ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଯେବେ ଡ୍ରାଇଭର ଲୁଟେରା ସାଜେ…

0

ଭୁବନେଶ୍ବର: ଘରର ଡ୍ରାଇଭର ଯେ ମାଲିକଙ୍କ ଘରେ ବିଶ୍ବସ୍ତ ସାଜି କଳାକନା ବୁଲାଇ ଦେବ, ଏକଥା କେହି ଅନୁମାନ କରିପାରୁଛନ୍ତି କି? ଆଜ୍ଞା ହଁ। ଏମିତି ହିଁ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିଛି। ତାହା ପୁଣି କୌଣସି ସାଧାରଣ ଘରୁ ନୁହେଁ କି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରର ଏହି ଘଟଣା। ଆଉ ଭୁବନେଶ୍ବର କମିସନରେଟ୍ ପୁଲିସ ଏବେ ଏଭଳି ଏକ ଘଟଣା ଉପରୁ ପରଦା ହଟାଇଛି। କମିସନନରେଟ ପୁଲିସ ଲୁଟେରାକୁ ଗିରଫ କରିଛି।

ଖବର ଅନୁସାରେ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସବୁ ସୁନା ଚେନ ଲୁଟ ହୋଇଥିଲା। ଏ ନେଇ ସେ ସହିଦନଗର ଥାନାରେ ଅଭିୟୋଗ କରିଥିଲେ। ପୁଲିସ ବ୍ୟାପକ ଅନୁସନ୍ଧାନ କରିବା ପରେ ତାର ସନ୍ଦେହକୁ ଆସିଥିଲା ଡ୍ରାଇଭର। ଆଉ ଟିକେ ଅଧିକ ତଦନ୍ତ ଓ ଖୋଳତାଡ ପରେ ଜଣାପଡିଲା ଯେ ସୁମନ ସିନା ବଡବାବୁଙ୍କ ଘରେ ଡ୍ରାଇଭର ଥିଲା, କିନ୍ତୁ ଲୁଟ୍ କରିବା ପ୍ରବୃତି ବି ତାର ଥିଲା। ସୁମନ ଠାରୁ ୨୨ଟି ସୁନା ଚେନ୍ ଜବତ ହୋଇଛି।

ଶ୍ରୀ ବେଉରିଆଙ୍କ ଘରେ ସୁନା ସବୁ ଠାକୁରଙ୍କ ଦେହରେ ଲାଗିଥିଲା। ଆଉ ସୁମନ ଯା ଆସ କରିବା ବେଳେ ଏହା ଦେଖିଥିଲା। ତାର ଲୋଲୁପ ଦୃଷ୍ଟି ଏହା ଉପରେ ପଡିଥିଲା। ପୁଲିସ ଏବେ ସୁମନକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.