ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସଟଡାଉନରେ ବେପାର,ସିଲ ହେଲା ବଜାର

0

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୪ ମାଛ ମାର୍କେଟ ସିଲ। ବାରମ୍ବାର କୋଭିଡ ନିୟମ ଉଂଲଘନ ଅଭିଯୋଗରେ ମାଛ ମାର୍କେଟକୁ ସିଲ କରିଛି ବିଏମସି । ଅନିଦ୍ଦିଷ୍ଟ କାଳ ପାଇଁ ଆମିଷ ବଜାରକୁ ସିଲ କରାଯାଇଛି।

ପୂର୍ବରୁ ଜୁନ ୧୫ରେ ମାଛ ମାର୍କେଟକୁ ସିଲ କରାଯାଇଥିଲା । ଅଗଷ୍ଟ ମାସରେ ନୂଆ ଗାଇଡଲାଇନ ଆସିବା ପରେ ମଧ୍ୟ ୨ ର ଚେତାବନୀ ଦିଆଯାଇଥିଲା । ହେଲେ ଚେତାବନୀ ସତ୍ୱେ ବି ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା। ସଟଡାଉନରେ ଆମିଷ ବଜାର ଖୋଲା ଥିବା ବିଏମସି ପାଖରେ ଖବର
ପହଞ୍ଚିଥିଲା। ଏହା ପରେ ଆମିଷ ବଜାରକୁ ଅନିଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଭୁବନେଶ୍ୱରରେ ସଂକ୍ରମଣ କମୁନି । ଏବେ ବି ସ୍ଥିତି ଖରାପ ରହିଛି । ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନଥିବାରୁ ଅନ୍ୟ ଜିଲ୍ଲା ଅପେକ୍ଷା ଏହି ୩ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଏହି ୩ ଜିଲ୍ଲାରେ ମଧ୍ୟ ସଟଡାଉନ ବଳବତର ରହିଛି।

Leave A Reply

Your email address will not be published.