ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସେପ୍ଟେମ୍ବରରେ କେଉଁ କଟକଣା କୋହଳ ହେଲା, ଜାଣନ୍ତୁ

0

ଭୁବନେଶ୍ବର: ଆଉ କଟକ, ପୁରୀ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନ ଆଉ ରହିବ ନାହିଁ। ଏହି ତିନି ଜିଲ୍ଲା ଲାଗି କଟକଣା କୋହଳ କରାଯାଇଛି। ସକାଳ ୫ରୁ ରାତି ୧୦ଯାଏ ଦୋକାନ ବଜାର ଖୋଲା ରହିବ। କେବଳ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ ଅନ୍ତ୍ୟେଷ୍ଟି ଆଦି ସବୁଥିରେ କଟକଣା କୋହଳ କରାଯାଇଛି। ସର୍ବାଧିକ ୨୫୦ ଲୋକ ଏସବୁଥିରେ ସାମିଲ ହୋଇପାରିବେ। ତେବେ ବରଯାତ୍ରୀରେ କେବଳ ୫୦ ଲୋକ (ସର୍ବାଧିକ) ଯୋଗ ଦେଇପାରିବେ। କୌଣସି ପରିସ୍ଥିତିରେ ଯେମିତି କୋଭିଡ୍ ନିୟମ ଉଲ୍ଲଂଘନ ହେବ ନାହିଁ ତାହାକୁ ସମସ୍ତଙ୍କୁ ନିଶ୍ଚିତ କରାଯିବ। ଅନ୍ୟଥା ଧର୍ତ୍ତବ୍ୟ ଅପରାଧ ବୋଲି ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ହେବ।

ସେପ୍ଟେମ୍ବର ମାସ ଲାଗି ଆଜି ରାଜ୍ୟ ସରକାର ଏଭଳି ଢଙ୍ଗରେ କୋଭିଡ୍ କଟକଣା ଜାରି କରିଛନ୍ତି। ଅକ୍ଟୋବର ପହିଲା ସକାଳ ୬ଟା ପର୍ଯ୍ୟନ୍ତ ଏହି ନୂଆ ଗାଇଡ୍ ଲାଇନ୍ ବଳବତ୍ତର ରହିବ। ଏଥିସହିତ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ରାଜ୍ୟବାସୀଙ୍କୁ ସୂଚନା ଦେଇ କହିଛନ୍ତି ଯେ ସଂପ୍ରତି କରୋନା ହାର ସଂକ୍ରମଣ କମିଛି। ତା ସତ୍ତ୍ବେ ଲୋକମାନଙ୍କୁ ସଚେତନ ହେବାକୁ ପଡିବ ଓ କୋଭିଡ୍ ନିୟମ ମାନି ଚଳିବାକୁ ହେବ।

ସେପ୍ଟେମ୍ବରରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ୍ ରହିବ ନାହିଁ। କେବଳ ପୌରାଞ୍ଚଳରେ ପ୍ରତି ଦିନ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ଯାଏ ଜାରି ରହିବ। ଏଣୁ ବାକି ସମୟ ସବୁଠାରେ ଦୋକାନବଜାର ଖୋଲା ରହିପାରିବ। ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶ କ୍ଷେତ୍ରରେ କଟକଣା ଜାରି ରହିବ। ପ୍ରଦର୍ଶନୀ, ମେଳା, ମହୋତ୍ସବ ହୋଇପାରିବ ନାହିଁ। ସମସ୍ତ ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଖୋଲିବ, କିନ୍ତୁ କୋଭିଡ୍ ନିୟମ ଭିତ୍ତିରେ ହେବ। ଯେତିକି ସିଟ୍ ଥିବ, ସେତିକି ଲୋକଙ୍କୁ କେବଳ ସରକାରୀ ଅନୁମତି ମିଳିବ। ଏବେ ମଲ ଯିବାକୁ ଆଉ ସାର୍ଟଫିକେଟର ଆବଶ୍ୟକତା ନାହିଁ। କିନ୍ତୁ ଚଳଚ୍ଚିତ୍ର, ପ୍ରେକ୍ଷାଳୟ ଆଦି ଅଞ୍ଚଳକୁ ଯାଉଥିବା ଲୋକ କୋଭିଡ୍ ନିୟମ ମାନୁଛନ୍ତି, ଏକଥା ସଂପୃକ୍ତ ସଂସ୍ଥାକୁ ନିଶ୍ଚିତ କରିବାକୁ ହେବ।

ରାତ୍ରିକାଳୀନ କର୍ଫ୍ୟୁ ବେଳେ ପୂର୍ବବତ୍ କଟକଣା ଜାରି ରହିବ। ଆଉ ସବୁ କଟକଣା ପୂର୍ବଭଳି ରହିବ। ଅନ୍ୟପକ୍ଷରେ ଅଗଷ୍ଟ ୯ ତାରିଖରେ ଜାରି କରାଯାଇଥିବା ପାର୍ବଣ କଟକଣା ବଳବତ୍ତର ରହିବ ଓ ସେ ଅନୁସାରେ ପୂଜା ପାର୍ବଣ କରିବାକୁ ହେବ।

ତେବେ ବିଦ୍ୟାଳୟ ଖୋଲିବା କ୍ଷେତ୍ରରେ ମଧ୍ୟ ସରକାର କୌଣସି ନରମ ଆଭିମୁଖ୍ୟ ରଖିବାକୁ ଚାହିଁନାହାନ୍ତି। ଆଗକୁ ତୃତୀୟ ଲହର ଆସୁଥିବା କାରଣରୁ ସରକାର ଏ କ୍ଷେତ୍ରରେ ନିଷ୍ପତ୍ତି ନେଇନଥିବା କୁହାଯାଉଛି।

Leave A Reply

Your email address will not be published.