ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ

0
  • ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବ
  • ଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡ
  • ବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନି
  • ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁ
  • ଦୁର୍ଗା ପୂଜା ପରେ ବିଜେଡି ପ୍ରତିିଦିନ ବଡ ଧରଣର ମିଶ୍ରଣ କାର୍ଯ୍ୟକ୍ରମ କରିପାରେ

ଭୁବନେଶ୍ବର: ଥରେ କି ଦୁଇଥର ନୁହେଁ, ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି କ୍ଷମତା ଚୌକିରେ ବିଜେଡି। ପାଖାପାଖି ୨୪ବର୍ଷ ଧରି ଏହି ଆଞ୍ଚଳିକ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାରେ ଅଛନ୍ତି। ରାଜ୍ୟ ସରକାର ବଦନାମ ହୋଇଗଲେଣି ବୋଲି ବିରୋଧୀ ହୁରି ପକାଉଛନ୍ତି। ହେଲେ ଯେମିତି ନିର୍ବାଚନ ସମୟ ଆସିଯାଉଛି, ଯେଉଁ ଚିତ୍ରଟି ସାମ୍ନାକୁ ଆସୁଛି, ତାହା ହେଲା ବିରୋଧୀ କ୍ୟାମ୍ପର ନେତାମାନେ ସରକାରୀ ଦଳରେ ଯୋଗଦାନ ପାଇଁ ବିକଳ ହୋଇଉଠୁଛନ୍ତି।

୨୦୦୪ ମସିହା ନିର୍ବାଚନରୁ ଏବେ ଯାଏ ଏହି ଚିତ୍ର ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ହଇରାଣରେ ପକାଇ ଦେଉଛି। ଖୋଦ୍ ବିରୋଧୀ ଦଳର ନେତାମାନେ ହିଁ ପ୍ରମାଣ କରିଦେଉଛନ୍ତି ଯେ ବିଜେଡି ବଦନାମ ହୋଇନି, ବରଂ ଏହି ଦଳର ଦବଦବା ଅକ୍ଷୁର୍ଣ୍ଣ ରହିଛି। ଏହାର ଅନ୍ୟ ଏକ କାରଣ ହେଲା, ବିଜେଡି ଛାଡୁଥିବା କମ୍ ନେତା ସଫଳ ହେଉଛନ୍ତି ବା ବିରୋଧୀ କ୍ୟାମ୍ପରେ ଜିତୁଛନ୍ତି। ଅଧିକ ନେତାଙ୍କ ରାଜନୀତିରେ ଡୋରି ବନ୍ଧା ହେଉଛି। ଠିକ୍ ଏହାର ବିପରୀତ ସ୍ଥିତି ଉପୁଜୁଛି ଶାସକ ଦଳରେ। ନିର୍ବାଚନ କୌଣସି ପରିସ୍ଥିତିରେ ହାରିଗଲେ ବି ସରକାରରେ ଥିବା କାରଣରୁ ବିଜେଡି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଲାଗି ପଛଘୁଞ୍ଚା ଦେଉନାହିଁ। ଏଣୁ ବିଜେଡି ପ୍ରତି ନେତାଙ୍କ ଆକର୍ଷଣ କମୁନି।

ଏହି ପ୍ରସଙ୍ଗ ଉପରେ ଏବେ ପୁଣି ଥରେ ଆଲୋଚନା ହେଲାଣି। ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ବୋଲି କମିସନ ସଙ୍କେତ ଦେଇପାରନ୍ତି। ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗଡ ସମ୍ଭାଳିବା ଲାଗି ସଜବାଜ ଚଳାଇଛନ୍ତି। କିଏ ଆଗରେ ଅଛି, କିଏ ଟିକେ ପଛରେ। କିନ୍ତୁ ଅନ୍ୟ ରାଜନୈତିକ ଦଳ ଅପେକ୍ଷା ବିଜେଡିରେ ବିଜେପି ଓ କଂଗ୍ରେସରୁ ଯୋଗଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ନିକଟରେ ଖୋର୍ଧାରେ ଯେଭଳି ଏକ ବିଶାଳ ମିଶ୍ରଣ ପର୍ବ ହେଲା, ତାହା ସମସ୍ତଙ୍କୁ ଚକିତ କରିବ। ସରକାରରେ ଲଗାତାର ୨୨ବର୍ଷ ଧରି ରହିବା ପରେ ଗୋଟିଏ ରାଜନୈତିକ ଦଳ ପ୍ରତି ନେତାମାନଙ୍କର ଏଭଳି ଆକର୍ଷଣର ଶ୍ରେୟ କିଏ ନେବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ମଥାନତ କରି ତାଙ୍କ ପାଖେ ସମର୍ପଣ କରୁଛନ୍ତି ନା ବିରୋଧୀ ରାଜନୈତିକ ଦଳ ରାଜ୍ୟ ଶାସନର କ୍ଷମତା ରଖନ୍ତି ନାହିଁ, ଏକଥା ତାଙ୍କ ଦଳର ନେତାମାନେ ଦଳବଦଳ କରି ପ୍ରମାଣିତ କରୁଛନ୍ତି?

