ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର କୁଳାଧିପତି ଭାବରେ ଶାଲୁ ଜିନ୍ଦଲ ନିଯୁକ୍ତ

0

ଭୁବନେଶ୍ବର: ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ଦ୍ଦେଶକ  ଶାଲୁ ଜିନ୍ଦଲଙ୍କୁ ଛତିଶଗଡର ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର ନୂତନ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉଇକେ ଅଗଷ୍ଟ ୧୮ ତାରିଖରେ ଶ୍ରୀମତୀ ଜିନ୍ଦଲଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ।

ଶ୍ରୀମତୀ ଜିନ୍ଦଲ ଜଣେ ଉଚ୍ଚକୋଟୀର କୁଚିପୁଡି ନୃତ୍ୟାଙ୍ଗନା ଏବଂ ସମାଜସେବୀ ଭାବରେ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ କଳା ଏବଂ ସଂସ୍କୃତି, ଶିକ୍ଷା ତଥା ନିରନ୍ତର ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ  ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି | ସେ ନ୍ୟାସନାଲ ନ୍ୟାସନାଲ ବାଲ ଭବନର ଅଧ୍ୟକ୍ଷା ଓ  ୟଙ୍ଗ ଫିକି ଲେଡିଜ୍ ଅର୍ଗାନାଇଜେସନ୍ ର ପ୍ରତିଷ୍ଠାତା ସଭାପତି ଭାବରେ ସେ କାର୍ଯ୍ୟ କରିଛନ୍ତି।

ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଭାବରେ ଶ୍ରୀମତୀ ଜିନ୍ଦଲ ତାଙ୍କ ସୃଜନଶୀଳ ପଦକ୍ଷେପ ମାଧ୍ୟମରେ ଛତିଶଗଡ଼, ଓଡିଶା, ଝଡ଼ଖଣ୍ଡ,  ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ପାଞ୍ଚ ଲକ୍ଷ ପରିବାରଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇ ପାରିଛନ୍ତି । ସେ ତିରଙ୍ଗା ଏବଂ ଫ୍ରିଡମ୍ ପରି ପୁସ୍ତକ ସଂକଳନ କରିଛନ୍ତି। ସେ ପିଲାମାନଙ୍କ ପାଇଁ ତାଙ୍କର ପ୍ରଥମ ପୁସ୍ତକ ‘ଇଣ୍ଡିଆ : ଆନ୍ ଆଲଫାବେଟ୍ ରାଇଡ୍’ ଲେଖିଛନ୍ତି। ସିଙ୍ଗାପୁରରେ ସିଏମଓ ଏସିଆର ସର୍ବଶ୍ରେଷ୍ଠ ସାମାଜିକ ଉଦ୍ୟୋଗୀ ପୁରସ୍କାର, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧରେ ନେତୃତ୍ୱ ପାଇଁ ମହାତ୍ମା ପୁରସ୍କାର, ଲଣ୍ଡନରେ ସାମାଜିକ ଓ  ସାଂସ୍କୃତିକ ନେତୃତ୍ୱ ପାଇଁ ଗୋଲ୍ଡେନ ପାଇକ ପୁରସ୍କାର ଏବଂ ସିଙ୍ଗାପୁରରେ ଆକାଲାଭିଆ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.