ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଶ୍ରୀକୃଷ୍ଣଙ୍କ ଜନ୍ମବେଳେ କେଉଁ ଗ୍ରହର ଅବସ୍ଥାନ କେମିତି ଥିଲା, ଜାଣନ୍ତୁ

0

ଭୁବନେଶ୍ୱର: ଆଜି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ମାଆ ଦେବକୀଙ୍କ ଗର୍ଭରେ ଅଷ୍ଟମ ସନ୍ତାନ ଭାବେ ଜନ୍ମଲାଭ କରିଥିଲେ। କେହି କେହି ଆଜିର ଦିନକୁ ଜନ୍ମାଷ୍ଟମୀ ବୋଲି କହିଥାନ୍ତି, ଆଉ କେଉଁଠାରେ ଗୋକୁଳାଷ୍ଟମୀ ଭାବେ ପାଳିତ ହୋଇଥାଏ। ସାରା ଭାରତବର୍ଷରେ ଆଜିର ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର। ଭାରତ ବାହାରେ ନେପାଳ, ପାକିସ୍ତାନ, ବାଲାଂଦେଶ ଆଦି ଦେଶରେ ମଧ୍ୟ ହିନ୍ଦୁମାନେ ଜନ୍ମାଷ୍ଟମୀ ପାଳନ କରିଥାନ୍ତି।

ହେଲେ ଜାଣିଛନ୍ତି କି, ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ କେଉଁ ଗ୍ରହ କେଉଁ ସ୍ଥାନରେ ଅବସ୍ଥାନ କରୁଥିଲେ। ସେଦିନ ଚନ୍ଦ୍ର, ମଙ୍ଗଳ, ବୁଧ ଓ ଶନି ଉଚ୍ଚ ସ୍ଥାନରେ ଅବସ୍ଥିତ ଥିଲେ। ବୃଷ ଲଗ୍ନ ଏବଂ ବୃହସ୍ପତି ବୃଷ ରାଶିରେ ଥିଲେ। ସୂର୍ଯ୍ୟ ସିଂହ ରାଶିରେ, ଶୁକ୍ର ତୁଳା ରାଶିରେ, ରାହୁଙ୍କ ଅବସ୍ଥା ଥିଲା ବିଛା ରାଶିରେ। ସେଦିନ ଥିଲା କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ବାର ବୁଧବାର । ଦିନଟି ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିଲା। ଠିକ୍‍ ଏମିତି ବେଳାରେ ଶ୍ରୀକୃଷ୍ଣ ଧରାକୁ ଅବତରଣ କରିଥିଲେ । ମଧ୍ୟରାତ୍ରିରେ ମହାପ୍ରଭୁ ଅବତାର ଗ୍ରହଣ କରି ଆବିର୍ଭୂତ ହୋଇଥିଲେ।

ଉଲ୍ଲେଖଥାଉକି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଏହି ଉତ୍ସବର ପାଳନ କରାଯାଇଥାଏ । ଏଥିପାଇଁ ପୂର୍ବଦିନ ଠାରୁ ମହାପ୍ରଭୁଙ୍କର ଜନ୍ମାଷ୍ଟମୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ପାଖରେ ଜେଉଡ (ଶାଗ, ତରକାରୀ, ପିଠା, ଝିଲ୍ଲୀ, ଓରିଆ କ୍ଷିରୀ) ଲାଗି କରାଯାଇଥାଏ । ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ତିନିବାଡରେ ବନ୍ଦାପନା ହୁଏ । ମହାପ୍ରଭୁଙ୍କ ବାଡରେ ଥରୁଟିଏ ଅଧିକ ବନ୍ଦାପନା କରାଯାଇଥାଏ । ଶ୍ରୀମନ୍ଦିର ଭାଷାରେ ତାହାକୁ ଗର୍ଭଉଦକ ବନ୍ଦାପନା ବୋଲି କୁହାଯାଇଥାଏ ।

ଅଷ୍ଟମୀ ଦିନ ସନ୍ଧ୍ୟା ଧୂପ ପରେ ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଜନ୍ମାଷ୍ଟମୀ ପାଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଆଜ୍ଞାମାଳ ଆସିବା ପରେ ମହାଜନ ସେବକ ଜନ୍ମଚକଡାରେ ମଦନମୋହନଙ୍କୁ ବିଜେ କରାଇବା ପରେ ଜନ୍ମନୀତି କରାଯାଇଥାଏ।

Leave A Reply

Your email address will not be published.