ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର…ସେପଟେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବୁଲିବା ମଜା

0


କରୋନା କଟକଣା କୋହଳ ହେବା ପରେ ଧୀରେ ଧୀରେ ମଲ, ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । କଟକଣା ଭିତରେ ଆଜି ଖୋଲିଛି ମା’ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ନିଷ୍ପତି ସରକାର ଜିଲ୍ଳା ପ୍ରଶାସନ ଉପରେ ଛାଡିଥିବାବେଳେ ଜିଲ୍ଲାପ୍ରଶାସନ ସହ ମନ୍ଦିର କତୃପର୍କ୍ଷଙ୍କ ଆଲୋଚନା ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ମନ୍ଦିର । ସକାଳ ୬ରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ରୁ ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ମାନେ ମା’ଙ୍କୁ ଦର୍ଶନ କରିପାରିବେ ।ତେବେ ମନ୍ଦିରକୁ କେହି ପ୍ରସାଦ,ଫୁଲ କିମ୍ବା ଦୀପ ନେଇପାରିବେନି । ମନ୍ଦିରର ଗମ୍ଭୀରା ଭିତରକୁ ମଧ୍ୟ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି । କେବେଳ ସୋମବାରକୁ ଛାଡିଦେଲେ ସବୁ ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାରହିବ । ଏହି ଦିନ ମନ୍ଦିରକୁ ସାନିଟାଇଜ କରାଯିବ । ସମ୍ବଲପୁରର ଅନ୍ୟ ଧର୍ମାନୁଷ୍ଠାନ ଗୁଡିକ ମଧ୍ୟ କଟକଣାଭିତରେ ଖୋଲିବା ନେଇ ନିଷ୍ପତି ହୋଇଛି ।

ସେପଟେ ଆଜିଠୁ ଖୋଲିଛି ନନ୍ଦନକାନନ ଓ ବର୍ଟାନିକାଲ ଗାର୍ଡେନ । ମେ ପହିଲାରୁଉଭୟ ନନ୍ଦନକାନନ ଓ ବର୍ଟାନିକାଲ ଗାର୍ଡେନ ବନ୍ଦ ରହିଥିଲ।। ।୩ଟି ଜିଲ୍ଲା କଟକ,ପୁରୀ,ଖୋର୍ଦ୍ଧାରେ ସପ୍ତାହାନ୍ତ ସଟଡାଉନ ରହିଥିଲେ ମଧ୍ୟଶନିବାର ଓ ରବିବାର ନନ୍ଦନକାନନ ଖୋଲା ରହିବ । କେବଳ ପୂର୍ବନିର୍ଦ୍ଧାରିତ ନିୟମାନୁସାରେ ସୋମବାର ନନ୍ଦନକାନନ ବନ୍ଦ ରହିବ । କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ । ସେହିପରି ପ୍ରାଣୀ ଉଦ୍ୟାନ ଭିତରେ ବ୍ୟାଟରିଚାଳିତ ଗାଡି କିମ୍ବା ଟୟ ଟ୍ରେନ ଚଳାଚଳ କରିବ ନାହିଁ । ସଫାରୀ ଖୋଲିବାକୁ ଅନୁମତି ମିଳିନି ଏବଂ ପାର୍କି ମଧ୍ୟ ଖୋଲାଯିବ ନାହିଁ ।

Leave A Reply

Your email address will not be published.