ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଉଦ୍‌ଘାଟିତ ହେଲା ପାରାଲିମ୍ପିକ୍ସ

0

ଆରମ୍ଭ ହେଲା ପାରାଲିମ୍ପିକ୍ସ । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ଭାରତର ୫ଖେଳାଳିଙ୍କ ସହିତ ୬ ଅଧିକାରୀ । ଚଳିତ ଥର ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣିଆ ଭାରତୀୟ ଦଳ ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା କ୍ରୀଡାବିତ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାରେ କିଛି ଖେଳାଳି ଟୋକିଓରେ ପହଁଞ୍ଚି ସାରିଥିଲେ। ଶେଷ ପର୍ଯ୍ୟାୟରେ ବାକି ଖେଳାଳି ଆଜି ଟୋକିଓରେ ପହଁଞ୍ଚିଛନ୍ତି। ଚଳିତ ଥର ପାରାଲିମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନରେ ଓଡିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲ ଭଲ ପ୍ରଦର୍ଶନ କରିବେ ବୋଲି ଭାରତୀୟ କ୍ରୀଡାବିତଙ୍କ ଆଶା ରଖିଛନ୍ତି ।

Leave A Reply

Your email address will not be published.