ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବଞ୍ଚାଇଥିଲେ ଶହ ଶହ ଜୀବନ, ପ୍ରତିଦାନରେ ମିଳିଲା ସମ୍ମାନ

0

ସମ୍ବର୍ଦ୍ଧିତ ହେଲେ ସମ୍ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ )ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ।

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ। ସମାଜ ଓ ମାନବଜାତିର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ। ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି।

କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି।

ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ।

ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି।

ସିଆଇଆଇ ଓଡିଶା କାଉନସିଲର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଶ୍ରୀମତୀ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.