ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କଟକରେ କାହିଁକି ପୁଣି ବଢିଲା ସଂକ୍ରମଣ?

0

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦିନକୁ ଦିନ କମୁଛି। ସପ୍ତମ ପର୍ଯ୍ୟାୟ ତାଲାବନ୍ଦର ଏକ ସପ୍ତାହ ଭିତରେ ସଂକ୍ରମଣ ହାର ଖସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ୧୩ ଶହ ଭିତରେ ରହୁଛି। କେବଳ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। କଟକରେ ଦୀର୍ଘଦିନ ପରେ ଗତକାଲି ଶହେ ତଳକୁ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ଶହେ ଉପରେ ରହିଛି।

ଗତ ୨୪ ଘଣ୍ଟାରେ ୬୯ ହଜାର ୪୨୭ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୭୯%। ୧୨୪୩ ନୂଆ ସଂକ୍ରମିତ ଚିହ୍ନଟ
ହୋଇଛନ୍ତି । ଖୋର୍ଦ୍ଧା ଋ କଟକ ଜିଲ୍ଲାରେ କେବେଳ ଶହେ ଉପରେ ସଂଖ୍ୟା ରହୁଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ କଟକରୁ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପର ଅନୁଗୁଳ ଜିଲ୍ଲାରୁ ୫୩ ଜଣ,ବାଲେଶ୍ୱର ଜିଲ୍ଲାରୁ ୪୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୯ ଜଣ,ଜଗତସିଂହପୁର ଜିଲ୍ଲାରୁ ୮୮ ଜଣ,ଯାଜପୁରରୁ ୫୦ ଜଣ, ମୟୂରଭଞ୍ଜର ୩୫ ଜଣ.ନୟାଗଡରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ରେ ପହଞ୍ଛିଛି।

ସେହିପରି ଆଜି ଆଉ ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ମୋଟ ମୃତ୍ୟୁସଂଖ୍ୟା ୬ ହଜାର ୪୩୫ରେ ପହଞ୍ଛିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାରୁ
୨୧ ଜଣ, କଟକରୁ ୧୩ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ୬ ଜଣ ଲେଖାଁଏ ରହିଛନ୍ତି । ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଁଏ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ଦେବଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି ।

Leave A Reply

Your email address will not be published.