ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ

0

ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ବିଧାୟକ ଶ୍ରୀ ମଲ୍ଲିକ ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ସୋସିଆଲ ମିଡିଆରେ ସାମ୍ବାଦିକ ଅମିତାଭ ଖିଲାର ଲେଖିଛନ୍ତି ଯେ ସେ ଏବେ ବିଧାୟକଙ୍କ ନିକଟରେ ଅଛନ୍ତି। କୌଣସି ଅସୁବିଧା ନାହିଁ। ଏହି ଖବର ଏବେ ଭଦ୍ରକବାସୀ ଏବଂ ବିଜେଡି ମହଲକୁ ଆଶ୍ବସ୍ତ କରିଛି।

Leave A Reply

Your email address will not be published.