ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଇତିହାସ ରଚିଲା ଭାରତ

0
  • ୪୧ବର୍ଷ ପରେ ଜାତୀୟ ଖେଳରେ ବ୍ରୋଞ୍ଚ ପଦକ ଜିତିଲା ଭାରତ
  • ପ୍ରଧାନମନ୍ତ୍ରୀ କହିଲେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନ
  • ସଂପ୍ରତି ଭାରତୀୟ ଦଳର ପୃଷ୍ଠପୋଷକ ଦାୟିତ୍ବରେ ରହିଛି ଓଡ଼ିଶା

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଭାରତ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରୁ ମିଳିଛି ପଦକ । ବ୍ରୋଞ୍ଜ ପଦକ ହାତେଇଛି ଭାରତ ପୁରୁଷ ହକି ଦଳ । ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ କଡା ଟକ୍କର ପରେ ଭାରତ ବାଜିମାତ କରିଛି । ଜର୍ମାନୀକୁ ୫-୪ରେ ପରାସ୍ତ କରିଛି ଭାରତ । ଭାରତୀୟ ହକି ଖେଳାଳୀ ଦମଦାର ପ୍ରଦର୍ଶନ କରି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛନ୍ତି । ଭାରତୀୟ ଦଳର ବିଜୟ ପରେ ସବୁ ଆଡେ ଉତ୍ସବର ପରିବେଶ ଦେଖାଦେଇଛି।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛ୍ତି। ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଦଳ ଦେଶବାସୀଙ୍କ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛି।

ଆଜିର ମ୍ୟାଚରୁ ଦ୍ୱିତୀୟ କ୍ୱାର୍ଟରରୁ କମ ବ୍ୟାକ କରିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ସିମରନଜିତ ସିଂହ, ଦ୍ୱିତୀୟ ଗୋଲ ଦେଇଥିଲେ ହାର୍ଦ୍ଧିକ ସିଂ, ତୃତୀୟ ଗୋଲ ଦେଇଥିଲେ ହରମନପ୍ରୀତ ସିଂହ, ଚତୃର୍ଥ ଗୋଲ ଦେଇଥିଲେ ରୁପିନ୍ଦର, ପଂଚମ ଗୋଲ ଦେଇଥିଲେ ସିମରନଜିତ।ସିମରନଜିତ ୨ଟି ଗୋଲ ଦେଇଥିଲେ ଭାରତ ପକ୍ଷରୁ । ୨ଟି ପେନାଲଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରିଥିଲା ଭାରତ।

ଅଲିମ୍ପିକ୍ସ ହକିରେ ଭାରତ ଲଢୁଆ ପ୍ରଦର୍ଶନ କରି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛି । ସେମିଫାଇନାଲରେ କଡା ଟକ୍କର ସତ୍ୱେ ଭାରତ ବେଲଜିୟମ ଠାରୁ ହାରିଥିଲା । ଏହା ପରେ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହ ଲଢେଇ କରି ଭାରତ ବିଜୟୀ ହୋଇଛି । ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ଭାରତ ଏଯାଏ କୌଣସି ପଦକ ପାଇବାରେ ସଫଳ ହୋଇନଥିଲା । ସେହିପରି ମହିଳା ହକି ଦଳ ମଧ୍ୟ ଆସନ୍ତା କାଲି ବ୍ରୋଞ୍ଜ ପଦକ ପାଇଁ ଲଢିବ । ମହିଳା ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବା ନେଇ ଆଶା କରାଯାଉଛି।

ଭାରତୀୟ ପୁରୁଷ ହକି ଦଳକୁ ବ୍ରୋଞ୍ଜ ପଦକ ମିଳିବା ସହ ଭାରତର ପଦକ ସଂଖ୍ୟା ମଧ୍ୟ ବଢିଛି। ମୀରାବାଈ ଚାନୁ ରୌପ୍ୟ, ପିଭି ସିନ୍ଧୁ ବ୍ରୋଞ୍ଜ ଓ ଲଭଲିନା ବ୍ରୋଞ୍ଜ ପଦକ ଆଣିସାରିଛନ୍ତି । ଆଗକୁ ରେସଲିଂରେ ରବି ଦହିୟା ମଧ୍ୟ ସୁନା ପଦକ ଆଣିପାରନ୍ତି।

Leave A Reply

Your email address will not be published.