ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେଉଛନ୍ତି ମହାପ୍ରଭୁ

0

ପୁରୀ: ଖୋଲିଲା ଶ୍ରୀମନ୍ଦିର। ସାଆନ୍ତେଙ୍କୁ ଦର୍ଶନ କଲେ ସେବାୟତ ପରିବାର ଶେଷରେ ଅପେକ୍ଷାରେ ଅନ୍ତ ହୋଇଛି। ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର। କାଳିଆ ସାଆନ୍ତେଙ୍କ ଦର୍ଶନ ମିଳିଛି। କୋଭିଡ ପ୍ରଥମ ଲହରରେ କଟକଣାରେ ଦର୍ଶନ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ତାର ପୁନରାବୃତ୍ତି ଘଟିଛି। ଆଜି ଓ ଆସନ୍ତକାଲି ଦୁଇ ଦିନ ପ୍ରଥମେ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ୨୩ ତାରିଖରୁ ଆରମ୍ଭ ହେବ ସାଧାରଣ ଦର୍ଶନ।

ସେବାୟତ ପରିବାର ଲୋକ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆଜି ଭୋର ୫ଟା ୫୦ ମିନିଟରେ ଶୀମନ୍ଦିର ଦ୍ୱାର ଖୋଲିବା ପରେ ଆରମ୍ ହୋଇଛି ସେବାୟତ ପରିବାର ସଦସ୍ୟଙ୍କ ଦର୍ଶନ।

ପୁରୀ ଲୋକ ତିନିଟି ପର୍ଯ୍ୟାୟରେ ଦର୍ଶନ କରିବା ନେଇ ବ୍ୟବସ୍ଥା କରାଯାଇଛି।ଗୋଟିଏ ୱାର୍ଡ ପାଇଁ ମାତ୍ର ସାଢେ ୩ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ପୁରୀ ବାହାର ଲୋକଙ୍କ ପାଇଁ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ପୁରୀ ବାସୀଙ୍କ ପାଇଁ ସେଭଳି କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସେହିପରି ମନ୍ଦିର ପ୍ରବେଶ କରିବା ପୂର୍ବରୁ ହାତ ସାନିଟାଇଜ କରିବେ। ମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଭକ୍ତମାନେ ମନ୍ଦିର ଭିତରକୁ ଫୁଲ, ଦୀପ, ଭୋଗ ନେଇଯାଇପାରିବେ ନାହିଁ। ୃ ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏହି ଦୁଇ ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ।

Leave A Reply

Your email address will not be published.