ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିଜେପି କେନ୍ଦ୍ରୀୟ ନେତା ଚାହୁଁଛନ୍ତି ଓଡ଼ିଶାରେ ପଞ୍ଚାୟତ ସହିତ ପୌର ନିର୍ବାଚନ ହେଉ, କାହିଁକି?

0

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ? ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏଯାଏ ସବୁଜ ସଙ୍କେତ ଦେଇନାହାନ୍ତି। ସମ୍ଭବତଃ କୋଭିଡ୍ ତୃତୀୟ ତରଙ୍ଗକୁ ସରକାର ଲକ୍ଷ୍ୟ ରଖୁଛନ୍ତି। ନିର୍ଦିଷ୍ଟ ସମୟରେ ନ ହେଲେ ବି ଟିକିଏ ଆଗୁଆ କିମ୍ବା ପଛୁଆ ପଞ୍ଚାୟତ ନିର୍ବାଚନ ହେବ। ବିଜୁ ଜନତା ଦଳ ଏବଂ ସରକାରୀସ୍ତରରେ ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏହି ନିର୍ବାଚନକୁ ଅତି ଗୁରୁତ୍ବ ଦେଉଛନ୍ତି। ବିଜେପି କେନ୍ଦ୍ରୀୟ ସଂଗଠନର ଶୀର୍ଷ ନେତା ରାଜ୍ୟର ତୁଙ୍ଗ ନେତାମାନଙ୍କୁ ଜଣାଇ ଦେଲେଣି ଯେ ପଞ୍ଚାୟତ ନିର୍ବାଚନ ସହିତ ପୌର ନିର୍ବାଚନ ବି ହେବା ଦରକାର। ସରକାରଙ୍କୁ ବାଧ୍ୟ କରାଇବାକୁ ହେବ ଯେ ଉଭୟ ନିର୍ବାଚନ ଏକାସାଙ୍ଗରେ ହେଉ। ଏ ପ୍ରସଙ୍ଗ ହାସଲ ପାଇଁ ଯେ କୌଣସିସ୍ତର ପର୍ଯ୍ୟନ୍ତ ଯିବା ଲାଗି ରାଜ୍ୟ ବିଜେପି ନେତାମାନଙ୍କୁ ସଙ୍କେତ ଦିଆଯାଇଛି। କେବଳ ସେତିକି ନୁହେଁ, ଅଗଷ୍ଟ ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟ ବିଜେପିର କିଛି ତୁଙ୍ଗ ନେତା ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ କେନ୍ଦ୍ରୀୟ ବିଜେପି ନେତାମାନଙ୍କ ସହିତ ମନ୍ତ୍ରଣା ହେବ ଓ ଆଗକୁ ବିଜେପିର ରାସ୍ତା କିଭଳି ରହିବ, ସେ ସଂପର୍କରେ ଆଲୋଚନା ହେବ।

ସଂପ୍ରତି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେଉଥିବା ଦେଖି ରାଜ୍ୟ ବିଜେପି ନେତାମାନେ ହଠାତ୍ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଥିଲେ। ସିଧା ସିଧା ରାଜ୍ୟ ନିର୍ବାଚନ କମିସନଙ୍କୁ ୧୫ଦିନର ସମୟ କଣ୍ଟ ଦେବା ସହିତ ଏକରକମ ଧମକାଇଥିଲେ। କମିସନ ଯଦି ଏହି ପ୍ରସଙ୍ଗରେ କୋର୍ଟକୁ ନ ଯିବେ, ରାଜ୍ୟ ବିଜେପି ହାଇକୋର୍ଟ ଯିବ ବୋଲି କହିଥିଲେ। ଏହାର ୭୨ ଘଣ୍ଟା ପୂରିନି, ବିଜେପି ନେତାମାନେ ଇତିମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ। ପୌର ନିର୍ବାଚନ କରାନଯିବା ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିଥିବା ବିଜେପି ଏଭଳି ପ୍ରତ୍ରିକ୍ରିୟାଶୀଳ ହେବା ଘଟଣା ରାଜନୈତିକ ମହଲକୁ ଆଚମ୍ବିତ କରିଥିଲା। ହଠାତ୍ ବିଜେପି ନେତାମାନେ ଏଭଳି ରଣନୀତି ଗ୍ରହଣ କରିବା ପଛର କାରଣ ଖୋଜା ଆରମ୍ଭ ହୋଇଥିଲା।

