ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶ୍ରୀମନ୍ଦିରରେ ଜଗାଦର୍ଶନ ପାଇଁ ନୂଆ ଏସଓପି

0

ପୁରୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୧୬ରୁ ଖୋଲିବ। ପ୍ରଥମ ୫ ଦିନ ପୁରୀବାସୀଙ୍କୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ। କିଭଳି ରହିବ ଦର୍ଶନ ବ୍ୟବସ୍ଥା ସେ ନେଇ ନୂଆ ଏସଓପି ଜାରି କରାଯାଇଛି। କରୋନାର ପ୍ରଥମ ଲହର ପରେ ଯେଉଁଭଳି ଦର୍ଶନ ବ୍ୟବସ୍ଥା କରାଯାଇଥିଲା ଏବେ ମଧ୍ୟ ଅନୁରୂପ ବ୍ୟବସ୍ଥା।

ପୁରୀ ବାସୀ ୧୬ରୁ ୨୦ ଯାଏ ମହାପ୍ରଭୁଙ୍କୁ ଦର୍ଶ କରିବେ। ସହରବାସୀଙ୍କ ପାଇଁ ହେବ ୱାର୍ଡ ୱାରି ଦର୍ଶନ। ପୌରାଞ୍ଚଳ ପାଇଁ ଟୋକନ ବ୍ୟବସ୍ଥା କରାଯିବ ପ୍ରତିଦିନ ପ୍ରାୟ ୬ଟି ଲେଖାଁଏ ୱାର୍ଡର ଲୋକ ଦର୍ଶନ କରିବେ। ତେବେ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ପାଇଁ କିନ୍ତୁ ଟିକାକରଣର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ ନୁହେଁ । ଯେହେତୁ ପୁରୀରେ ସମସ୍ତଙ୍କୁ ଟିକା ଦିଆଯାଇନାହିଁ । ତେଣୁ ବିନା ଟିକା ପ୍ରମାଣପତ୍ରରେ କରିହେବ ଜଗା ଦର୍ଶନ। ତେବେ କିଭଳି ଶାନ୍ତିଶୃଙ୍ଖଳାର ସହ କୋଭିଡ ଗାଇଡଲାଇନ ମାନି ପୁରୀବାସୀ ଜଗା ଦର୍ଶନ କରିବେ ଏଥିପାଇଁ ବ୍ୟବସ୍ଥା କରାଯାଉଛି।

ସେହିପରି ୨୩ ତାରିଖର ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତ ମାନେ ଟିକା ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଆଧାରକାର୍ଡ ଓ ଫଟୋ ପରିଚୟପତ୍ର ମଧ୍ୟ ଆଣିବେ ଭକ୍ତ। ପ୍ରମାଣ ପତ୍ର ଯାଞ୍ଚ ନେଇ ହେବ ଆଠଟି କିଓସ୍କ କାଉଣ୍ଟର। ମାସ୍କ, ସାମାଜିକ ଦୂରତା, ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ତେବେ ଶ୍ରୀମନ୍ଦିର ଭିତରେ ଫୁଲ ଓ ଦୀପ ଲଗାଇବା ଉପରେ କଟକଣା ଲାଗୁ କରାଯାଇଛି । ଆନନ୍ଦବଜାରରୁ ମହାପ୍ରସାଦ ଭକ୍ତ ମାନେ କିଣିପାରିବେ କିନ୍ତୁ ସେବନ କରିବା ଉପରେ ଲାଗିଛି କଟକଣା । ପୁରୀ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.