ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଉଦ୍‌ଘାଟିତ ହେଲା ପାରାଲିମ୍ପିକ୍ସ

0

ଆରମ୍ଭ ହେଲା ପାରାଲିମ୍ପିକ୍ସ । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ଭାରତର ୫ଖେଳାଳିଙ୍କ ସହିତ ୬ ଅଧିକାରୀ । ଚଳିତ ଥର ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣିଆ ଭାରତୀୟ ଦଳ ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା କ୍ରୀଡାବିତ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାରେ କିଛି ଖେଳାଳି ଟୋକିଓରେ ପହଁଞ୍ଚି ସାରିଥିଲେ। ଶେଷ ପର୍ଯ୍ୟାୟରେ ବାକି ଖେଳାଳି ଆଜି ଟୋକିଓରେ ପହଁଞ୍ଚିଛନ୍ତି। ଚଳିତ ଥର ପାରାଲିମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନରେ ଓଡିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲ ଭଲ ପ୍ରଦର୍ଶନ କରିବେ ବୋଲି ଭାରତୀୟ କ୍ରୀଡାବିତଙ୍କ ଆଶା ରଖିଛନ୍ତି ।

Leave A Reply

Your email address will not be published.