ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆଜି ବି ଧରପଗଡ ଜାରି ରଖିଛି ଭିଜିଲାନ୍ସ

0

ଭୁବନେଶ୍ବର: ଆକ୍ଟିଭ ମୋଡରେ ଭିଜିଲାନ୍ସ । ଯେଉଁ ମାନଙ୍କ ନାଁରେ ଅର୍ଥ ହେରଫେର କି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଆସୁଛି ସେମାନଙ୍କୁ ଖୋଜିଖୋଜି ଧରୁଛି ଭିଜିଲାନ୍ସ । ଆଜି ସୁପରଭାଇଜରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲଲତା ଦାସଙ୍କ ଘରେ ଭିଜିଲାନ୍ସ ରେଡ କରୁଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲଲତାଙ୍କ ଘର ସହିତ ୩ଟି ସ୍ଥାନରେ ବର୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛି ।

ମଲ୍ଲଲତାଙ୍କ ନାଁରେ ପୂର୍ବରୁ ଅର୍ଥ ହେରଫେର ଅଭିଯୋଗ ଆସିଥିଲା । ଭିଜିଲାନ୍ସର ୩ଟି ଟିମ ଚଢାଉ କରୁଥିବା ବେଳେ ଏଯାଏ କେତେ ପରିମାଣର ସଂପତ୍ତି ମିଳିଛି ସେ ନେଇ ଜଣାପଡିନି।

ସେହିପରି ବରଗଡ ଜିଲ୍ଲା କୁମ୍ଭାରୀ ପେକସରେ ବି ଭିଜିଲାନ୍ସ ଚଢାଉ କରିଛି। ପେକସ ସଂପାଦକଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ପେକସ ସଂପାଦକ
ଗୌରଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଏବେ ରେଡ କରାଯାଉଛି । ଗୌରଚନ୍ଦ୍ରଙ୍କ ଅଫିସ ଓ ଘରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସଂପତି ଠୁଳ
ଅଭିଯୋଗରେ ୨ଟି ଟିମ ଚଢାଉ କରୁଛନ୍ତି।

ଗତକାଲି ବସୁନ୍ଧରା ଜମି ଜାଲିଆଲି ଅଭିଯୋଗରେ ଭିଜିଲାନ୍ସ ୫ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି । କୁଜଙ୍ଗର ପୂର୍ବତନ ତହସିଲଦାରଙ୍କ ସମେତ ୪ ଜଣ
ଆରଆଇଙ୍କୁ ଗିରଫ କରିଛି। ଅଧିକାରୀମାନେ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ଜାଲିଆତି କରି ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ
କରାଯାଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.