ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଏବେଠୁ ସତର୍କ ନ ହେଲେ ଭବିଷ୍ୟତକୁ ବିପଦ

0

କେତେ ବିପଜ୍ଜନକ ହୋଇଥାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଭୁବନେଶ୍ବର: ଛଅ ସପ୍ତାହରୁ ଅଧିକ ସମୟ ଧରି ଶରୀରର ବିଭିନ୍ନ ଗଣ୍ଠି ବା ଅସ୍ଥିରେ ପୀଡା, ଜଡତା ଓ ଫୁଲା ଲାଗି ରହିଲେ ବାତ ରୋଗ ହୋଇଛି ବୋଲି ଜାଣିବାକୁ ପଡିଥାଏ। ଏହି ରୋଗର ପ୍ରଥମାବସ୍ଥାରେ ସକାଳୁ ହାତ ଓ ପାଦର ସନ୍ଧି ସ୍ଥାନ ଗୁଡିକରେ ବେଦନା ହେବା ସହିତ ଫୁଲା ମଧ୍ୟ ହୋଇଥାଏ । ଧୀରେ ଧୀରେ ଏହି ରୋଗ ଦ୍ୱାରା ଅନ୍ୟ ଗଣ୍ଠିଗୁଡିକ ଆକ୍ରାନ୍ତ ହୋଇଥାନ୍ତି।

ରୋଗ ବଢିବା ସଙ୍ଗେ ସଙ୍ଗେ ଗୋଡର ବଳା ଗଣ୍ଠି,ଆଣ୍ଠୁ ଓ ହାତର ଗଣ୍ଠି ଆଦିରେ ଫୁଲା ହେବା ସହିତ ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥାଏ । ଆକ୍ରାନ୍ତ ହୋଇଥିବା ସନ୍ଧିସ୍ଥାନ ଉପର ଓ ତଳ ମାଂସପେଶୀ ଧୀରେ ଧୀରେ ଶୁଖିବା ଆରମ୍ଭ ହୋଇଥାଏ । ପ୍ରଥମାବସ୍ଥାରେ ଜ୍ୱର ଲାଗି ରହେ । ଏହାବ୍ୟତୀତ ଦୁର୍ବଳତା, କ୍ଷୁଧା ନାଶ ଓ କୋଷ୍ଠ କାଠିନ୍ୟ ଆଦି ସାମାନ୍ୟ ଲକ୍ଷଣମାନ ଦେଖାଯାଇଥାଏ।

ରୋଗର କାରଣକୁ ଅନୁଶୀଳନ କଲେ ଦେଖାଯାଇଥାଏ ଯେ ଏହା ୧୦ରୁ ୧୫ ଭାଗ ବଂଶାନୁକ୍ରମିକ ହୋଇପାରେ । ମୁଖ ଗହ୍ୱର ବା ଟନସିଲ୍‍ ସଂକ୍ରମଣ ଦୀର୍ଘ ଦିନ ଧରି ଲାଗି ରହିଲେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଯଦି ଆମେ ଆୟୁର୍ବେଦ ପାଠକୁ ଯିବା, ତେବେ ତା’ ଅନୁସାରେ, ଆମଦୋଷ ଏହି ରୋଗର ମୁଖ୍ୟ କାରଣ। ଅଗ୍ନିମାନ୍ଦ୍ୟ କାରଣରୁ ଯଦି ଆମେ ଖାଇବା ଖାଦ୍ୟ ଠିକ୍‍ ରୂପେ ପରିପାକ ନ ହୁଏ, ତେବେ ସେହି ଅପରିପକ୍ୱ ଆହାର ରସ ବା ଆମ ରକ୍ତରେ ମିଶିଥାଏ । ଏହି ସମୟରେ ବାତ ପ୍ରକୋପକ ଆହାର ବିହାର ଯଥା ଶୀତଳ ଖାଦ୍ୟ ଖାଇବା, ଥଣ୍ଡାରେ ବୁଲିବା, ଅତ୍ୟଧିକ ଶାରୀରିକ ପରିଶ୍ରମ, ଅତି ସହବାସ, ମଳମୂତ୍ରାଦି ବେଗାବରୋଧ ଆଦି ଦ୍ୱାରା ଶରୀରରେ ଆମଦୋଷ ପ୍ରକୁପିତ ହୋଇ ଏହି ରୋଗ ସୃଷ୍ଟି ହୋଇଥାଏ।

ଏହି ରୋଗକୁ ପ୍ରଥମାବସ୍ଥାରୁ ଚିକିତ୍ସା କଲେ ୩ରୁ ୬ ମାସ ଯାଏ ଓ ସ୍ଥଳ ବିଶେଷରେ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଔଷଧ ସେବନ କରିବାକୁ ପଡିଥାଏ। ଚିକିତ୍ସାରେ ବିଳମ୍ୱ ହେଲେ ରୋଗୀର ଅଙ୍ଗବିକୃତ ହୋଇ ରୋଗ କଷ୍ଟସାଧ୍ୟ ହୋଇଥାଏ। ସମୟେ ସମୟେ ରୋଗ ଜାପ୍ୟ ଅବସ୍ଥାକୁ ଆସିଯିବା ଯୋଗୁଁ ସାରାଜୀବନ ଚିକିତ୍ସା ଆବଶ୍ୟକ ହୋଇଥାଏ । ଏହାର ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ସଫଳ ଔଷଧ ରହିଛି ।

ଗଣ୍ଠି ଯଦି ଫୁଲାଖାଏ ତେବେ ତୈଳ ମାଲିସ ନ କରି କେବଳ ବାଲି ପୁଡିଆରେ ଦିନକୁ ୭ଥର ଗରମ ସେକ ଦେବା ଉଚିତ। ଏହାବ୍ୟତୀତ ଥଣ୍ଡା ଖାଦ୍ୟ ପେୟ ଓ ବିରି, ଅରୁଆ, ଦହି, ପଖାଳ, ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟପେୟ, ବିରି, ଚର୍ବିଜାତୀୟ ଗୁରୁ ଆହାର ଆଦି ରୋଗୀ ପାଇଁ ଅହିତକର ହୋଇଥାଏ । ଲଘୁ ଆହାର ବିହାର ତଥା ବାତ ନାଶକ ଉଷ୍ଣ ଉପଚାର ରୋଗୀପାଇ ହିତକର ହୋଇଥାଏ । ଏହା ଏକ ମାରାତ୍ମକ ରୋଗ ହୋଇଥିବାରୁ ପ୍ରଥମରୁ ଚିିହ୍ନି ଚିକିତ୍ସା ଆରମ୍ଭ କଲେ ସହଜରେ ଆରୋଗ୍ୟ ମିଳିଥାଏ ।

  • ଡାକ୍ତର ଚିତ୍ତରଂଜନ ବେହେରା, ଭୁବନେଶ୍ବର
Leave A Reply

Your email address will not be published.