ହେଲେ ଏବେ ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସକୁ ଓଡ଼ିଶା ଆସିଛି। ପଛୁଆ ବର୍ଗ ଭୋଟ ବ୍ୟାଙ୍କ ଏହା ପଛର ଗୁଢ ରହସ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ବର୍ଗର ବିକାଶ କଥାକୁ ଆଗରୁ ଆଣି ଏବେ ସେମାନଙ୍କ ସଂରକ୍ଷଣ ପ୍ରସଙ୍ଗରେ ଗୋଟିଏ ବଡ ରାସ୍ତା ଖୋଲିବାକୁ ଯାଉଛନ୍ତି। ରାଜ୍ୟରେ ପଛୁଆ ବର୍ଗ କମିସନ ଗଠନ ହୋଇସାରିଛି। ଥରେ କମିସନ ପଛୁଆ ବର୍ଗ ସଂଖ୍ୟା କେତେ ତାହା ଜଣାଇଦେଲେ, ରାଜ୍ୟ ସରକାର ସେମାନଙ୍କ ସଂରକ୍ଷଣ ପ୍ରସଙ୍ଗରେ ଆଗକୁ ବଢିବେ। ଏହା ହିଁ ବିଜେଡି ପାଇଁ ଆଗାମୀ ଦିନରେ ଗୋଟିଏ ବଡ଼ ଭୋଟ ବ୍ୟାଙ୍କ କୌଶଳ ହେବ।

ସେପଟେ ବିଜେପିର ବି ଏହା ଉପରେ ନଜର ରହିଛି। ସେମାନେ ଇତିମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ସଂରକ୍ଷଣ ନିଷ୍ପତ୍ତି ନେଇଛନ୍ତି। ଏବେ ଯଦି ପଞ୍ଚାୟତ ଓ ପୌର ନିର୍ବାଚନ ଏକାଠି ହେବ, ତେବେ ରାଜ୍ଯ ସରକାର ସଂରକ୍ଷଣ ପ୍ରସଙ୍ଗରେ ଆଉ କୌଣସି ପଦକ୍ଷେପ ନେଇପାରିବେ ନାହିଁ। ଏହା ହିଁ ରାଜ୍ୟ ବିଜେପି ପାଇଁ ବହୁତ ବଡ଼ ସଫଳତା ଆଣିପାରିବ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛୁଆ ବର୍ଗ ପ୍ରସଙ୍ଗରେ ଚିଠି ଲେଖି ସାରିଛନ୍ତି। ସେତେବେଳେ ଏହି ପ୍ରସଙ୍ଗରେ ବିଜେପି ରାଜ୍ୟମାନେ ସରକାରଙ୍କୁ ଘେରିଥିଲେ।

ବିଜେପି କେନ୍ଦ୍ରୀୟ ନେତୃତ୍ବ ଆହୁରି ସଙ୍କେତ ଦେଇଛନ୍ତି ଯେ ଯେନତେନ ପ୍ରକାରେ ରାଜ୍ୟ ବିଜେପିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ଆଣିବାକୁ ହେବ। ଅନ୍ୟଥା ୨୦୨୪ ନିର୍ବାଚନ ଲାଗି ଦଳ ସମସ୍ୟାରେ ପଡିପାରେ। ବାର୍ତା ଯିବା ଉଚିତ୍ ନୁହେଁ ଯେ ବିଜେପିର ପ୍ରଦର୍ଶନ ପୂର୍ବ ତୁଳନାରେ କମୁଛି। ଏମିତି ହେଲେ କେନ୍ଦ୍ର ବିଜେପି ଉପରେ ବି ପ୍ରଭାବ ପଡିବ ଓ ମୋଦୀ ମ୍ୟାଜିକ୍ ପ୍ରଭାବିତ ହେଉଛି, ଏଭଳି ଏକ ସଙ୍କେତ ଯିବ। ଏଥିପାଇଁ ସବୁ ପ୍ରକାର ରଣକୌଶଳ କରିବା ଲାଗି ସବୁଜ ସଙ୍କେତ ଦିଆଯାଇଛି। ସରକାର ବିରୋଧରେ ସବୁ ବଡ କେଳେଙ୍କାରୀକୁ ଧରିଆଣିବାକୁ ରାଜ୍ୟ ବିଜେପିକୁ ନିର୍ଦେଶ ମିଳିଛି। ସେହିଭଳି ଅସ୍ଥାୟୀ ଭାବେ ହେଲେ ବି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ବିରୋଧରେ ଟିକେ କଠୋର ହେବେ। ଏପରିକି ଅଳ୍ପ କିଛି ସମୟ ପାଇଁ କେନ୍ଦ୍ର ସରକାର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିପାରନ୍ତି। ହେଲେ ଚିଟ୍‌ଫଣ୍ଡ ପ୍ରସଙ୍ଗ ନେଇ କେନ୍ଦ୍ର ଫେରିବ କିମ୍ବା ଅନ୍ୟ କୌଣସି ନୂଆ ମାମଲା କରି ଘେରିବ, ସେ ସଂକ୍ରାନ୍ତରେ ଠୋସ୍ ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ।

Leave A Reply

Your email address will not be published.