ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଫସିଗଲେ କି ବାଇଡେନ! ଧମକ ଦେଲାଣି ତାଲିବାନ

0

ଆମେରିକାକୁ ତାଲିବାନର ଧମକ । ପୂର୍ବରୁ ଆମେରିକା କହିଥିଲା ଯେ, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର ପରେ ସେନାକୁ ଫେରାଇ ନେବ। ଏବେ ପୂର୍ବ କଥା ଅନୁସାରେ ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଆମେରିକାକୁ ତାଲିବାନ ଧମକ ଦେଇଛି। ଆମେରିକା ଓ ନାଟୋ ସେନା ଏବେ ଆଫଗାନିସ୍ତାନ ଛାଡିସାରିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କାବୁଲ ବିମାନବନ୍ଦରରେ ମହଜୁଦ ଅଛନ୍ତି।

ତାଲିବାନର ପ୍ରବକ୍ତା ସୋହେଲ ସାହିନ କହିଛନ୍ତି ଯେ, ଯଦି ଆମେରିକା ସେନା ହଟାଇବାରେ ବିଳମ୍ବ କରେ ତେବେ ସ୍ଥିତି ଭୟାବହ ହେବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ ଓ ଅନ୍ୟ ମିତ୍ରରାଷ୍ଟଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଜି -୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକିଦେବା ସପକ୍ଷରେ ନାହାନ୍ତି।

ବ୍ରିଟେନ ଏବେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତ ରହୁ।
ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି। ତେବେ ଆମେରିକା ପାଇଁ ଚିନ୍ତାର କାରଣ ହେଲା, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନିନିଏ ତେବେ କାବୁଲ ବିମାନବନ୍ଦରରେ ତାକୁ ତାଲିବାନଙ୍କ ସହ ଲଢିବାକୁ ହେବ।

ପ୍ରଥମରୁ ସେପଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବେ ବୋଲି ବାଇଡେନ କହିଥିଲେ । ଏହା ପରେ ଅଚାନକ ତାଲିବାନର ଦେଶ ଦଖଲ ପରେ ପୁଣି ୫ ହଜାର ସୈନିକଙ୍କୁ ଆମେରିକା କାବୁଲ ବିମାନବନ୍ଦରରେ ମହଜୁଦ ରଖିଥିଲା । ଏହା ପରେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିଥିବା ବେଳେ ଏବେ ତାଲିବାନଙ୍କ ଧମକ ଓ ମିତ୍ରରାଷ୍ଟ୍ରଙ୍କ ଭିତରେ ଫସିଯାଇଛନ୍ତି ବାଇଡେନ।

Leave A Reply

Your email address will not be published.