ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଓଡ଼ିଶାରୁ ଟ୍ରେନିଂ ନେଇଥିଲେ, ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ

0
  • ନୀରଜ…ନୀରଜ କମ୍ପୁଛି ସାରା ଭାରତ
  • ଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜ
  • ପ୍ରଶଂସାରେ ପୋତି ପକାଉଛି ଦେଶ

ନୀରଜ..ନୀରଜ..ନୀରଜ ନାଁରେ କମ୍ପୁଛି ଭାରତ। ଇଏ ସେହି ନୀରଜ ଗତକାଲି ଯାଏ କ୍ରୀଡାପ୍ରେମୀଙ୍କୁ ଛାଡିଦେଲେ ତାଙ୍କ ବାବଦରେ କେହି ବୋଧେ ବେଶୀ ଜାଣିନଥିଲେ। ଆଜି କିନ୍ତୁ କୋଟି କୋଟି ଭାରତୀୟଙ୍କ ମୁହଁରେ ଗୋଟିଏ ନାରା ସାବାସ ନୀରଜ …।

() ଯାହା ଅଲିମ୍ପିକ୍ସ ଇତିହାସରେ ଭାରତ କରିପାରିନଥିଲା । ଆଜି ତାହା ପୂରା କରିଛନ୍ତି ନୀରଜ ଚୋପ୍ରା। ଦେଶ ପାଇଁ ଆଜି ଗର୍ବର ଦିନ,ଗୌରବର ଦିନ,
ଐତିହାସିକ ଦିନ। ନୀରୋଜ ଚୋପ୍ରା ଆଜି ଟୋକିଓରେ ଭାରତର ନାଁକୁ ନେଇ ଏମିତି ଶୀର୍ଷରେ ପହଞ୍ଚାଇଛନ୍ତି ଯେ ଯେତେ ସାବାସି ଦେଲେ ମଧ୍ୟ ତାହା କମ ପଡିବ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏବେ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ସମସ୍ତେ ନିରଜଙ୍କୁ ଅଭିନନ୍ଦନ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି।

() ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନୀରଜଙ୍କର ବି ଓଡ଼ିଶା ସଂପର୍କ ରହିଛି। ୨୦୨୦ରେ ସେ ଓଡ଼ିଶାର କଳିଙ୍ଗ ଷ୍ଡାଡିୟମ୍‌ରେ ଅଭ୍ୟାସ କରିଥିଲେ। ଅଲମ୍ପିକ୍ସ ପାଇଁ ତାଙ୍କର ସେ ଅଭ୍ୟାସ ମ୍ୟାଚ ଥିଲା। ସେ କ୍ୟାମ୍ପ ବି କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ସଚିବ ଭିନିଲ୍ କ୍ରିଷ୍ଣା ଏ ସଂପର୍କରେ ଟ୍ବିଟ୍ କରି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଫଟୋ ବି ରହିଛି। ଖାସ୍ ଏହି କାରଣରୁ ଓଡ଼ିଶା ବି ନୀରଜଙ୍କୁ ନେଇ ବେଶ୍ ଗର୍ବିତ। ଅତି ସଂକ୍ଷେପରେ କହିଲେ ଏଥର ଓଡ଼ିଶା ପୃଷ୍ଠପୋଷକତାରେ ଭାରତ ହକିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଏବେ ଓଡ଼ିଶାରେ ଅଭ୍ୟାସ ସାରି ଯାଇଥିବା ନୀରଜ ସ୍ବର୍ଣ୍ଣ ହାତେଇଛନ୍ତି।

() ଟୋକିଓରୁ ସୁନା ପଦକ ନେଇ ଫେରିବ ସୁନା ପୁଅ । ଅଲିମ୍ପିକ୍ସରେ ଇତିହାସ ଲେଖିଲେ ନୀରଜ ଚୋପ୍ରା। ଭାରତର ୧୦୦ ବର୍ଷର ଅପେକ୍ଷାର ଅନ୍ତର ହେଲା।
ଆଥଲେଟିକ୍ସରେ ଭାରତକୁ ମିଳିଲା ସ୍ପର୍ଣ୍ଣ ପଦକ। ଜାଭେଲିନ ଥ୍ରୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି ନିରଜ। ଫାଇନାଲରେ ସର୍ବାଧିକ ୮୭.୫୮ ମିଟର ଥ୍ରୋ କରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଅଲିମ୍ପିକ୍ସର ୧୬ ତମ ଦିନରେ ଆଜି ଜାଭେଲିନ ଥ୍ରୋର ଫାଇନାଲ ଖେଳାଯାଇଥିଲା।।ଫାଇନାଲରେ ମୋଟ ୧୨ ଜଣ ଖେଳାଳି ଭାଗ ନେଇଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

() ୨୦୦୮ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ବ୍ୟକ୍ତିଗତ ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ୨୦୧୬ ଜୁନିୟର ବିଶ୍ୱ ଚାମ୍ପିଅନସିପରେ ସୁନା ଜିତିଥିଲେ ନୀରଜ । ଏହା ପରେ ୨୦୧୭ ଏସିଆନ ଚାମ୍ପିଅନସିପ , ୨୦୧୮ରେ କମନ ୱେଲ୍‌ଥ ଗେମ୍ସ ଓ ଏସିଆନ ଗେମ୍ସ ଦୁଇଟିରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁନା ପୁଅ ନୀରଜ । ଏହା ପରେ ଟୋକିଓ ଅଲିମ୍ପିକ୍ସରେ ଆଜି ସର୍ବଶ୍ରେଷ୍ଠ ପ୍ରଦର୍ଶନ ଟୋକିଓରେ ଭାରତର ଟେକ ରଖିଛନ୍ତି।

()ସବୁ ବର୍ଷ ଅପକ୍ଷୋ ଏବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତକୁ ଦୁଇଟି ମିଳିଛି। ନୀରଜ ଚୋପ୍ରା ସ୍ୱର୍ଣ୍ଣ ଆଣିଥିବା ବେଳେ ବଜରଙ୍ଗ ପୁନିଆରେ କୁସ୍ତିରେ ବ୍ରୋଞ୍ଜ ଆଣିଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ନୀରଜ ସ୍ୱର୍ଣ୍ଣ ଆଣିଥବା ବେଳେ ମୀରାବାଈ ଚାନୁ ଭାରୋ ଳନରେ ରୌପ୍ୟ ଆଣିଥିବା ବେଳେ କୁସ୍ତିରେ ରବି ଦହ୍ରିୟା ମଧ୍ୟ ରୌପ୍ୟ ଆଣିଛନ୍ତି । ସେହିପରି ଭାରତକୁ ୪ଟି ବ୍ରୋଞ୍ଜ ଦେଇଛନ୍ତି ଲଭଲିନା, ପିଭି ସିନ୍ଧୁ,ବଜରଙ୍ଗ ପୁନିଆ ପୁରୁଷ ହକି ଦଳ।

Leave A Reply

Your email address will not be published.