ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେଉଛନ୍ତି ମହାପ୍ରଭୁ

0

ପୁରୀ: ଖୋଲିଲା ଶ୍ରୀମନ୍ଦିର। ସାଆନ୍ତେଙ୍କୁ ଦର୍ଶନ କଲେ ସେବାୟତ ପରିବାର ଶେଷରେ ଅପେକ୍ଷାରେ ଅନ୍ତ ହୋଇଛି। ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର। କାଳିଆ ସାଆନ୍ତେଙ୍କ ଦର୍ଶନ ମିଳିଛି। କୋଭିଡ ପ୍ରଥମ ଲହରରେ କଟକଣାରେ ଦର୍ଶନ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ତାର ପୁନରାବୃତ୍ତି ଘଟିଛି। ଆଜି ଓ ଆସନ୍ତକାଲି ଦୁଇ ଦିନ ପ୍ରଥମେ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ୨୩ ତାରିଖରୁ ଆରମ୍ଭ ହେବ ସାଧାରଣ ଦର୍ଶନ।

ସେବାୟତ ପରିବାର ଲୋକ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆଜି ଭୋର ୫ଟା ୫୦ ମିନିଟରେ ଶୀମନ୍ଦିର ଦ୍ୱାର ଖୋଲିବା ପରେ ଆରମ୍ ହୋଇଛି ସେବାୟତ ପରିବାର ସଦସ୍ୟଙ୍କ ଦର୍ଶନ।

ପୁରୀ ଲୋକ ତିନିଟି ପର୍ଯ୍ୟାୟରେ ଦର୍ଶନ କରିବା ନେଇ ବ୍ୟବସ୍ଥା କରାଯାଇଛି।ଗୋଟିଏ ୱାର୍ଡ ପାଇଁ ମାତ୍ର ସାଢେ ୩ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ପୁରୀ ବାହାର ଲୋକଙ୍କ ପାଇଁ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ପୁରୀ ବାସୀଙ୍କ ପାଇଁ ସେଭଳି କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସେହିପରି ମନ୍ଦିର ପ୍ରବେଶ କରିବା ପୂର୍ବରୁ ହାତ ସାନିଟାଇଜ କରିବେ। ମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଭକ୍ତମାନେ ମନ୍ଦିର ଭିତରକୁ ଫୁଲ, ଦୀପ, ଭୋଗ ନେଇଯାଇପାରିବେ ନାହିଁ। ୃ ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏହି ଦୁଇ ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ।

Leave A Reply

Your email address will not be published.