ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଗଷ୍ଟ ଆରମ୍ଭରୁ ବି ବର୍ଷା ଗାଏବ

0

ବର୍ଷା ନାହିଁ..୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଅଗଷ୍ଟ ଆରମ୍ଭରୁ ବି ରାଜ୍ୟରେ ବର୍ଷା ଅଭାବ । ନିଅଣ୍ଟିଆ ବର୍ଷା ଯୋଗୁଁ ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟରେ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷାର ପରିମାଣ ବଢି ଚାଲିଛି । ଅଗଷ୍ଟ ପହିଲାରୁ ୮ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୦୫.୪ ମିମି ହେବାକୁ ଥିବା ବେେ ମାତ୍ର ୨୫ ମିମି ବର୍ଷା ହୋଇଛି । ସେହିପରି ଜୁନ୧ ରୁ ଅଗଷ୍ଟ ୮ ସୁଦ୍ଧା ସ୍ୱାଭାବି ବର୍ଷା ୬୬୭.୭ ମିମି ହେବାକୁ ଥିବା ବେଳେ ୪୮୧.୩ ମିମି ବର୍ଷା ହୋଇଛି । ଯାହା କି ୨୮ ପ୍ରତିଶତ ନିଅ ିଆନିଅଣ୍ଟିଆ ବର୍ଷା ହେଲାଣି ।

ରାଜ୍ୟରେ ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜୁଥିବା ବେଳେ ଚାରି ଜିଲ୍ଲା ଭଦ୍ରକ, ଗଜପତି,ଯାଜପୁର ଓ ବଲାଙ୍ଗୀରରେ ଉତ୍କଟ ସ୍ଥିତି ରହିଛି ।ଏହି ୪ ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ମୌସୁମୀ ଟ୍ରାପ ଲାଇନ ଏବେ ଉତରାଭିମୂଖୀ ହୋଇଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଆସନ୍ତା ୧୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟିହୋଇପାରେ । ୧୬ ବେଳକୁ ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ତେଲେଙ୍ଗାନା ଆଡକୁ ଯିବ ବୋଲି ଅନୁମାନ କରାଯାଇଛି । ତେବେ ଏହା ପ୍ରଭାବରେ ଓଡିଶାରେ କମ ବର୍ଷା ହେବ ସହ ଆନ୍ଧ୍ରରେପ୍ରବଳ ବର୍ଷା ହେବ ।

Leave A Reply

Your email address will not be published.