ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ମରୁଡି ଡର ସତ୍ତ୍ବେ ୫% ଅଧିକ ଚାଷୀ ପଞ୍ଜୀକରଣ କଲେ

0

ଭୁବନେଶ୍ବର: ରାଜ୍ୟରେ ମରୁଡିର ପଦଧ୍ବନୀ। ଚାଷ କିଭଳି ହେବ, ତାହା ଏଯାଏ କାହାକୁ ମାଲୁମ୍ ନାହିଁ। ଏହା ସତ୍ତ୍ବେ ଚଳିତ ଖରିଫ୍ ଋୁତୁରେ ଅଧିକ ୫ ପ୍ରତିଶତ ଚାଷୀ ନାମ ପଞ୍ଜୀକରଣ କରିଥିବା ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସୂଚନା ଦେଇଛି। ଏବର୍ଷ ଖରିଫ୍ ୭୫ ହଜାର ନୂଆ ଚାଷୀ ନିଜ ନାମ ସରକାରଙ୍କ ଖାତାରେ ପଞ୍ଜୀକରଣ କରି ଧାନ ବିକ୍ରି କରିବା ଲାଗି ଆଗ୍ରହ ଦେଖାଇଛନ୍ତି। ଏଥିସହିତ ଚଳିତବର୍ଷ ୧୫ଲକ୍ଷ ୭୪ ହଜାର ୩୦୮ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି।

ଚ​​ଳିତବର୍ଷ ଖରିଫ୍ ଧାନ ସଂଗ୍ରହ ଲାଗି ନାମ ପଞ୍ଜୀକରଣ ସମୟ ସୀମା ଅଗଷ୍ଟ ୨୩ ତାରିଖ ଥିଲା। ସରକାରୀ ରିପୋର୍ଟ ଅନୁସାରେ, ଗତବର୍ଷ ୧୪ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଏଥିର ଅଦିକ ୭୫ ହଜାର ଚାଷୀ ଏଥିରେ ସାମିଲ ହୋଇଛନ୍ତି। ସଂପ୍ରତି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ୭ଟି ଜିଲ୍ଲାରେ ସାଟେଲାଇଟ୍‌ ଇମେଜ୍‌ ମାଧ୍ୟମରେ ଚାଷୀମାନେ ଧାନଚାଷ ସଂପର୍କରେ ଚାଷୀ ଦେଇଥିବା ତଥ୍ୟକୁ ଯାଞ୍ଚ କରାଯାଉଛି। ଏଥି ସହିତ ରାଜସ୍ୱ, ଜଳସଂପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା ଗଠିତ ଯୁଗ୍ମ କମିଟି ଦ୍ୱାରା ଅନ୍ୟ ପ୍ଲଟ୍‌ଗୁଡ଼ିକର ଯାଞ୍ଚ କାର୍ଯ୍ୟ କରାଯାଉଛି।

ଚଳିତ ଖରିଫରେ ରାଜ୍ୟର ୩୦ଟି ଜିଲ୍ଲାରେ ୨୮୮୩ଟି ସୋସାଇଟିରେ ଚାଷୀ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଇଥିଲା । ଅଧିକ ନାମ ପଞ୍ଜୀକରଣ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୧,୩୬,୬୧୪ ଜଣ, ଗଞ୍ଜାମରେ ୧,୨୪,୦୮୦ ଜଣ, ବାଲେଶ୍ୱରରେ ୯୪,୧୯୧, କଳାହାଣ୍ଡି ୮୮,୧୦୬ ଜଣ, ମୟୂରଭଞ୍ଜରେ
୭୧,୯୬୯ ଜଣ, ସୁବର୍ଣ୍ଣପୁରରେ ୬୪,୫୬୭ ଜଣ, କଟକରେ ୬୬,୫୩୭ ଜଣ ଓ ସମ୍ବଲପୁର ଜିଲ୍ଲାରେ ୫୬,୭୭୩ ଜଣ ଚାଷୀ ଅଛନ୍ତି।

Leave A Reply

Your email address will not be published.