ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ଆଫଗାନରେ ଚାଲିବ କି ବର୍ବରଙ୍କ ଶାସନ

0

ପୁଣି ଆଫଗାନିସ୍ତାନରେ ଚାଲିବ କି ବର୍ବର ତାଲିବାନୀ ଶାସନ? ତାଲିବାନୀ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଛନ୍ତି। ତାଲିବାନ ଆତଙ୍କରେ କେବଳ ଜନସାଧାରଣ ନୁହଁନ୍ତି ଆଫଗାନ ସୁରକ୍ଷାକର୍ମୀ ବି ଥରହର। ଆଫଗାନିସ୍ତାନର ଗୋଟେ ପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସହରକୁ ତଲିବାନ ନିଜ କବଜାକୁ ନେଇଚାଲିଛି। ରାଜଧାନୀ କାବୁଲ ଆଡକୁ ଏବେ ଅଗ୍ରସର ହେଉଛନ୍ତି ତାଲିବାନ ବିଦ୍ରୋହୀ। ସେପଟେ ଆଫଗାନିସ୍ତାନରେ ବିକାଶ କାମ ପାଇଁ ଭାରତକୁ ତାଲିବାନର ପ୍ରଶଂସା।

ସଂଗଠନ ମୁଖପାତ୍ର ମହମ୍ମଦ ସୁହେଲ ସାହିନ କହିଛନ୍ତି, କୌଣସି ଦୂତାବାସ ବା କୂଟନୀତିଜ୍ଞଙ୍କୁ ଟାର୍ଗେଟ କରୁନାହୁଁ। ଭାରତ ପକ୍ଷରୁ ଆଫଗାନିସ୍ତାନର ଉନ୍ନୟନ କାର୍ଯ୍ୟ ବେଶ ପ୍ରଶଂସାଯୋଗ୍ୟ । ନୂଆଦିଲ୍ଲୀ ବିରୋଧରେ ଆଫଗାନ ମାଟି ବ୍ୟବହାରକୁ ଅନୁମତି ଦିଆଯିବନି । ହେଲେ କାବୁଲ ସରକାରକୁ କୌଣସି
ପ୍ରକାର ସାମରିକ ସହାୟତା ନକରିବାକୁ ବି ଚେତାବନୀ ଦିଆଯାଇଛି। ଆଫଗାନିସ୍ତାନରେ ଭାରତ ହସ୍ତକ୍ଷେପ କଲେ, କିମ୍ବା ସେଠାରେ ଉପସ୍ଥିତ ରହିଲେ ସେମାନଙ୍କ ପାଇଁ ଭଲହେବନି ବୋଲି କହିଛି ତାଲିବାନ।

ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ସହ ଲିଙ୍କ କଥା ଭିତ୍ତିହୀନ ବୋଲି କହିଛନ୍ତି ସଂଗଠନ ମୁଖପାତ୍ର । ଆତଙ୍କୀ ସଂଗଠନ ସହ ଯୋଡିବା ରାଜନୈତିକ
ଉଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ତାଲିବାନ ବିଦ୍ରୋହୀ ଆଫଗାନିସ୍ତାନର ଅଧାରୁ ଅଧିକ ସ୍ଥାନ କବଜାକୁ ନେଇସାରିଥିବା ବେଳେ ଏବେ ରାଜଧାନୀ କାବୁଲ ମୁହାଁ ହୋଇଛନ୍ତି। କାବୁଲଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅଛନ୍ତି ତାଲିବାନ।

ଗତକାଲି ୪ଟି ରାଜ୍ୟର ରାଜଧାନୀକୁ ତାଲିବାନ କବଜାକୁ ନେଇସାରିଥିବା ବେଳେ ଏବେ ପୂରା ଦକ୍ଷିଣ ଆଫଗାନିସ୍ତାନ ତାଲିବାନ କବଜାକୁ ଆସିଯାଇଛି। କାନ୍ଦାହାର ଓ ହେରତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ତାଲିବାନ କବଜାକୁ ନେଇଯାଇଛି । ସେପଟେ ଭାରତ ନାଗରିକଙ୍କୁ ଯଥାଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଆଫଗାନିସ୍ତାନରେ ଥିବା ହିନ୍ଦୁ ଓ ଶିଖଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇଆଣିବାକୁ ନୂଆଦିଲ୍ଲୀ ଅପିଲ କରିଛି। ସେହିପରି ଆଫଗାନିସ୍ତାନର ଛାତିଥରା ଦୃଶ୍ୟ ଆସୁଥିବା ଦେଖିବାକୁ ମିଳୁଛି। ତାଲିବାନର ଦଖଲ ବଢିବା ସହ ମହିଳା ଓ ଯୁବତୀଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ତାଲିବାନ ଆତଙ୍କୀଙ୍କ ସହ ମହିଳା ମାନଙ୍କ ବଳପୂର୍ବକ ବିବାହ କରାଯାଉଛି । ନିଷ୍କପଟ ଶିଶୁମାନଙ୍କୁ ମଧ୍ୟ ହତ୍ୟା କରିବାକୁ ତାଲିବାନ ପଛାଉନାହିଁ।

ସେପଟେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତନକୁ ଅନାଇବସିଛି ପାକିସ୍ତାନ । ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ପାକିସ୍ତାନ
ଆତଙ୍କବାଦୀ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଯିବେ । ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିପାରେ । ଭାରତରେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ
ବଢିବାର ସମ୍ଭାବନା ରହିଛି । ଗତ ଗୁରୁବାର ଦିନ ଏକ କ୍ଷେତ୍ରୀୟ ସମ୍ମିଳନୀରେ ଭାରତ ସମେତ ୧୨ ଦେଶର ପ୍ରତିନିଧି ଆଫିଗାନିସ୍ତାନର ସ୍ଥିତି ସଂପର୍କରେ ଆଲାଚନା କରିଥିଲେ । ବୈଠକରେ ତାଲିବାନ ସରକାରକୁ ସମର୍ଥନ କରିବେନି ବୋଲି ନିଷ୍ପତି ନେଇଥିଲେ । ସୈନ୍ୟ ବଳକୁ ପ୍ରୟୋଗ କରି ସ୍ଥାପିତ ହୋଇଥିବା କୌଣସି ସରକାରକୁ ସମର୍ଥନ କରାଯିବନି ବୋଲି ବୈଠକରେ ୧୨ ଦେଶର ପ୍ରତିନିଧି କହିଥିଲେ ।

Leave A Reply

Your email address will not be published.