ପ୍ରତ୍ୟାହାର ଦାବିରେ ଜିଦରେ ଅଡିବସିଛନ୍ତି ଆଇନଜୀବୀ । ସୁପ୍ରିମକୋର୍ଟରେ ଏଭଳି ବ୍ୟବସ୍ଥା ନାହିଁ କି ଏ ସଂପର୍କରେ ଆଇନଜୀବୀଙ୍କ ମତାମତ ଲୋଡା ଯାଇନାହିଁ ବୋଲି ବାର ପକ୍ଷରୁ କୁହାଯାଇଛି । କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖବାକୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ଆସନ୍ତାକାଲି ବାରର ପରବର୍ତୀ ପଦକ୍ଷେପ ନେଇ ବୈଠକ ବସିବ ।
ହାଇକୋର୍ଟର ଶୁଣାଣୀର ଲାଇଭ ଷ୍ଟ୍ରିମିଂ ଗତକାଲିଠୁ ଆରମ୍ଭ ହୋଇଛି । ମୁଖ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣୀର ପ୍ରକ୍ରିୟାକୁ ସିଧାପ୍ରସାରଣ କରାଯାଇଛି । ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ ଜଜ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସମ୍ପର୍କିତ ମାମଲା,ଜାତୀୟ ସୁରକ୍ଷା ସଂପର୍କିତ ମାମଲାର ସିଧାପ୍ରସାରଣ ହୋଇପାରିବନାହିଁ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.