ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ତୃତୀୟ ଲହର ପାଇଁ ବଡ଼ ପ୍ରସ୍ତୁତି

0
  • ଅଗଷ୍ଟ ୧୫ ତାରିଖରେ ଏକ୍‌ମୋ ମେସିନ୍ ଉଦଘାଟନ
  • ୯ଟି ମେିସନ୍ ଲାଗିବ, ୬ଟି କୋଭିଡ୍ ପରର ଜଟଳିତା ପାଇଁ
  • ଆଉ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବନାହିଁ
  • କେନ୍ଦ୍ର ସରକାରଙ୍କୁ ଆକ୍ସନ ପ୍ଲାନ୍ ଦେଇସାରିଲାଣି ରାଜ୍ୟ
  • ୮୬୧ କୋଟି ଖର୍ଚ୍ଚ ହେବ, ୪୦ ପ୍ରତିଶତ ରାଜ୍ୟ ସରକାରଙ୍କର

ଭୁବନେଶ୍ବର: ବିପର୍ଯ୍ୟୟ ବେଳେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଆସୁଥିଲେ। କରୋନା ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ ସମାନ ଆଭିମୁଖ୍ୟ ପ୍ରକଟ କରିବାକୁ ଯାଇ ଗୋଟିଏ ବଡ ପଦକ୍ଷେପ ନେଇଛନ୍ତି। କରୋନାର ଦୁଇଟି ତରଙ୍ଗ ପରେ ଅର୍ଥାତ୍ ତୃତୀୟ ତରଙ୍ଗ ସ୍ପର୍ଶ କରିବା ପୂର୍ବରୁ ରାଜ୍ୟ ସରକାର କରୋନା ସଂକ୍ରମିତ ଅତି ଗୁରୁତର ରୋଗୀଙ୍କୁ କିଭଳି ବଞ୍ଚାଇ ହେବ, ସେ ନେଇ ରାସ୍ତା କାଢିଛନ୍ତି। ରାଜ୍ୟରେ ଗୋଟିଏ କି ଦୁଇଟି ନୁହେଁ, ପୂରା ୯ଟି ଏକ୍‌ମୋ ମେସିନ୍ ସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହାର ଉଦଘାଟନ କରିବେ। ଏଥିସହିତ କଟକ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ସହିତ ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଡି ହୋଇଯିବାକୁ ଯାଉଛି।

ଆଜି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ ୧୫ତାରିଖରୁ ଏକ୍‌ମୋ ଚିକିତ୍ସା ପାଇଁ ଏସ୍‌ସିବି ପୂରା ପ୍ରସ୍ତୁତ ହୋଇସାରିଲାଣି। ଦୁଇଟି ୟୁନିଟ୍ କରାଯାଇଛି। ଗୋଟିଏ ୟୁନିଟ୍‌ରେ ୬ଟି ଓ ଅନ୍ୟ ୟୁନିଟ୍‌ରେ ୩ଟି ମେସିନ୍ ରହିବ। କୋଭିଡ୍ ପରବର୍ତ୍ତୀ ଜଟିଳତା କ୍ଷେତ୍ରରେ ୬ଟି ମେସିନ୍ ବ୍ୟବହାର ହେବ। ଆବଶ୍ୟକ ମାନବ ସମ୍ବଳ ନିୟୁକ୍ତି ପ୍ରକ୍ରିୟା ସରିଛି। ଗୋଟିଏ ଟିମ୍ ଇତିମଧ୍ୟରେ କୋଲକାତା ଯାଇ ପ୍ରଶିକ୍ଷଣ ନେଇ ଫେରିଲେଣି। ଅନ୍ୟ ଗୋଟିଏ ଟିମ୍ ଖୁବ୍ ଶୀଘ୍ର କୋଲକାତା ପ୍ରଶିକ୍ଷଣ ପାଇଁ ଯିବେ। ଏକ୍‌ମୋ ମେସିନ୍‌କୁ କରୋନାର ରୋଗୀଙ୍କ ପାଇଁ ସଂଜୀବନୀ ବୋଲି କୁହାଯାଉଛି।

ଓଡ଼ିଶାରେ ଘରୋଇ ମେଡିକାଲ କଲେଜରେ ଏକ୍‌ମୋ ମେସିନ୍ ଥିଲା, କିନ୍ତୁ ସରକାରୀ ବ୍ୟବସ୍ଥାରେ ନଥିଲା। ଭୁବନେଶ୍ୱର ଏମ୍‌ସ ଇତିମଧ୍ୟରେ ଏକ୍‌ମୋ ମେସିନ ଆଣିଛି। ଏମ୍‌ସ ମେଡିକାଲର ପ୍ରତିଷ୍ଠା ଦିବସରେ ଏହି ସେବା ଆରମ୍ଭ କରାଯାଇଥିଲା।

