ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମ୍ୟାଚ ହାରିଲେ ବି ହୃଦୟ ଜିତିଲେ

0

ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି।

ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ। ଆତି ରୋମାଞ୍ଚକର ଏହି ମ୍ୟାଚରେ ବିଜୟ ଲାଭ ସହିତ ବ୍ରୋଞ୍ଜ ପଦକ ହାତେଇଛି ଗ୍ରେଟ ବ୍ରିଟେନ।ଗ୍ରେଟ ବ୍ରିଟେନଠାରୁ ୪-୩ରେ ହାରିଛି ଭାରତ। ବ୍ରିଟେନକୁ ୨୦୧୨,୨୦୧୬,୨୦୨୦ରେ ଲଗାତର ତୃତୀୟ ବ୍ରୋଞ୍ଜ ମିଳିଛି।

ମ୍ୟାଚର ଶେଷ ପର୍ଯ୍ୟନ୍ତ ଲଢୁଆ ପ୍ରଦର୍ଶନ କରିଥିଲା ଭାରତୀୟ ମହିଳା ହକି ଦଳ। ଦ୍ୱିତୀୟ କ୍ୱାର୍ଟରରେ ୩ଟି ଗୋଲ ଦେଇଥିଲା ଭାରତ । ଗୁରଜିତ କୌର ୨ଟି
ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ସେହିପରି ତୃତୀୟ ଗୋଲ ଦେଇଥିଲେ ବନ୍ଦନା କାଟାରିୟା । ହେଲେ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଭାରତଦଳ
ପରାସ୍ତ ହୋଇଛି। ଚତୃର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଦଳର ସଫଳତା।

ପ୍ରଥମ ଥର ପାଇଁ ସେମିଫାଇନାଲ ଯାଇଥିଲା ଟିମ ଇଣ୍ଡିଆ। ଗତକାଲି ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାତେଇ ଇତିହାସ ରଚିଛି। କ୍ରୀଡାପ୍ରେମୀଙ୍କୁ ଭାରତୀୟ ହକି ଦଳର ଏହି ସଫଳତା ବେଶ ଖୁସି ଆଣିଛି। ପୁରୁଷ ହକି ଦଳର ବିଜୟ ପରେ ମହିଳା ହକି ଦଳ ଠାରୁ ମଧ୍ୟ ପଦକ ଆଶା ରଖାଯାଉଥିଲା। କିନ୍ତୁ ମହିଳା ହକି ଦଳ ଲଢୁଆ ପ୍ରଦର୍ଶନ କରି ହାରିଥିଲେ ମଧ୍ୟ ସମସ୍ତଙ୍କ ହୃହୟ ଜିତିନେଇଛନ୍ତି ।

Leave A Reply

Your email address will not be published.