ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

କେନ୍ଦ୍ର ଅଣଦେଖା କଲା, ସୁନ୍ଦରଗଡବାସୀ ଅସନ୍ତୋଷ ଜଣାଇଲେ

0

ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ଭୁବନେଶ୍ବର: ଆଜି ସୁନ୍ଦରଗଡ ବନ୍ଦ। ରାଜ୍ୟର ଦ୍ୱିତୀୟ ଏମ୍ସ ସୁନ୍ଦରଗଡରେ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛନ୍ତି। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହା ଚାଲିବ ।ବନ୍ଦ ପାଳନକୁ ଲୋକମାନେ ସମର୍ଥନ କରିଛନ୍ତି ।

ସହରର ସମସ୍ତ ଦୋକାନ,ବଜାର ବନ୍ଦ ରହିଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ପେଟ୍ରୋଲ ଟାଙ୍କି ଓ ଅଫିସ ମଧ୍ୟ ବନ୍ଦ ରହିଛି । ଓକିଲ ସଂଘ, ବଣିକ ସଂଘ ସମେତ ବହୁ ଅନୁଷ୍ଠାନ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ପାଳନ ଯୋଗୁଁ ଏମସିଏଲରୁ କୋଇଲ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସୁନ୍ଦରଗଡରେ ନୂଆ କରି ତିଆରି ହୋଇଥିବା ଏନଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ସରକାର । କେନ୍ଦ୍ରର ବୈଷୟକି ଟିମ ଏନଟିପିିସି ମେଡିକାଲ କଲେଜ ବୁଲି ଭିତ୍ତିଭୂମି ତଦାରଖ କରିଥିଲେ। ହେଲେ ଏବେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନାମଲେଖା ବିଜ୍ଞପ୍ତି ଜାରି କରାଯିବା ପରେ ଏଠାରେ ଏମ୍‌ସ ପ୍ରତିଷ୍ଠା ହେବନି ବୋଲି ଜଣାପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସୁନ୍ଦରଗଡ ଉପରେ ମୁଖ୍ୟତଃ ଝାଡ଼ଖଣ୍ଡ,ଛତିଶଗଡ ଓ ରାଜ୍ୟର ୩ ଜିଲ୍ଲାରୁ ଅଧିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରନ୍ତି। ପଶ୍ଚିମ ଓଡିଶାରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସୁନ୍ଦରଗଡରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ହେଉ ବୋଲି ଲୋକମାନେ ମଧ୍ୟ ଦାବି କରୁଛନ୍ତି ।

Leave A Reply

Your email address will not be published.