ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ରାଜସ୍ଥାନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲା ‘ତାଲିବାନ ଟିମ୍’

0

ଜୟପୁର: ଗୋଟିଏ ପଟେ ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାଁକୁ ନେଇ ଦେଖାଦେଇଛି ବିବାଦ। କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲେ ତାଲିବାନ ନାମକ ଟିମ। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ହଲ୍ଳାବୋଲ। ଏଭଳି ଖବର ଆସିଛି ରାଜସ୍ଥାନରୁ।

ଖବର ଅନୁସାରେ, ରାଜସ୍ଥାନର ଜୈସଲମେର ଜିଲ୍ଲାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାମକ ଏକ ଟିମ ଭାଗ ନେଇଥିଲା। ଯାହାକୁ ନେଇ ଗାଁରେ ବିବାଦ ଦେଖାଦେଇଛି। ଏହି ଗାଁ ପୋଖରଣରୁ ପାଖାପାଖି ୩୬ କିଲୋମିଟରେ ଦୂରରେ ଅବସ୍ଥିତ। ଏହି ସ୍ଥାନକୁ ସମ୍ବେଦନଶୀଳ ଏଥିପାଇଁ କୁହାଯାଏ କି, ପୋଖରଣ ଫାୟାରିଂ ରେଞ୍ଜ୍‌ରେ ଅବସ୍ଥିତ। ଏଠାକୁ ନିୟମିତ ସୈନିକଙ୍କ ଯାତାୟାତ ଲାଗିରହିଥାଏ।

ତେବେ କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜକଙ୍କ କହିବା କଥା, ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପୂର୍ବର ଏହି ଟିମକୁ ହଟାଇ ଦିଆଯାଇଛି। ଏହା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ତେବେ ଚଳିତ ଥର ଅନଲାଇନ ସ୍କୋରିଂ କାରଣରୁ ଏଭଳି ହୋଇଥିବା ଆୟୋଜକ କହିଛନ୍ତି ।

Leave A Reply

Your email address will not be published.