ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସେପ୍ଟେମ୍ବରରେ କେଉଁ କଟକଣା କୋହଳ ହେଲା, ଜାଣନ୍ତୁ

0

ଭୁବନେଶ୍ବର: ଆଉ କଟକ, ପୁରୀ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନ ଆଉ ରହିବ ନାହିଁ। ଏହି ତିନି ଜିଲ୍ଲା ଲାଗି କଟକଣା କୋହଳ କରାଯାଇଛି। ସକାଳ ୫ରୁ ରାତି ୧୦ଯାଏ ଦୋକାନ ବଜାର ଖୋଲା ରହିବ। କେବଳ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ ଅନ୍ତ୍ୟେଷ୍ଟି ଆଦି ସବୁଥିରେ କଟକଣା କୋହଳ କରାଯାଇଛି। ସର୍ବାଧିକ ୨୫୦ ଲୋକ ଏସବୁଥିରେ ସାମିଲ ହୋଇପାରିବେ। ତେବେ ବରଯାତ୍ରୀରେ କେବଳ ୫୦ ଲୋକ (ସର୍ବାଧିକ) ଯୋଗ ଦେଇପାରିବେ। କୌଣସି ପରିସ୍ଥିତିରେ ଯେମିତି କୋଭିଡ୍ ନିୟମ ଉଲ୍ଲଂଘନ ହେବ ନାହିଁ ତାହାକୁ ସମସ୍ତଙ୍କୁ ନିଶ୍ଚିତ କରାଯିବ। ଅନ୍ୟଥା ଧର୍ତ୍ତବ୍ୟ ଅପରାଧ ବୋଲି ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ହେବ।

ସେପ୍ଟେମ୍ବର ମାସ ଲାଗି ଆଜି ରାଜ୍ୟ ସରକାର ଏଭଳି ଢଙ୍ଗରେ କୋଭିଡ୍ କଟକଣା ଜାରି କରିଛନ୍ତି। ଅକ୍ଟୋବର ପହିଲା ସକାଳ ୬ଟା ପର୍ଯ୍ୟନ୍ତ ଏହି ନୂଆ ଗାଇଡ୍ ଲାଇନ୍ ବଳବତ୍ତର ରହିବ। ଏଥିସହିତ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ରାଜ୍ୟବାସୀଙ୍କୁ ସୂଚନା ଦେଇ କହିଛନ୍ତି ଯେ ସଂପ୍ରତି କରୋନା ହାର ସଂକ୍ରମଣ କମିଛି। ତା ସତ୍ତ୍ବେ ଲୋକମାନଙ୍କୁ ସଚେତନ ହେବାକୁ ପଡିବ ଓ କୋଭିଡ୍ ନିୟମ ମାନି ଚଳିବାକୁ ହେବ।

ସେପ୍ଟେମ୍ବରରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ୍ ରହିବ ନାହିଁ। କେବଳ ପୌରାଞ୍ଚଳରେ ପ୍ରତି ଦିନ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ଯାଏ ଜାରି ରହିବ। ଏଣୁ ବାକି ସମୟ ସବୁଠାରେ ଦୋକାନବଜାର ଖୋଲା ରହିପାରିବ। ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶ କ୍ଷେତ୍ରରେ କଟକଣା ଜାରି ରହିବ। ପ୍ରଦର୍ଶନୀ, ମେଳା, ମହୋତ୍ସବ ହୋଇପାରିବ ନାହିଁ। ସମସ୍ତ ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଖୋଲିବ, କିନ୍ତୁ କୋଭିଡ୍ ନିୟମ ଭିତ୍ତିରେ ହେବ। ଯେତିକି ସିଟ୍ ଥିବ, ସେତିକି ଲୋକଙ୍କୁ କେବଳ ସରକାରୀ ଅନୁମତି ମିଳିବ। ଏବେ ମଲ ଯିବାକୁ ଆଉ ସାର୍ଟଫିକେଟର ଆବଶ୍ୟକତା ନାହିଁ। କିନ୍ତୁ ଚଳଚ୍ଚିତ୍ର, ପ୍ରେକ୍ଷାଳୟ ଆଦି ଅଞ୍ଚଳକୁ ଯାଉଥିବା ଲୋକ କୋଭିଡ୍ ନିୟମ ମାନୁଛନ୍ତି, ଏକଥା ସଂପୃକ୍ତ ସଂସ୍ଥାକୁ ନିଶ୍ଚିତ କରିବାକୁ ହେବ।

ରାତ୍ରିକାଳୀନ କର୍ଫ୍ୟୁ ବେଳେ ପୂର୍ବବତ୍ କଟକଣା ଜାରି ରହିବ। ଆଉ ସବୁ କଟକଣା ପୂର୍ବଭଳି ରହିବ। ଅନ୍ୟପକ୍ଷରେ ଅଗଷ୍ଟ ୯ ତାରିଖରେ ଜାରି କରାଯାଇଥିବା ପାର୍ବଣ କଟକଣା ବଳବତ୍ତର ରହିବ ଓ ସେ ଅନୁସାରେ ପୂଜା ପାର୍ବଣ କରିବାକୁ ହେବ।

ତେବେ ବିଦ୍ୟାଳୟ ଖୋଲିବା କ୍ଷେତ୍ରରେ ମଧ୍ୟ ସରକାର କୌଣସି ନରମ ଆଭିମୁଖ୍ୟ ରଖିବାକୁ ଚାହିଁନାହାନ୍ତି। ଆଗକୁ ତୃତୀୟ ଲହର ଆସୁଥିବା କାରଣରୁ ସରକାର ଏ କ୍ଷେତ୍ରରେ ନିଷ୍ପତ୍ତି ନେଇନଥିବା କୁହାଯାଉଛି।

Leave A Reply

Your email address will not be published.