ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ସଲମାନଙ୍କୁ ଅଟକାଇ ଅଡୁଆରେ ସୋମନାଥ

0

ନୂଆଦିଲ୍ଲୀ: ସଲମାନଙ୍କୁ ଅଟକାଇଥିବା ସିଆଇଏସଏଫ ଯବାନଙ୍କ ମୋବାଇଲ ଜବତ ମୁମ୍ବାଇ ବିମାନବନ୍ଦରରେ ଦବଙ୍ଗ ବଏ ସଲମାନ ଖାନଙ୍କୁ ଅଟକାଇଥିବା ଓଡିଆ ସିଆଇଏସଏଫ ଅଫିସର ସୋମନାଥ ମହାନ୍ତିଙ୍କ ଅଡୁଆ ବଢିଲା। ସୋମନାଥଙ୍କ ମୋବାଇଲକୁ ଜବତ କରିଦିଆଯାଇଛି। ସଲମାନଙ୍କୁ ବିମାନବନ୍ଦରରେ ସିକ୍ୟୁରିଟି ଯାଞ୍ଚ ପାଇଁ ଅଟକାଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଏହା ପରେ ଓଡିଆ ପୁଅ ସୋମନାଥଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା। ଗଣମାଧ୍ୟମରେ ସୋମନାଥ ଘଟଣା ସଂପର୍କରେ କହିଥିଲେ ।

ହେଲେ ଗଣମାଧ୍ୟମରେ ପ୍ରକାଶ କରିଥିବା ପ୍ରୋଟୋକଲ୍ ବିରୋଧ ହୋଇଥିବାରୁ ତାଙ୍କୁ ମୋବାଇଲକୁ ଜବତ କରିଦିଆଯାଇଛି। ଫଳରେ ସେ ଅନ୍ୟ କୌଣସି
ଗଣମାଧ୍ୟମ ସହ ଯେପରି ଆଲୋଚନା କରିପାରିବେନି ସେ ନେଇ ତାଙ୍କ ମୋବାଇଲକୁ ନିଆଯାଇଛି।

ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ଟାଇଗର ଥ୍ରୀ ଫିଲ୍ମର ସୁଟିଂ ପାଇଁ ବିଦେଶ ଯାଉଥିଲେ । ତାଙ୍କ ସହ କ୍ୟାଟ୍ରିନା ବି ଋଷ ଗସ୍ତରେ ଯାଇଛନ୍ତି । ହେଲେ ନିକଟରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ବିମାନବନ୍ଦରରେ ସିଆଇଏସଏଫ ଯବାନ ସୋମନାଥ ମହାନ୍ତି ସଲମାନଙ୍କୁ ଅଟକାଇ ତାଙ୍କୁ ଯାଞ୍ଚର ସାମନା କରିବାକୁ କହିଥିଲେ । ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭାୟାନୀ ଏହି ଘଟଣାର ଏକ ଭିଡିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ପରେ ଲୋକେ ସୋମନାଥଙ୍କ ପ୍ରଶଂସା କରିଥିଲେ । ଏନେଇ ସୋମନାଥ ମିଡିଆରେ ମଧ୍ୟ ଘଟଣା ସଂପର୍କରେ
ଆଲୋଚନା କରିଥିଲେ। ହେଲେ ସିଆଇଏସଏଫ ଅଧିକାରୀଙ୍କ କହିବା ଅନୁସାରେ ଏହା ପ୍ରୋଟୋକଲର ଉଂଲଘନ । ସେମାନାଥ ଆଗକୁ ଯେମିତି ଆଉ କୌଣସି ଗଣମାଧ୍ୟମ କଥା ହୋଇନପାରିବେ ସେଥିପାଇଁ ତାଙ୍କ ମୋବାଇଲକୁ ଜବତ କରିଦିଆଯାଇଛି।

ସୂଚନା ଅନୁସାରେ, ବଡ ବଡ ଷ୍ଟାରଙ୍କ ସହ ତାଙ୍କ ଟ୍ରାଭେଲ ଟିମ ବି ଯାଇଥାନ୍ତି। ତାଙ୍କର ଡକ୍ୟୁମେଂଟ ଯାଂଚ କାମ ତାଙ୍କର ସେହି ଟିମ ହିଁ କରିଥାନ୍ତି । ଫଳରେ ସେହି ଷ୍ଟାର ମାନେ ବିନା ପ୍ରତିବନ୍ଧକରେ ବିମାନବନ୍ଦରରେ ପ୍ରବେଶ କରନ୍ତି । ହେଲେ ଓଡିଆ ପୁଅ ସୋମନାଥ ମହାନ୍ତି ସଲମାନଙ୍କୁ ବିନା ସିକ୍ୟୁରିଟି ଯାଂଚରେ ବିମାନବନ୍ଦରରେ ପ୍ରବେଶ କରିବାକୁ ଦେଇନଥିଲେ।

Leave A Reply

Your email address will not be published.