ବିଜେଡିର ଶୀର୍ଷସ୍ତରରେ ଯେଉଁ ଚିତ୍ର ଏବେ ଦେଖିବାକୁ ମିଳୁଛି, ତାହା ବେଶ୍ ଆମୋଦ ଦାୟକ। ସରକାରୀ ଦଳର କିଛି ନେତା ନିଜ ଦଳ ବିଷୟରେ ଫୁଟୁରୁଫାଟର ହେଉଛନ୍ତି। ସେମାନଙ୍କ ଦଳର ଭବିଷ୍ୟତ ଅସ୍ପଷ୍ଟ, ଧୁଆଁଳିଆ ବୋଲି କହିବା ଆରମ୍ଭ କଲେଣି। ସେପଟେ ବିରୋଧୀ ଦଳର କିଛି ରାଜ୍ୟସ୍ତରୀୟ ନେତା ଏବେ ବିଜେଡିକୁ ଲମ୍ଫ ପ୍ରଦାନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ବିଜେଡିର ଶୀର୍ଷ ନେତାଙ୍କ ସହିତ ସେମାନଙ୍କର ଘନ ଘନ ରୁଦ୍ଧଦ୍ବାର ବୈଠକ ସୂଚାଇ ଦେଉଛି ଯେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଏମାନଙ୍କର ବିଜେଡିର ଯୋଗଦାନ ସଂପର୍କରେ ଗୋଟିଏ ପରେ ଗୋଟିଏ ତାରିଖ, କାର୍ଯ୍ୟକ୍ରମ ସାମ୍ନାକୁ ଆସିବ। ଦୁର୍ଗା ପୂଜା ପରେ ଏସବୁ ତାରିଖ ଘୋଷଣା ସମ୍ଭାବନା ଅଧିକ।

ଏକଥା ବି ଜଣାପଡିଗଲାଣି ଯେ ପୁଣି କିଛି ବିରୋଧୀ ଦଳର ଜନ ପ୍ରତିନିଧି ଶାସକ ଦ​ଳକୁ ଏବେଠାରୁ ଆଉଜି ସାରିଲେଣି। ସେଭଳି ଚାରିଜଣଙ୍କ ସଂପର୍କରେ ଏବେଠାରୁ ଆଭାସ ମିଳିଗଲାଣି। ଦୁଇଜଣ ଉପକୂଳିଆ ନେତା। ସେଠାରେ ଶାସକ ଦଳର ବର୍ତ୍ତମାନର ନେତାଙ୍କୁ ଆଡେଇ ଦେଇ ବିଜେଡି ବିରୋଧୀ ଦଳର ଏହି ନେତାମାନଙ୍କୁ ନିଜ ଦଳକୁ ଆଣି ଟିକେଟ୍ ଦେବା ସମ୍ଭାବନା ଆପାତତଃ ଉଜ୍ଜ୍ବଳ।

ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସଂପର୍କରେ ଗଣମାଧ୍ୟମରେ ଆଲୋଚନା ହୋଇସାରିଲାଣି। ସେ ନିଜେ ବି ତାଙ୍କର ମତ ରଖିସାରିଛନ୍ତି। କଂଗ୍ରେସ ବରିଷ୍ଠ ନେତା ପ୍ରଦୀପ ମାଝୀ ତାଙ୍କ ବିରୋଧରେ ଅଭିଯୋଗକୁ ଫାଙ୍କି ଦେଇ ଉଡାଇ ଦେଇଥିଲେ ହେଁ, ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ନାହିଁ। ଉପୂକଳରେ ଅତି ପ୍ରଭାବଶାଳୀ ବିଜେପିର ଜଣେ ଯୁବ ନେତା, ଯିଏ ସବୁଠାରୁ ଅଧିକ ବିଜେଡି ଓ ସରକାର ବିରୋଧରେ ଗର୍ଜନ ତର୍ଜନ କରୁଥିଲେ, ସିଏ ତୁନି ପଡିଗଲେଣି। ଇତିମଧ୍ୟରେ ସେ ସରକାରୀ ଦଳର ଅତି ନିକଟକୁ ଆସିଯାଇଥିବା ଜଣାପଡିଛି। ଦଳ ବଦଳ କରିବା ବିଧାୟକ ଟିକେଟ୍ ହାତେଇବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