କରୋନାର ଦ୍ବିତୀୟ ଲହର ରାଜ୍ୟରେ ଅତି ଭୀଷଣ ରୂପ ଧାରଣ କରିଥିଲା। କରୋନା ପରବର୍ତ୍ତୀ ଜଟିଳତା କାରଣରୁ ବହୁ ରୋଗୀ ଗୁରୁତର ହୋଇଥିଲେ। ଏକ୍‌ମୋ ଚିକିତ୍ସାର ଆବଶ୍ୟକତା ପଡିଥିଲା। ଅଳ୍ପ କେଇ ଜଣ ଅତ୍ୟନ୍ତ ବ୍ୟୟବହୁଳ ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଓ ସେମାନଙ୍କୁ ଏୟାର ଲିଫ୍ଟିଂ କରି ନିଆଯାଇଥିଲା। ଅନେକ ଏହିଠାରେ ଚିକିତ୍ସା ଅଭାବରୁ ଜୀବନ ହାରିଥିଲେ।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରରୁ ଯାହା ସବୁ ଶିକ୍ଷା ମିଳିଛି, ତାକୁ ତୃତୀୟ  ଲହର ବେଳକୁ ଶତ ପ୍ରତିଶତ ସଂଶୋଧନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ସବୁଠାରୁ ବଡ଼ ପଦକ୍ଷେପ ଯାହା ଭାରତବର୍ଷରେ ଅନ୍ୟ କୌଣସି ସରକାର ଗ୍ରହଣ କରିବା ସ୍ଥିତିରେ ନାହାନ୍ତି, ତାହା ହେଲା ଏକ୍‌ମୋ ମେସିନ୍। ତୃତୀୟ ଲହର ଆସିବା ପୂର୍ବରୁ ଏହାକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯିବ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ କୋଭିଡ୍ ତୃତୀୟ ଲହର ଆକ୍ସନ୍ ପ୍ଲାନ୍ ଇତିମଧ୍ୟରେ ଚୂଡାନ୍ତ ରୂପ ନେଇଛି। ଏଥିରେ ଔଷଧ କିଣାଠାରୁ ଆରମ୍ଭ କରି କୋଭିଡ୍ ହସ୍ପିଟାଲ, ଶିଶୁମାନଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା, ଡାକ୍ତରମାନଙ୍କୁ ପ୍ରଶିକ୍ଷଣ, ଆଗୁଆ କୋଭିଡ୍ ସାମଗ୍ରୀ କିଣି ମହଜୁଦ୍ ରଖାଯିବା, ପିଏମ୍ କେୟାର୍ସ ପାଣ଼୍ଟିରେ ହେବାକୁ ଥିବା ସ୍ବତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ଆଦି ସଂପର୍କରେ ସବୁ କ୍ଷେତ୍ରରେ ସରକାର ତାଙ୍କ ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଲେଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ତୃତୀୟ ଲହର ମୁକାବିଲା ପାଇଁ ୨୩ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଏଥିମଧ୍ୟରୁ ଓଡ଼ିଶାରେ ୮୬୧ କୋଟି ଟଙ୍କା ଭାଗ ପଡିଛି। ଏହି ଅର୍ଥରୁ ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବେ ଓ ବାକି ୪୦ ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରିବେ। ତୃତୀୟ ତରଙ୍ଗ ପ୍ରସ୍ତୁତି ଦିଗରେ ଏହା ବିନିଯୋଗ ହେବ।

ଭାରତବର୍ଷର ବଚ୍ଛା ବଚ୍ଛା ଡାକ୍ତରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶଦାତା ମଣ୍ଡଳୀ ଗଠନ କରିଛନ୍ତି, ସେମାନଙ୍କର ପରାମର୍ଶ ଅନୁସାରେ, ସରକାର ସେହି ଅନୁସାରେ ପ୍ରସ୍ତୁତି ଚଳାଇଛନ୍ତି। ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସମୀକ୍ଷା ବୈଠକ ନେଉଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାକୁ ନଭେମ୍ବର ସୁଦ୍ଧା ତୃତୀୟ ଲହର ଛୁଇଁବ ବୋଲି ଆକଳନ କରାଯାଉଛି। ଏହା ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରି ଚାଲିଛନ୍ତି। କିନ୍ତୁ ଟିକା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବଡ ସମସ୍ୟା ଭାବେ ଉଭା ହୋଇଛି।

Leave A Reply

Your email address will not be published.