ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆଉ ଜଣେ ଅଧିକାରୀ ଭିଜିଲାନ୍ସ ନଜରରେ

0

ଭୁବନେଶ୍ବର: ଖୋଜି ଖୋଜି ଧରୁଛି ଭିଜିଲାନ୍ସ । ଭିଜିଲାନ୍ସ ନଜରରେ ଦୁର୍ନୀତି ଗସ୍ତ ଅଧିକାରୀ । ପିଏସ ବିରଞ୍ଚି ସାହୁଙ୍କ ଘରୁ ଘରୁ ପୁଳା ପୁଳା ଟଙ୍କା ଓ ସୁନାଗହଣା ମିଳିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ଦିନ କେଇଟା ବିତିନି, ଭିଜିଲାନ୍ସ ଜାଲରେ ପଡିଛନ୍ତ ଆଉ ଜଣେ ଦୁର୍ନୀତି ଗସ୍ତ ଅଧିକାରୀ । ନୂଆପଡା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳଙ୍କ ଘରେ ଚାଲିଛି ରେଡ ।

ସରକାରୀ ବାସଭବନରୁ ଟଙ୍କା ନେଇ ତ୍ରିଲୋଚନ ଧଳ ପୈତୃକ ଘରକୁ ଯାଉଥିବା ଭିଜିଲାନ୍ସ ଖବର ପାଇଥିଲା । ଏହା ପରେ ତ୍ରିଲୋଚନଙ୍କ ସରକାରୀ ଗାଡିରୁ ୨ଳକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଥିଲା ହେଲେ ଏତେ ଟଙ୍କା ଗାଡିରୁ ଜବତ ହୋଇଥିବା ବେଳେ ଟଙ୍କାର ହିସାବ ଦେଇପାରିନଥିଲେ ତ୍ରିଲୋଚନ ।
ହିସାବ ନଦେଇପାରିବାରୁ ଜୋରଦାର ଚଢାଉ କରିଥିଲା ଭିଜିଲାନ୍ସ । ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା ଭିଜିଲାନ୍ସ । ତ୍ରିଲୋଚନଙ୍କ ସରକାରୀ ବାସଭବନ ସମେତ ନରାଜ ସ୍ଥିତ ପୈତୃକ ଘରେ ମଧ୍ୟ ରେଡ କରାଯାଉଛି ।

Leave A Reply

Your email address will not be published.