ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

କଟକରେ କାହିଁକି ପୁଣି ବଢିଲା ସଂକ୍ରମଣ?

0

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦିନକୁ ଦିନ କମୁଛି। ସପ୍ତମ ପର୍ଯ୍ୟାୟ ତାଲାବନ୍ଦର ଏକ ସପ୍ତାହ ଭିତରେ ସଂକ୍ରମଣ ହାର ଖସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ୧୩ ଶହ ଭିତରେ ରହୁଛି। କେବଳ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। କଟକରେ ଦୀର୍ଘଦିନ ପରେ ଗତକାଲି ଶହେ ତଳକୁ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ଶହେ ଉପରେ ରହିଛି।

ଗତ ୨୪ ଘଣ୍ଟାରେ ୬୯ ହଜାର ୪୨୭ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୭୯%। ୧୨୪୩ ନୂଆ ସଂକ୍ରମିତ ଚିହ୍ନଟ
ହୋଇଛନ୍ତି । ଖୋର୍ଦ୍ଧା ଋ କଟକ ଜିଲ୍ଲାରେ କେବେଳ ଶହେ ଉପରେ ସଂଖ୍ୟା ରହୁଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ କଟକରୁ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପର ଅନୁଗୁଳ ଜିଲ୍ଲାରୁ ୫୩ ଜଣ,ବାଲେଶ୍ୱର ଜିଲ୍ଲାରୁ ୪୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୯ ଜଣ,ଜଗତସିଂହପୁର ଜିଲ୍ଲାରୁ ୮୮ ଜଣ,ଯାଜପୁରରୁ ୫୦ ଜଣ, ମୟୂରଭଞ୍ଜର ୩୫ ଜଣ.ନୟାଗଡରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ରେ ପହଞ୍ଛିଛି।

ସେହିପରି ଆଜି ଆଉ ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ମୋଟ ମୃତ୍ୟୁସଂଖ୍ୟା ୬ ହଜାର ୪୩୫ରେ ପହଞ୍ଛିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାରୁ
୨୧ ଜଣ, କଟକରୁ ୧୩ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ୬ ଜଣ ଲେଖାଁଏ ରହିଛନ୍ତି । ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଁଏ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ଦେବଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି ।

Leave A Reply

Your email address will not be published.