ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର…ସେପଟେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବୁଲିବା ମଜା

0


କରୋନା କଟକଣା କୋହଳ ହେବା ପରେ ଧୀରେ ଧୀରେ ମଲ, ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । କଟକଣା ଭିତରେ ଆଜି ଖୋଲିଛି ମା’ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ନିଷ୍ପତି ସରକାର ଜିଲ୍ଳା ପ୍ରଶାସନ ଉପରେ ଛାଡିଥିବାବେଳେ ଜିଲ୍ଲାପ୍ରଶାସନ ସହ ମନ୍ଦିର କତୃପର୍କ୍ଷଙ୍କ ଆଲୋଚନା ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ମନ୍ଦିର । ସକାଳ ୬ରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ରୁ ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ମାନେ ମା’ଙ୍କୁ ଦର୍ଶନ କରିପାରିବେ ।ତେବେ ମନ୍ଦିରକୁ କେହି ପ୍ରସାଦ,ଫୁଲ କିମ୍ବା ଦୀପ ନେଇପାରିବେନି । ମନ୍ଦିରର ଗମ୍ଭୀରା ଭିତରକୁ ମଧ୍ୟ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି । କେବେଳ ସୋମବାରକୁ ଛାଡିଦେଲେ ସବୁ ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାରହିବ । ଏହି ଦିନ ମନ୍ଦିରକୁ ସାନିଟାଇଜ କରାଯିବ । ସମ୍ବଲପୁରର ଅନ୍ୟ ଧର୍ମାନୁଷ୍ଠାନ ଗୁଡିକ ମଧ୍ୟ କଟକଣାଭିତରେ ଖୋଲିବା ନେଇ ନିଷ୍ପତି ହୋଇଛି ।

ସେପଟେ ଆଜିଠୁ ଖୋଲିଛି ନନ୍ଦନକାନନ ଓ ବର୍ଟାନିକାଲ ଗାର୍ଡେନ । ମେ ପହିଲାରୁଉଭୟ ନନ୍ଦନକାନନ ଓ ବର୍ଟାନିକାଲ ଗାର୍ଡେନ ବନ୍ଦ ରହିଥିଲ।। ।୩ଟି ଜିଲ୍ଲା କଟକ,ପୁରୀ,ଖୋର୍ଦ୍ଧାରେ ସପ୍ତାହାନ୍ତ ସଟଡାଉନ ରହିଥିଲେ ମଧ୍ୟଶନିବାର ଓ ରବିବାର ନନ୍ଦନକାନନ ଖୋଲା ରହିବ । କେବଳ ପୂର୍ବନିର୍ଦ୍ଧାରିତ ନିୟମାନୁସାରେ ସୋମବାର ନନ୍ଦନକାନନ ବନ୍ଦ ରହିବ । କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ । ସେହିପରି ପ୍ରାଣୀ ଉଦ୍ୟାନ ଭିତରେ ବ୍ୟାଟରିଚାଳିତ ଗାଡି କିମ୍ବା ଟୟ ଟ୍ରେନ ଚଳାଚଳ କରିବ ନାହିଁ । ସଫାରୀ ଖୋଲିବାକୁ ଅନୁମତି ମିଳିନି ଏବଂ ପାର୍କି ମଧ୍ୟ ଖୋଲାଯିବ ନାହିଁ ।

Leave A Reply

Your email address will not be published.