ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସଟଡାଉନରେ ବେପାର,ସିଲ ହେଲା ବଜାର

0

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୪ ମାଛ ମାର୍କେଟ ସିଲ। ବାରମ୍ବାର କୋଭିଡ ନିୟମ ଉଂଲଘନ ଅଭିଯୋଗରେ ମାଛ ମାର୍କେଟକୁ ସିଲ କରିଛି ବିଏମସି । ଅନିଦ୍ଦିଷ୍ଟ କାଳ ପାଇଁ ଆମିଷ ବଜାରକୁ ସିଲ କରାଯାଇଛି।

ପୂର୍ବରୁ ଜୁନ ୧୫ରେ ମାଛ ମାର୍କେଟକୁ ସିଲ କରାଯାଇଥିଲା । ଅଗଷ୍ଟ ମାସରେ ନୂଆ ଗାଇଡଲାଇନ ଆସିବା ପରେ ମଧ୍ୟ ୨ ର ଚେତାବନୀ ଦିଆଯାଇଥିଲା । ହେଲେ ଚେତାବନୀ ସତ୍ୱେ ବି ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା। ସଟଡାଉନରେ ଆମିଷ ବଜାର ଖୋଲା ଥିବା ବିଏମସି ପାଖରେ ଖବର
ପହଞ୍ଚିଥିଲା। ଏହା ପରେ ଆମିଷ ବଜାରକୁ ଅନିଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଭୁବନେଶ୍ୱରରେ ସଂକ୍ରମଣ କମୁନି । ଏବେ ବି ସ୍ଥିତି ଖରାପ ରହିଛି । ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନଥିବାରୁ ଅନ୍ୟ ଜିଲ୍ଲା ଅପେକ୍ଷା ଏହି ୩ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଏହି ୩ ଜିଲ୍ଲାରେ ମଧ୍ୟ ସଟଡାଉନ ବଳବତର ରହିଛି।

Leave A Reply

Your email address will not be published.