ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୋଦୀଙ୍କ ମନ୍ତ୍ରୀଙ୍କୁ ଠାକ୍‌ରେଙ୍କ ପୁଲିସ ବାନ୍ଧିଲା, ତା’ ପରେ…

0

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ଆଜି ଏହି ପ୍ରସଙ୍ଗରେ ତାଙ୍କୁ ଗିରଫ କରାଯାଇଛି। ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଭାବରେ ଯୋଗ ଦେଇଥିବା ଶ୍ରୀ ରାଣେ ହେଉଛନ୍ତି ୨୦ବର୍ଷ ମଧ୍ୟରେ ପ୍ରଥମ କେନ୍ଦ୍ର ମନ୍ତ୍ରୀ, ଯାହାକୁ ଗିରଫ କରାଗଲା।

ଶ୍ରୀ ରାଣେ ଗିରଫଦାରିକୁ ଏଡାଇବା ପାଇଁ ଶେଷ ମୁହୂର୍ତରେ କରିଥିବା ଉଦ୍ୟମ ଫସର ଫାଟିଯାଇଥିଲା। ତାଙ୍କ ବିରୋଧରେ ହୋଇଥିବା ତିନିଟି ଏଫଆଇଆର୍ ରଦ୍ଦ ଲାଗି ଆବେଦନ ଉପରେ ଜରୁରୀ ଶୁଣାଣିକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଶ୍ରୀ ରାଣେଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପହଞ୍ଚିଛି ଓ ସେମାନେ ତାଙ୍କ ଦ୍ୱାରରେ ଅପେକ୍ଷା କରିଛନ୍ତି। ହାଇକୋର୍ଟ ଉତ୍ତର ଦେଇ କହିଥିଲେ ଯେ “ଦୟାକରି ପ୍ରକ୍ରିୟା ଅନୁସରଣ କରନ୍ତୁ। ଆମକୁ ରେଜିଷ୍ଟ୍ରି କାର୍ଯ୍ୟ କରିବାକୁ ଦିଅନ୍ତୁ ନାହିଁ।”

ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରରେ ନୂତନ ମନ୍ତ୍ରୀଙ୍କ ପାଇଁ ବିଜେପି ଦ୍ବାରା ଆୟୋଜିତ ହୋଇଥିବା “ଜନ ଆଶୀର୍ବାଦ୍ ଯାତ୍ରା” ରେ ରାଇଗଡଠାରେ ଶ୍ରୀ ରାଣେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ଯେ ଶ୍ରୀ ଠାକ୍‌ରେ ଅଗଷ୍ଟ ୧୫ ଦିନ ଠିକଣା ସମୟରେ ସ୍ବାଧୀନତା ଲାଭ କରିଥିବା ବର୍ଷ ଭୁଲିଯାଇଛନ୍ତି।ଯଦି ମୁଁ ସେଠାରେ ଥାନ୍ତି, ତେବେ ତାଙ୍କୁ ଚାପୁଡା ମାରିଥାନ୍ତି।

ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ମୁମ୍ବାଇ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲା। ଶିବସେନା କର୍ମୀ ରାଗି ଯାଇଥିଲେ। ଏ ପ୍ରସଙ୍ଗରେ ତିନିଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ଏହା ସତ୍ତ୍ବେ ଶ୍ରୀ ରାଣେ ଗଣମାଧ୍ୟମକୁ କହିଥିଲେ ଯେ ସେ କୌଣସି ଅପରାଧ କରିନାହାନ୍ତି। ଓଲଟା ଗଣମାଧ୍ୟମ ବିରୋଧରେ ଗର୍ଜନ କରି କହିଥିଲେ ଯେ ତାଙ୍କ ବକ୍ତବ୍ୟକୁ ଯାଞ୍ଚ କରି ଟିଭିରେ ଦେଖାଇବା ଉଚିତ୍। ଅନ୍ୟତା ସେ ଗଣମାଧ୍ୟମ ବିରୋଧରେ ମାମଲା ରୁଜୁ କରିବେ। ସେ କୌଣସି ଅପରାଧ କରିନଥିବା ସତ୍ତ୍ବେ ଗଣମାଧ୍ୟମରେ ତାଙ୍କର ଗିରଫଦାରି ସଂକ୍ରାନ୍ତରେ କଳ୍ପନାଜଳ୍ପନା ସଂକ୍ରାନ୍ତ ଖବର ପ୍ରକାଶ କରାଯାଉଛି। ତୁମେ କଣ ଭାବୁଛ ଯେ ମୁଁ ଜଣେ ସାଧାରଣ ବ୍ୟକ୍ତି କି ବୋଲି ଶ୍ରୀ ରାଣେ ଅସନ୍ତୋଷ ଝାଡିଥିଲେ। ଅନ୍ୟପକ୍ଷରେ ଶିବସେନା ଅଭିଯୋଗ କରିଛି ଯେ ମହାରାଷ୍ଟ୍ରରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦଳର ପୂର୍ବତନ ନେତା ଶ୍ରୀ ରାଣେ ଜାଣିଶୁଣି ଏହି ମନ୍ତବ୍ୟ ଦେଇଛନ୍ତି।

ଏହି ଘଟଣାରେ ଗିରଫ ହୋଇଥିବା ଶ୍ରୀ ରାଣେଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ହେଁ, କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ସମସ୍ତ ଆଇନଗତ ବିକଲ୍ପ ସରିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଶ୍ରୀ ରାଣେଙ୍କ ବିବାଦୀୟ ମନ୍ତବ୍ୟ ପରେ ଶିବସେନା କର୍ମୀମାନେ ସ୍ଥାନୀୟ ବିଜେପି ଅଫିସ, ରାଣେଙ୍କ ବାସଭବନ ଘେରାଉ କରି ଟେକାପଥର ମାଡ଼ କରିଥିଲେ। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ କହିଛନ୍ତି ଯେ ଶ୍ରୀ ରାଣେଙ୍କ ମତକୁ ସେମାନେ ଗ୍ରହଣ କରୁନାହାନ୍ତି। କିନ୍ତୁ ଶିବସେନା କାର୍ଯ୍ୟ ବି ନିନ୍ଦନୀୟ।

ଶ୍ରୀ ରାଣେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଦୁଖିତ ନୁହଁନ୍ତି। ଓଲଟା କହିଛନ୍ତି “ମୁଁ କୌଣସି ଅପରାଧ କରି ନାହିଁ ମୁଁ କାହିଁକି ଅନୁତାପ କରିବି? ”

Leave A Reply

Your email address will not be published.