ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

କେରଳରୁ ଆରମ୍ଭ ହେଲା କି ତୃତୀୟ ଲହର?

0

ତିରୁବନ୍ତପୁରମ୍: ଗୋଟିଏ ପଟେ ଦେଶରେ କରୋନା କଟକଣା କୋହଳ ହେବାରେ ଲାଗିଛି। ଅନ୍ୟପଟରେ ଯେଉଁ ରାଜ୍ୟରେ ପ୍ରଥମେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ ସେଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବଢି ଚାଲିଛି। ଦେଶରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଆକଳନ କରୁଥିବା ବେଳେ କେରଳରେ ବଢୁଥିବା ସଂକ୍ରମଣ ସତର୍କ ଘଣ୍ଟି ବଜାଇଛି।

ଗତ କିଛି ଦିନ ଧରି କେରଳରେ ସବୁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୩୧ ହଜାର ୪୪୫ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ମେ’ ମାସ ୨୦ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ। ମେ’ ମାସ
୨୦ ତାରିଖରେ ୩୦ ହଜାର ୪୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ ଏତେ ସଂଖ୍ୟକ ନୂଆ ମାମଲା ଆସିବା ଚିନ୍ତାଜନକ।

କେରଳରେ ନିକଟରେ ଅଗଷ୍ଟ ୨୧ରେ ଓନମ୍ ଉତ୍ସବ ପାଳନ କରାଯାଇଥିଲା। ଓନମ୍ ଉତ୍ସବ ପରେ କେରଳରେ ୨୦ ପ୍ରତିଶତରୁ ଅଧିକ ହେବ ବୋଲି ବିଶେଷଜ୍ଞ ମାନେ ଅନୁମାନ ମଧ୍ୟ କରିଥିଲେ । କେରଳର ଉଦାହଣ ଦର୍ଶାଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ସତର୍କ କରାଇଦେଇଛନ୍ତି। ପାର୍ବଣ ଋତୁରେ ଭିଡ ନଜମାଇବାକୁ ପରାମର୍ଶ ଦେଇଛନ୍ତି।

କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ ଲକ୍ଷ ୮୩ ହଜାର ୪୨୯ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୯ ହଜାର ୯୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୨୭୩ ନମୁନା ପରୀକ୍ଷା ହୋଇଥିଲା। ଏହା ପୂର୍ବରୁ ଦେଶରେ ମଙ୍ଗଳବାର ୩୭ ହଜାର ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଅଗଷ୍ଟ ୧୩ ପରେ ଗୋଟିଏ ଦିନରେ ସର୍ବାଧିକ ଦୈନିକ ସଂକ୍ରମଣ।

ବିଶେଷଜ୍ଞ ମାନେ ଦେଶରେ ସେପଟେମ୍ବର ଓ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରିଛନ୍ତି । ଅକ୍ଟୋବରରେ ସଂକ୍ରମଣ
ପିକ ନେଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଥିବା ବେଳେ କେରଳରେ ଯେପରି କରୋନାର ବିସ୍ଫୋରକ ସ୍ଥିତି ଉପୁଜିଛି ତାହା ସମସ୍ତଙ୍କୁ ପୁଣି ଭୟଭୀତ କରିଛି ।

Leave A Reply

Your email address will not be published.