ପିଏସ ବିରଞ୍ଚି ସାହୁଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରିବ ଇଡି । ବେଆଇନ ଟଙ୍କା କାରବାରର ଖୋଳତାଡ଼ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ଏତେ ଟଙ୍କା କେଉଁଠୁ ଆସିଲା । ସେ ନେଇ ସତ ବାହାର କରିବ ଇଡି । ଇଡି ସହ ଭିଜିଲାନ୍ସ ମଧ୍ୟ ଘଟଣାର ତଦନ୍ତ କରିବ ।ଆଜିଠୁ ୪ ଦିନିଆ ରିମାଣ୍ଡରେ ଅଛନ୍ତି ଭିଜିଲାନ୍ସ । ରିମାଣ୍ଡ ସମୟରେ ବେଆଇନ ଆୟ ଓ ନିଯୁକ୍ତି ଜାଲିଆତି ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ବିରଞ୍ଚିଙ୍କୁ ଗୁଡାଇତୁଡାଇ ଜେରା କରିବ ଭିଜିଲାନ୍ସ । ଏତେ ବଡ଼ ଦୁର୍ନିତୀରେ ସେ ଏକୁଟିଆ ସାମିଳ ନାହାନ୍ତି, ଏହା ପଛରେ କେଉଁ ମାନେ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ଜେରା କରାଯିବ ।ବିରଞ୍ଚିଙ୍କ ଘରୁ ଦେଢ ସହରୁ ଅଧିକ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମିଳିଥିବା ବେଳେ ଏହା ପଛରେ ଓଏସଏସସିର କିଛି ବଡ଼ ହାତ ଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ବେଳେ ପୁଳା ପୁଳା ଟଙ୍କା ଓ ଦେଢ କେଜି ସୁନା ଅଳଙ୍କାର ଜବତ କରିଥିଲା । ଏହା ସହ ବିରଞ୍ଚିଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ସଂପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଘଟଣା ପରେ ବିରଞ୍ଚି ସାହୁଙ୍କୁ ଗିରଫ ସହ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତେବେ କେବେଳ ବିରଞ୍ଚି ନୁହଁନ୍ତି ଓଏସଏସସି ଅଫିସରେ ନିଯୁକ୍ତି ନାଁରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