ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୨୭୧ ଜଣଙ୍କ ବଢିଲା, ୪୫୯ ଜଣଙ୍କ କମିଲା

0

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଫଳାଫଳ। ପାସହାର ରହିଛି ୮୦. ୮୩ ପ୍ରତିଶତ। ୮ ହଜାର ୪୯୧ ଜଣଙ୍କ ମଧ୍ୟରୁ ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି। ସେଥିରୁ ୩ ହଜାର ୧୦୦ ଜଣ ଛାତ୍ର ଥିବା ବେଳେ ୨ ହଜାର ୧୩୩ ଜଣ ଛାତ୍ରୀ ଅଛନ୍ତି।

ମାର୍କରେ ଅସନ୍ତୁଷ୍ଟ ଥାଇ ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ପୂର୍ବ ନମ୍ବର ଅପେକ୍ଷା ବଢିଛି । ଅନଲାଇକ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢିଛି । ହେଲେ ୪୫୯ ଛାତ୍ରଛାତ୍ରୀଙ୍କ ନମ୍ବର ପୂର୍ବରୁ ଯାହା ଥିଲା ସେଥିରୁ ଆହୁରି କମିଯାଇଛି । ସେହିପରି ୧୪୧ ଜଣ ପିଲା ଫେଲ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ବିଷୟରେ ଅନୁପସ୍ଥିତ ଥିଲେ।

କରୋନା କାଳରେ ପରୀକ୍ଷା ହୋଇଥିବାରୁ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଫେଲ ହୋଇଥିବା ପିଲା ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବରକୁ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସେହିପରି ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଥିବା ବେଳେ ଏ ୱାନ ପାଇଛନ୍ତି ୪୨ ଜଣ । ଏ ଟୁ ପାଇଛନ୍ତି ୨୫୫ ଜଣ,ବି ୱାନ ପାଇଛନ୍ତି ୩୪୮ ଜଣ, ବି ଟୁ ୪୫୮ ଜଣ ଛାତ୍ରଛାତ୍ରୀ ପାଇଛନ୍ତି । ସେହିପରି ସିରେ ୫୯୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଡିରେ ୮୪୬ ଜଣ, ଇରେ ୨ ହଜାର ୬୮୫ଜଣ, ଏଫ ଗ୍ରେଡରେ ୧୪୧ ଜଣ ଛାତ୍ରଛାତ୍ରୀ ଅଛନ୍ତି।

କରୋନା ପାଇଁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ହେଲେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ । ତେବେ ଅଫଲାଇନ ପରୀକ୍ଷା ଫଳକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ସେପଟେମ୍ବର ୮ ସୁଦ୍ଧା ରି ଚେକିଂ ଆବେଦନ ଛାତ୍ରଛାତ୍ରୀ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.