କେବଳ ଏତିକି ନୁହେଁ, ବିଜେପି ଗତ ନିର୍ବାଚନ ସମୟରେ ଯେଉଁ ସବୁ ନେତାଙ୍କୁ ଆମଦାନୀ କରି ନେଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଜ ପାଖରେ ରଖିବାରେ ବିଫଳ ହୋଇଛି। ଏପରି ୧୮ ଜଣ ନେତା ଏବେ ବିଜେପିରେ ଆଉ ସକ୍ରିୟ ନାହାନ୍ତି ବରଂ ବିଜେଡି ନେତାମାନଙ୍କ ସହିତ କଥାବାର୍ତ୍ତା, ମିଳାମିଶା ଚଳାଇଛନ୍ତି। ଆହୁରି କୌତୂହଳ କଥା ହେଲା, ଏମାନଙ୍କ ସଂପର୍କରେ ଯେ ବିଜେପି ପାଖରେ ଖବର ନାହିଁ, ଏକଥା ଆଦୌ ନୁହେଁ। କିନ୍ତୁ ଏମାନଙ୍କ ମନ ପରିବର୍ତ୍ତନ ଲାଗି କୌଣସି ଉଦ୍ୟମ ହେଉନଥିବା ଘଟଣା ରାଜନୈତିକ ମହଲ ଓ କିଛି ବିଜେପି ନେତାଙ୍କୁ ତାଜୁବ୍ କରୁଛି।

କଂଗ୍ରେସ ସ୍ଥିତି ଆଗକୁ ଆହୁରି ଭୀଷଣ ହେବାକୁ ଯାଉଛି। ଦଳର ଯେଉଁ ନେତାମାନଙ୍କର ଟିକିଏ ପ୍ରଭାବ ଅଛି, ସେମାନେ ଏବେ ନିଜ ନିଜର ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହାନ୍ ହୋଇପଡିଲେଣି। ଜଣେ ବରିଷ୍ଠ ନେତାଙ୍କର କହିବା କଥା ହେଲା, ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଯଦି ନିଜ ଭବିଷ୍ୟତ ସଂପର୍କରେ ନିଜେ ଚିନ୍ତା ନ କରିବା, ତେବେ ଆମମାନଙ୍କୁ ଛାଡି କର୍ମୀମାନେ ନିଜେ ନିଜେ ନିଷ୍ପତ୍ତି ନେଇଯିବେ।

ଏବେ ପ୍ରଶ୍ନ ଉଠୁଛି, ବିଜେପି ଓ କଂଗ୍ରେସ ସେମାନଙ୍କ ଦୁର୍ଗ ରକ୍ଷା କରିବେ ନା ନାହିଁ? ଏହି ଦୁଇ ଦଳର ଶୀର୍ଷ ନେତୃତ୍ବଙ୍କର ଫର୍ମୁଲା କଣ? ଅସନ୍ତୁଷ୍ଟ ବିଜେଡି ନେତାଙ୍କ ସହିତ ହାତ ମିଳାଇଲେ, ଅଳ୍ପ କିଛି ଭୋଟ ବିଭାଦନ ଘଟିପାରେ ବା ଶାସକ ଦଳ ହାତରୁ ଯାଇପାରେ। ହେଲେ ଏହା ବଡ଼ ସଫଳତା ଦେଇପାରିବ ନାହିଁ, ଏକଥା ୨୦୧୯ ସାଧାରଣ ନିର୍ବାଚନ ଏବଂ ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନ ଫର୍ମୁଲା ଜଣାଇ ସାରିଲାଣି। ତଥାପି ବିଜେପି ଚେତୁନି? ଏ କ୍ଷେତ୍ରରେ କଂଗ୍ରେସ ଶୀର୍ଷ ନେତୃତ୍ବର ମତିଗତି ତାଙ୍କ ଦଳର ବରିଷ୍ଠ ନେତାଙ୍କୁ ବି ଅଜଣା।

Leave A Reply

Your email address will not be published.