ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ହଜାରେ ତଳକୁ ଖସିଲା ସଂଖ୍ୟା

0

ଗତ କିଛି ଦିନ ଧରି ରାଜ୍ୟରେ ସଂକ୍ରମଣର ସ୍ଥିରାବସ୍ଥା ରହିବା ପରେ ଆସିଛି ଆଶ୍ୱସ୍ତିକର ଖବର । ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମିତ ସଂଖ୍ୟା । କେବେଳ ଖୋର୍ଦ୍ଧା ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଅଙ୍କ ଥିବା ବେଳେ ବାକି ସବୁ ଜିଲ୍ଲାରେ ଦୁଇ ଅଙ୍କ ରହିଛି । ୨୪ ଘଂଟାରେ ୮୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହପରି କଟକରେ ଶହେ ତଳକୁ ଖସିଛି ସଂଖ୍ୟା । କଟକରୁ ୮୧ଜଣ, ଅନୁଗୁଳରୁ ୩୨,ବାଲେଶ୍ୱରରୁ ୬୨, ଭଦ୍ରକରୁ ୩୧, ଯାଜପୁରରୁ୬୦, ଜଗତସିଂହପୁରରୁ ୫୪ , କେନ୍ଦ୍ରାପଡା ଜିଲ୍ଲାରୁ ୩୩ ଜଣ,ପୁରୀ ଜିଲ୍ଲାରୁ ୫୩ ଜଣ ,ମୟୂରଭଞ୍ଜରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୯ ଲକ୍ଷ ୮୭ ହଜାର ୯୫୬ରେ ପହଞ୍ଚିଛି । ଆଜି ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧରୁ ସର୍ବାଧିକ ୨୯ ଜଣ, କଟକରୁ ୧୩ ଜଣ, ସମ୍ବଲପୁରରୁ ୮ ଜଣ,ବରଗଡରୁ ୭ ଜଣ, ବଲାଙ୍ଗୀରରୁ ୩ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ ଆଖିବୁଜିଛନ୍ତି । ସେହିପରି ଝାରସୁଗୁଡା, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତ ପ୍ରାଣ ହରାଇନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୫୦୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.