ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଗୁହାରି କରିଥିଲେ, ଫଳ ଆସିଲା

0
  • ମାଲକାନଗିରି ଡାକବିଭାଗ କେଳେଙ୍କାରୀର ସିବିଆଇ ତଦନ୍ତ ହେବ
  • କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଫେରାଦ ହୋଇଥିଲେ ଲୋକେ
  • ତତ୍କାଳ ବିଭାଗୀୟ ଅଧିକାରୀଙ୍କୁ ଡାକି ଅସନ୍ତୋଷ ଝାଡ଼ିଥିଲେ ଅଶ୍ବିନୀ
  • ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ତନାଘନା କରିିଥିବା ସୂଚନା
  • ୨.୪୪କୋଟି କେଳେଙ୍କାରୀ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି

ଭୁବନେଶ୍ବର: ମାଲକାନଗିରି ଡାକ ବିଭାଗରେ ହୋଇଥିବା ଏକ ବଡ଼ ଧରଣର କେଳେଙ୍କାରୀ ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ବା ସିବିଆଇ କରିବ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨କୋଟି ୪୪ଲକ୍ଷ ଟଙ୍କାର ଏହି ଦୁର୍ନୀତି ମାମଲାରେ ସଂପୃକ୍ତ ସମସ୍ତ ପୋଷ୍ଟମାଷ୍ଟରଙ୍କୁ କେନ୍ଦ୍ର ସରକାର ନିଲମ୍ବନ କରିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବିଶ୍ବନାଥ ପୋଡିୟାମିଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ସିବିଆଇକୁ ଇତିମଧ୍ୟରେ ନିର୍ଦେଶ ଦିଆଯାଇଛି। ଲାଚିପେଟା ଓ ମାଲକାନଗିରି କଲୋନୀ ପୋଷ୍ଟ ଅଫିସରେ ଏହି ଠକେଇ ହୋଇଛି।

କେବଳ ସେତିକି ନୁହେଁ, ଅନ୍ୟପକ୍ଷରେ ଭଞ୍ଜାଗିଡା ପୋଷ୍ଟମାଷ୍ଟର ମାନ ପୂଜାରୀଙ୍କ ବିରୋଧରେ ପୁଲିସ ଆଇପିସିର ଧାରା ୪୦୮, ୪୦୯, ୪୨୦, ୪୬୮, ୪୭୧, ୪୭୨ରେ ମାମଲା ରୁଜୁ କରି ଗିରଫ କରିଛି। ।ତଦନ୍ତ ଶେଷ କରିବାକୁ ଉଭୟ ପୁଲିସ ଏବଂ ସିବିଆଇକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ସେମାନଙ୍କ ପରିବାରର ସମସ୍ତ ସମସ୍ୟଙ୍କ ସଂପତ୍ତି ବି ସଂଲଗ୍ନ କରି ଦିଆଯିବ।

ଗତ ୨୧ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେରାାପୁଟ ଜିଲ୍ଲା ଗସ୍ତ କରିଥିବା ସମୟରେ କୋରାପୁଟ ଡିଭିଜନର ଲାଚିପେଟା, ମାଲକାନଗିରି କଲୋନୀ ଏବଂ ଭଞ୍ଜାଗିଡା ପୋଷ୍ଟ ଅଫିସରେ ହୋଇଥିବା ଠକେଇ ନେଇ ସ୍ଥାନୀୟ ଲୋକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣାରେ ମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଅଧିକାରୀମାନଙ୍କ ଉପରେ ବର୍ଷିଥିଲେ। ମାସକ ଭିତରେ ସମୁଦାୟ ମାମଲାରେ ପଦକ୍ଷେପ ନେବା ଲାଗି ମନ୍ତ୍ରୀ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଫେରିବା ପରେ କେନ୍ଦ୍ରୀୟସ୍ତରରେ ଏହାକୁ ନେଇ ଜୋରଦାର ପଦକ୍ଷେପ ନିଆଯାଇଛି। ଆଜି ଡାକ ବିଭାଗ ସଚିବ ବିନୀତ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ ଲୋକଙ୍କ ବିଶ୍ବାସ ସହିତ କେହି ଖେଳିଲେ ଡାକ ବିଭାଗ ତାହାକୁ ବରଦାସ୍ତ କରିବ ନାହିଁ ବା ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। ସମାନ୍ତରାଳ ଭାବେ ଦୁର୍ନୀତି ଓ ଠକେଇ ମାମଲାକୁ ରୋକିବା ଲାଗି ବ୍ୟବସ୍ଥାର ସୁଦୃଢୀକରଣ ବି କରାଯିବ। ଶ୍ରୀ ପାଣ୍ଡେ କହିଛନ୍ତି ଯେ ନିକଟରେ ଓଡ଼ିଶାରେ ଘଟିଥିବା ଗୋଟିଏ ଠକେଇ ମାମଲା ସଂପର୍କରେ ବିଭାଗ ଅନୁଧ୍ୟାନ କରିଥିଲା। ଏଥିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଓ ତୁରନ୍ତ ତଦନ୍ତ ଶେଷ କରିବା ଲାଗି କୁହାଯାଇଛି। ଏହି ସମ୍ମିଳନୀରେ ବିନୟ ପ୍ରକାଶ ସିଂ, ଡିଡିଜି (ଭିଜିଲାନ୍ସ) ଏବଂ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ତଥା ଡାକ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ ଓଡିଶାରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଲାଚିପେଟା ଡାକ କାର୍ଯ୍ୟାଳୟରେ ବିଭାଗୀୟ ତଦନ୍ତ କାର୍ଯ୍ୟ ଶେଷ ହୋଇସାରିଛି। ଅନ୍ୟ ଦୁଇଟି ମାମଲାରେ ପ୍ରାଥମିକ ଅନୁସନ୍ଧାନ ବିଭାଗ ଦ୍ୱାରା ସମାପ୍ତ ହୋଇଛି ଏବଂ ସବିଶେଷ ଅନୁସନ୍ଧାନ ଚାଲିଛି । ଏକ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ପ୍ରାଥମିକ ଅପରାଧୀଙ୍କ ବିରୋଧରେ ମୁଖ୍ୟ ଦଣ୍ଡବିଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.